ରାଜ୍ୟ

ଆଜି ଦିଆଯିବ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର

ଭୁବନେଶ୍ବର : ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ସୋମବାର ଦିନ ପ୍ରଦାନ କରାଯିବ ଏକାଡେମିର ସର୍ବୋଚ୍ଚ ସାରସ୍ବତ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’। ୨୦୨୧, ୨୦୨୨ ଓ ୨୦୨୩ ମସିହା ପାଇଁ ଏହି ପୁରସ୍କାର ଗ୍ରହଣ କରିବେ ୩ ଦିଗ୍‌ଗଜ ସାହିତ୍ୟିକ। ସେମାନେ ହେଲେ ବିଶିଷ୍ଟ ସାହିତ୍ୟିକ ଶ୍ରୀନିବାସ ଉଦ୍‌ଗାଦା, ପ୍ରଖ୍ୟାତ କବି ସୀତାକାନ୍ତ ମହାପାତ୍ର ଓ ସ୍ବନାମଧନ୍ୟା ଔପନ୍ୟାସିକା ପ୍ରତିଭା ରାୟ। ଏହି ତିନି ଜଣ ବରିଷ୍ଠ ସାରସ୍ବତ ସାଧକଙ୍କୁ ଏକାଡେମିର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିବା ଗୌରବର କଥା ହୋଇଥିବା ବେଳେ ଏକାଡେମି ପକ୍ଷରୁ ସେମାନଙ୍କ ନାମ ବିଧିବଦ୍ଧ ଘୋଷଣା କରାଯାଇ ନାହିଁ। ଓଡ଼ିଶା ଲଳିତ କଳା ଏକାଡେମି ଓ ସଙ୍ଗୀତ ନାଟକ ଏକାଡେମି ଢାଞ୍ଚାରେ ସାହିତ୍ୟ ଏକାଡେମି ପକ୍ଷରୁ ମଧ୍ୟ ଆସନ୍ତାକାଲି ସିଧାସଳଖ ମଞ୍ଚରେ ପୁରସ୍କାର ପାଇବାକୁ ଥିବା ଲେଖକଙ୍କ ନାମ ଘୋଷଣା କରି ପୁରସ୍କାର ପ୍ରଦାନ କରାଯିବ। ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୩୦ରେ ରବୀନ୍ଦ୍ର ମଣ୍ଡପ‌ରେ ଏହି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ।

ସାରସ୍ବତ ବ୍ୟକ୍ତିମାନଙ୍କୁ ପୁରସ୍କୃତ କରିବାର ଏଭଳି ଅସୁସ୍ଥ ପରମ୍ପରାକୁ ନେଇ ପୂର୍ବରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋ‌ଷ ପ୍ରକାଶ ପାଇଥିଲେ ମଧ୍ୟ ତାହା ସଂସ୍କୃତି ବିଭାଗ ଗୁରୁତ୍ବ ଦେଇ ନାହିଁ। ଅନ୍ୟ ଦୁଇ ଏକାଡେମି ଯେଉଁ ଡଙ୍ଗରେ ପୁରସ୍କାର ଦେଇଥିଲେ ସାହିତ୍ୟ ଏକାଡେମି ମଧ୍ୟରେ ସେହି ରାସ୍ତାରେ ଯାଇଛି। ଅତିବଡ଼ୀ ପୁରସ୍କାର ସହ ଗତ ୩ ବର୍ଷ ପାଇଁ ବୟୋଜ୍ୟେଷ୍ଠ ସାରସ୍ବତ ସାଧକ-ସାଧିକାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ। ସୂଚନାଯୋଗ୍ୟ ଯେ ଗତ ୬ ତାରିଖରେ ସାହିତ୍ୟ ଏକାଡେମିର କାର୍ଯ୍ୟକାରୀ ପରିଷଦ ବୈଠକରେ ଏହି ପୁରସ୍କାର ପ୍ରଦାନ ନେଇ ନିଷ୍ପତ୍ତି ନିଆଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।