ରାଜ୍ୟ ସ୍ପେଶାଲ ରିପୋର୍ଟ

ବେଙ୍ଗାଲୁରୁ ପ୍ରେକ୍ଷାଳୟରେ ଦେଖିବା ପରେ ‘ଦି କେରଳ ଷ୍ଟୋରି’କୁ ଚମକପ୍ରଦ କହିଲେ ଜେ. ପି. ନଡ୍ଡା

ବେଙ୍ଗାଲୁରୁ: ରବିବାର ରାତିରେ ‘ବିଜେପି’ର ଜାତୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା ବେଙ୍ଗାଲୁରୁର ‘ଗରୁଡ଼ ମଲ୍‌’ରେ ‘ଦି କେରଳ ଷ୍ଟୋରି’ର ବିଶେଷ ପ୍ରଦର୍ଶନ ଦେଖିବା ପରେ ଏହାକୁ ଗୋଟାଏ ଚମକପ୍ରଦ ଅନୁଭୂତି ଉଦ୍ରେକକାରୀ ଚଳଚ୍ଚିତ୍ର ବୋଲି କହିଛନ୍ତି।

ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତା ବେଳେ ନଡ୍ଡା କହିଛନ୍ତି, ଏଥିରେ ଅସ୍ତ୍ରଶସ୍ତ୍ର ନ ଥିବା ନୂତନ ଧରଣର ଆତଙ୍କବାଦ ରହିଛି। ‘ଦି କେରଳ ଷ୍ଟୋରି’ ବିଷାକ୍ତ ଆତଙ୍କବାଦକୁ ଉନ୍ମୁକ୍ତ କରୁଛି। ଏ ଧରଣର ଆତଙ୍କବାଦ କୌଣସି ରାଜ୍ୟ ବା ଧର୍ମ ସହିତ ସମ୍ପୃକ୍ତ ନୁହେଁ। ଏହା ଗୋଟାଏ ବୈଶ୍ବିକ କାହାଣୀ ଏବଂ ଅବଶ୍ୟ ଦେଖିବା ଭଳି ବିଷୟ।

ସେ ଆହୁରି ମଧ୍ୟ କହିଛନ୍ତି, ଆମ ସମାଜକୁ ଅନ୍ତଃସାରଶୂନ୍ୟ (ଫମ୍ପା) କରିବାକୁ କେଉଁ ପ୍ରକାରରର ଷଡ଼ଯନ୍ତ୍ର କରାଯାଉଛି, ଏହି ଚଳଚ୍ଚିତ୍ରଟି ଦେଖିବା ପରେ ଆମ ଲୋକେ ବୁଝିବାକୁ ସମର୍ଥ ହେବେ। ଏଥିପ୍ରତି ଆମେ ସତର୍କ ରହିବା ଉଚିତ।

Image Courtesy of Oneindia

ଆମର ଯେଉଁ ତରୁଣମାନଙ୍କୁ ବିଭ୍ରାନ୍ତ କରାଯାଇ ଆଉ ପୂର୍ବ ଅବସ୍ଥାକୁ ଫେରି ନ ଆସିବା ଭଳି ଅବସ୍ଥାରେ ଛାଡ଼ି ଦିଆଯାଉଛି, ସେମାନଙ୍କ ପାଇଁ ତଥା ସମାଜର ସମସ୍ତଙ୍କ ପାଇଁ ଏହି ଚଳଚ୍ଚିତ୍ରଟି ଚମକପ୍ରଦ ଅନୁଭୂତି ଓ ଉପଲବ୍ଧି ଉଦ୍ରେକକାରୀ ଅଟେ। ଆମେ ସମସ୍ତେ ଏହାକୁ ଦେଖିବା ଉଚିତ ବୋଲି ସେ କହିଛନ୍ତି।

Image Courtesy of Zee News

କର୍ଣ୍ଣାଟକ ‘ବିଜେପି’ ୟୁନିଟ୍‌ର ସଭାପତି ନଳିନୀ କୁମାର କଟୀଲ୍‌, କେନ୍ଦ୍ର ମନ୍ତ୍ରୀ ଶୋଭା କାରନଦଲାଜେ, ରାଜୀବ ଚନ୍ଦ୍ରଶେଖର, ତାମିଲନାଡୁ ‘ବିଜେପି’ ସଭାପତି କେ. ଅନ୍ନାମଲାଇ ଏବଂ ଦକ୍ଷିଣ ବେଙ୍ଗାଲୁରୁ ସାଂସଦ ତେଜସ୍ବୀ ସୂର୍ଯ୍ୟାଙ୍କ ସହିତ ନଡ୍ଡା ଏହି ଚଳଚ୍ଚିତ୍ର ଦେଖିଥିଲେ।

ସୂଚନାଯୋଗ୍ୟ, ମେ ୧୦ ତାରିଖରେ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ଅଭିଯାନରେ ନଡ୍ଡା କର୍ଣ୍ଣାଟକ ଗସ୍ତରେ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।