ସୁକୁମା: ଛତିଶଗଡ଼ର ସୁକୁମା ଜିଲ୍ଲାରେ ପୁଣି ଏନକାଉଣ୍ଟର ହୋଇଛି। ଦୁଇ ଦିନ ଭିତରେ ୪ ମାଓବାଦୀ ନିହତ ହୋଇଛନ୍ତି। ସୁକୁମା ଜିଲ୍ଲା ଭେଜ୍ଜି ଜଙ୍ଗଲରେ ପୁଲିସ ମାଓବାଦୀ ମୁହାଁମୁହିଁ ହୋଇଥିବା ସୂଚନା ରହିଛି। ଯବାନଙ୍କ ଗୁଳିରେ ୨ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ତେବେ ଏହି ଏନ୍କାଉଣ୍ଟର୍ରେ ବନ୍ଧୁକ ଓ ମାଓ ସାମଗ୍ରୀ ଜବତ ହୋଇଛି। ଏହି ଅପରେସନର ନେତୃତ୍ବ ନେଉଛନ୍ତି ଖୋଦ ସୁକୁମା ଏସପି ସୁନିଲ ଶର୍ମା।
ଉଲ୍ଲେଖଯୋଗ୍ୟ, ଗତକାଲି ଆନ୍ଧ୍ର ଛତିଶଗଡ ସୀମାରେ ୨ ମାଓବାଦୀ ନିହତ ହୋଇଥିବା ସୂଚନା ରହିଥିଲା।