ରାଜ୍ୟ

ଏଫସିଆଇ-ଯୋଗାଣ ନିଗମର ବୈଠକ: କମିଛି କେନ୍ଦ୍ରର ଚାଉଳ କ୍ରୟ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ୨୦୧୮ ମସିହାରେ ଓଡ଼ିଶା ଠାରୁ ଏଫସିଆଇ କ୍ରୟ କରିଥିଲା ୧୭.୮୪ ଲକ୍ଷ ମେଟ୍ରିକ ଟନ୍‌ର ଚାଉଳ। ୨୦୧୯ରେ ୧୭.୧୫ ଲକ୍ଷ ମେଟ୍ରିକ ଟନ୍‌, ୨୦୨୦ ମସିହାରେ ୧୮.୯୯ ଲକ୍ଷ ମେଟ୍ରିକ ଟନ୍‌ ଏବଂ ୨୦୨୧ ମସିହାରେ ୯.୧୭ ଲକ୍ଷ ମେଟ୍ରିକ ଟନ୍‌ କ୍ରୟ କରିଥିଲା। ସେହି ଅନୁଯାୟୀ ଚଳିତ ବର୍ଷ ମାତ୍ର ୧୦.୩୩ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ କ୍ରୟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ଏହା ପୁରୁଣା ବର୍ଷ ଠାରୁ କମ୍‌। ସେଥିରୁ ପୁଣି ଗରିବ କଲ୍ୟାଣ ଯୋଜନା ବନ୍ଦ ହୋଇ ଯାଇଥିବାରୁ ବଳକା ୨୦ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଉଠାଣ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି। କିନ୍ତୁ ଏହା ମଧ୍ୟ ସତ ଯେ ଓଡ଼ିଶା ସରକାର ମଧ୍ୟ ବର୍ତ୍ତମାନ ସୁଦ୍ଧା ୩.୭୬ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଏଫସିଆଇକୁ ଦେଇପାରି ନାହାନ୍ତି। ମିଲ୍‌ ମାଲିକମାନେ ଚାଉଳ ଦେଉନଥିବାରୁ ଏଭଳି ଅସୁବିଧା ସୃଷ୍ଟି ହୋଇଥିବା ଆଶଙ୍କା କରାଯାଉଛି। ଅନ୍ୟଦିଗରେ ବଳକା ଚାଉଳ ଉଠାଣ ନେଇ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଆଜି ରାଜ୍ୟ ସରକାରଙ୍କ ଯୋଗାଣ ନିଗମ ଏବଂ କେନ୍ଦ୍ର ସରକାରଙ୍କ ଏଫସିଆଇ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। ବଳକା ଚାଉଳ ଉଠାଣ ନିଷ୍ପତ୍ତି କେନ୍ଦ୍ର ସରକାର ହିଁ ନେବେ ବୋଲି ଜଣାପଡ଼ିଛି।

ଚାଉଳ ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟ ହୋଇ ସାରିଛି। ୨୦୧୭ରୁ ୨୦୨୧ ମସିହା ସୁଦ୍ଧା ରାଜ୍ୟର ଧାନ ସଂଗ୍ରହ ୫୧ ପ୍ରତିଶତ, ଏମଏସପି ୨୫.୧୬ ପ୍ରତିଶତ, ଧାନ ସଂଗ୍ରହରେ ସାମିଲ ଚାଷୀଙ୍କ ସଂଖ୍ୟା ୮୯.୬୬ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୭ ମସିହାରେ ଓଡ଼ିଶା ୪୯ ଲକ୍ଷ ୬ହଜାର ୧୮ ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରିଥିଲା, ୨୦୨୧ ମସିହାରେ ଏହା ୭୧ ଲକ୍ଷ ୩୭୧୧ ମେଟ୍ରିକ ଟନ୍‌ରେ ପହଞ୍ଚିଛି। ୨୦୨୨ ଖରିଫରେ ୫୬.୯୩ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହର ଧାର୍ଯ୍ୟ ଲକ୍ଷ୍ୟକୁ ଓଡ଼ିଶା ଅତିକ୍ରମ କରି ସାରିଛି। ଏହା ସତ୍ତ୍ବେ ମଧ୍ୟ ଅନେକ ଚାଷୀ ଟୋକନ ସମେତ ବିଭିନ୍ନ ସମସ୍ୟା ଯୋଗୁଁ ଧାନ ବିକ୍ରି କରି ପାରି ନାହାନ୍ତି। ଅର୍ଥାତ ପଞ୍ଜୀକୃତ ସମସ୍ତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ହେଲେ ଚାଉଳ ଉତ୍ପାଦନ ଆହୁରି ବଢ଼ିବ। ଧାନ ସଂଗ୍ରହ ନୀତି ଅନୁଯାୟୀ ମଧ୍ୟ ପଞ୍ଜୀକୃତ ହୋଇଥିବା କୌଣସି ଯୋଗ୍ୟ ଚାଷୀଙ୍କୁ ଧାନ ସଂଗ୍ରହ ବ୍ୟବସ୍ଥାରୁ ବାଦ ଦିଆଯାଇ ପାରିବ ନାହିଁ। ଆବଶ୍ୟକ ପଡ଼ିଲେ ଧାର୍ଯ୍ୟ ଲକ୍ଷ୍ୟ ବୃଦ୍ଧି କରାଯାଇ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ।

ଚାଉଳ ଉତ୍ପାଦନରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ହୋଇଥିବାରୁ ମହାମାରୀ ଏବଂ ସ୍ବାଭାବିକ ସମୟରେ ନିଜ ରାଜ୍ୟର ଲୋକଙ୍କ ଆବଶ୍ୟକତା ପୂରଣ ସହିତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ତାମିଲନାଡ଼ୁ, ବିହାରର ଚାହିଦା ମଧ୍ୟ ଓଡ଼ିଶା ପୂରଣ କରେ। ଏପରିକି ମହାମାରୀରେ ଓଡ଼ିଶା ଭଳି ଅଗ୍ରଣୀ ଚାଉଳ ଉତ୍ପାଦନକାରୀ ରାଜ୍ୟର ଭରସାରେ ହିଁ କେନ୍ଦ୍ର ସରକାର ଗରିବ କଲ୍ୟାଣ ଭଳି ଯୋଜନା ସମଗ୍ର ଦେଶରେ କାର୍ଯ୍ୟକାରୀ କରିବାରେ ସଫଳ ହେଲେ। ଏଥିଯୋଗୁଁ ମହାମାରୀ ୨ ବର୍ଷ ଭୋକରେ କାହାରି ମୃତ୍ୟୁ ନେଇ ଖବର ଆସି ନାହିଁ। ବର୍ତ୍ତମାନ ମଧ୍ୟ ମହାମାରୀ ପ୍ରଭାବ ସମଗ୍ର ଦେଶରେ ରହିଥିବାରୁ ବଳକା ଚାଉଳ ଉତ୍ପାଦନକୁ ନିରୁତ୍ସାହିତ କରାଯିବା ଉଚିତ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ରାଜ୍ୟରେ ଚାଉଳ ଉତ୍ପାଦନ ବଢୁଥିବାରୁ ଅଧିକ ପରିମାଣରେ ଚାଉଳ କେନ୍ଦ୍ର ନେବା ଉଚିତ।

ଏଫସିଆଇ ଅନୁସାରେ, ଓଡ଼ିଶାର ବଳକା ଚାଉଳ ଉଠାଣ ନେଇ କୌଣସି ଅସୁବିଧା ନାହିଁ। ଆଗାମୀ ଦିନରେ ଧାର୍ଯ୍ୟ ଲକ୍ଷ୍ୟ ବଢ଼ିବା ନେଇ ଆଶା ରହିଛି। ବିଶେଷଜ୍ଞଙ୍କ ଅନୁସାରେ, ଓଡ଼ିଶାର ସମସ୍ୟା ହେଲା, ରାଜ୍ୟରେ ଯେଉଁ ଭଳି ଚାଉଳ ଉତ୍ପାଦିତ ହେଉଛି ସେହି ଅନୁଯାୟୀ ଗୋଦାମର ଅଭାବ ରହିଛି। ଅର୍ଥାତ ରାଜ୍ୟ ସରକାରଙ୍କ ୭ ଲକ୍ଷ ମେଟ୍ରିକ ଟନ୍‌ ଏବଂ ଏଫସିଆଇର ୫ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ସଂରକ୍ଷିତ କରି ରଖିବା ଭଳି ଗୋଦାମ ରହିଛି। କେନ୍ଦ୍ର ପକ୍ଷରୁ ଯଥାଶୀଘ୍ର ଖରିଫ ଚାଉଳ ଉଠାଣ କରି ବାହାର ରାଜ୍ୟକୁ ରପ୍ତାନି ନକଲେ ଆଉ କିଛି ଦିନ ପରେ ଆରମ୍ଭ ହେବାକୁ ଥିବା ରବି ଧାନ ସଂଗ୍ରହ ପାଇଁ ବିକଟ ସ୍ଥିତି ସୃଷ୍ଟିର ଆଶଙ୍କା ରହିଛି। ଚାଉଳ ନେଇ କେନ୍ଦ୍ର ଏବଂ ରାଜ୍ୟ ମୁହାଁମୁହିଁ ହେବା ଆଜିର ନୁହେଁ। ପ୍ରତିବର୍ଷ ଏଭଳି ହୋଇଥାଏ। କିନ୍ତୁ ଉଭୟ ସରକାର ସମନ୍ବୟ ରକ୍ଷା ନକଲେ ଉଭୟ ଚାଷୀ ଏବଂ ଖାଉଟି କ୍ଷତିଗ୍ରସ୍ତ ହେବେ। ଯାହା କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶକୁ ପ୍ରଭାବିତ କରିବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।