Subscribe to Updates

    Get the latest creative news from FooBar about art, design and business.

    What's Hot

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023
    Facebook Twitter Instagram
    Trending
    • ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ
    • ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ
    • ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା
    • ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି
    • ସାମ୍ବାଦିକ ଭିସା ବିବାଦ: ଭାରତକୁ ଦୋଷ ଦେଲା ଚୀନ୍
    • ବେତନ ପାଇଁ ଛୁଟିରେ ଅମଲା; ଜିଲ୍ଲା, ବ୍ଲକ୍‌ରେ ସବୁ କାର୍ଯ୍ୟାଳୟ ଅଚଳ
    • ଓଡ଼ିଶାରେ ନାହାନ୍ତି ନକଲି ଡାକ୍ତର! ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଶେଷ
    • ପୁଞ୍ଜି ଆକର୍ଷଣରେ ଓଡ଼ିଶା ଦ୍ବିତୀୟ
    Monday, June 5
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ହୀରାକୁଦ ଜଳଭଣ୍ଡାର ପରିଚାଳନା ତ୍ରୁଟିପୂର୍ଣ୍ଣ
    ରାଜ୍ୟ

    ହୀରାକୁଦ ଜଳଭଣ୍ଡାର ପରିଚାଳନା ତ୍ରୁଟିପୂର୍ଣ୍ଣ

    NewsLaxmi7By NewsLaxmi7March 29, 2023No Comments3 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .

    ସମ୍ବଲପୁର : ହୀରାକୁଦ ଜଳଭଣ୍ଡାର ଜଳ ପରିଚାଳନାକୁ ନେଇ ସବୁବେଳେ ବିଭିନ୍ନ ଅଭିଯୋଗ ହୋଇଆସୁଛି। ଅଣମୌସୁମୀ ସମୟରେ ହୀରାକୁଦ ଜଳଭଣ୍ଡାରର ଜଳ ପରିଚାଳନା ପାଇଁ ଶକ୍ତି ବିଭାଗ ଓ ଜଳ ସଂପଦ ବିଭାଗ ଦ୍ବାରା ମିଳିତ କାର୍ଯ୍ୟଖସଡ଼ା (ଜଏଣ୍ଟ ୱାର୍କିଂ ଟେବଲ୍‌) ପ୍ରସ୍ତୁତ ହୋଇଛି। ମାତ୍ର, ଏହି ମିଳିତ ଖସଡ଼ା କାର୍ଯ୍ୟକାରୀ ହେଉ ନାହିଁ। ଓଡ଼ିଶା ସରକାର ସବୁବେଳେ ଛତିଶଗଡ଼ ଉପରେ ଦୋଷ ଲଦୁଥିବା ବେଳେ ଏପଟେ ହୀରାକୁଦ ଜଳଭଣ୍ଡାରର ସଫଳ ଜଳ ପରିଚାଳନା କରିବାର ଫେଲ୍ ମାରିଛନ୍ତି। ତ୍ରୁଟିପୂର୍ଣ୍ଣ ଜଳ ପରିଚାଳନାକୁ ନେଇ ଖୋଦ୍ ରାଜ୍ୟ ଜଳ ସଂପଦ ବିଭାଗର ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ରବୀନ୍ଦ୍ର କୁମାର ପଣ୍ଡା ପ୍ରଶ୍ନ ଉଠାଇଛନ୍ତି।
    ପ୍ରାପ୍ତ ସୂଚନା ଅନୁସାରେ, ଗତ ମାର୍ଚ୍ଚ ୨୦ ତାରିଖରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୭.୨୩ ଫୁଟ୍ ଥିବା ବେଳେ ୨୭ ତାରିଖରେ ଜଳସ୍ତର ୬୧୬.୩୯ ଫୁଟ୍‌ରେ ପହଂଚି ଥିଲା। ଅର୍ଥାତ, ଗତ ୮ ଦିନର ଅବଧିରେ ଜଳସ୍ତର ମାତ୍ର ୦.୮୪ ଫୁଟ୍ ହ୍ରାସ ପାଇଛି।

    ଜଳସେଚନ ପାଇଁ ଆବଶ୍ୟକ ମୁତାବକ କେନାଲ ମାଧ୍ୟମରେ ଜଳ ନିଆଯାଉଥିବା ବେଳେ ବୁର୍ଲା ଶକ୍ତି କେନ୍ଦ୍ର ଗତ କିଛିଦିନ ହେଲା ହାରାହାରି ଦୈନିକ ସେକେଣ୍ଡ ପ୍ରତି ୨୦୦୦ରୁ ୨୫୦୦ ଘନ ଫୁଟ୍‌ ଜଳ ବିଦ୍ୟୁତ ଉତ୍ପାଦନ ପାଇଁ ଟାଣୁଛି। ଜଳଭଣ୍ଡାରରେ ଯଥେଷ୍ଟ ଜଳ ଥିବା ସତ୍ତ୍ବେ ଏତେ କମ୍‌ ପରିମାଣ ଜଳ ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହାର କରିବା ଯୋଗୁ ମହାନଦୀର ତଳମୁଣ୍ଡରେ ଜଳାଭାବର ଆଶଙ୍କା ସୃଷ୍ଟି ହୋଇଛି। ପୁଣି ‌ତ୍ରିକୋଣଭୂମି(ଡେଲ୍‌ଟା) ଅଂଚଳରେ ରବି ଚାଷ ପ୍ରଭାବିତ ହେବାର ଆଶଙ୍କା ମଧ୍ୟ ଦେଖାଦେଇଛି।

    ଅଣମୌସୁମୀ ସମୟରେ ମହାନଦୀର ତଳମୁଣ୍ଡରେ ଜଳ ପ୍ରବାହ ହାର ପ୍ରାୟତଃ ବୁର୍ଲା ଶକ୍ତି କେନ୍ଦ୍ରର ଦୈନିକ ବିଦ୍ୟୁତ ଉତ୍ପାଦନ ପାଇଁ ବ୍ୟବହୃତ ଜଳର ପରିମାଣ ଉପରେ ନିର୍ଭର କରେ। କିଛିଦିନ ହେବ ବୁର୍ଲା ଶକ୍ତି କେନ୍ଦ୍ରରୁ ବିଦ୍ୟୁତ ଉତ୍ପାଦନ ହାର କମ୍‌ ହେବା ଯୋଗୁ ମହାନଦୀର ତଳମୁଣ୍ଡରେ ଜଳ ପ୍ରବାହ ହାର ମଧ୍ୟ କମିଛି। ଏବେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୬ ଫୁଟ୍ ଉପରେ ଅଛି। ଯାହାକି ଜଳଭଣ୍ଡାରର ପୂର୍ଣ୍ଣ ଉପଯୋଗୀ ଜଳଧାରଣ କ୍ଷମତା(୬୩୦ ଫୁଟ୍‌)ର ୫୦ ପ୍ରତିଶତ(ପାଖାପାଖି ୨.୦ ନିୟୁତ ଏକର ଫୁଟ୍‌) ଗଚ୍ଛିତ ରହିଛି। ଆଉ ପ୍ରାୟ ୯୦ ଦିନ ପରେ ବର୍ଷା ଋତୁ ଆସିଯିବ। ତାହା ପୂର୍ବରୁ ଗଚ୍ଛିତ ଜଳକୁ ସଠିକ୍ ବ୍ୟବହାର କରିବା ନିତାନ୍ତ ଆବଶ୍ୟକ। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ଗଚ୍ଛିତ ଜଳକୁ ଉପଯୁକ୍ତ ଭାବେ ପରିଚାଳନା କରାଗଲେ ମହାନଦୀର ତଳମୁଣ୍ଡର ଜଳସ୍ତର ସମସ୍ତ ଆବଶ୍ୟକତା ତଥା ଡେଲ୍‌ଟା ଅଂଚଳରେ ରବି ଜଳସେଚନ ଚାହିଦା ବି ମେଣ୍ଟି ପାରିବ।

    Tathya

    ମେ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ହୀରାକୁଦ ସେଚାଞ୍ଚଳର ରବି ଜଳସେଚନ ପାଇଁ ଆଉ ପାଖାପାଖି ୦.୫୦ ନିୟୁତ ଏକର ଫୁଟ୍‌ ଜଳ ଆବଶ୍ୟକ ଥିବା ବେଳେ ବଳକା ଜଳ (୧.୫୦ ନିୟୁତ ଏକର ଫୁଟ୍‌)କୁ ଦୈନିକ ହାରାହାରି ସେକେଣ୍ଡ ପ୍ରତି ୫୦୦୦ ଘନଫୁଟ୍ ଜଳ ବିଦ୍ୟୁତ ଉତ୍ପାଦନ ପାଇଁ ବ୍ୟବହାର କଲେ ଜୁନ୍ ୧୫ ବେଳକୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ପାଖାପାଖି ୫୯୮ ଫୁଟ୍‌କୁ ଛୁଇଁବ। ମିଳିତ କାର୍ଯ୍ୟସାରିଣୀ ଅନୁସାରେ, ହୀରାକୁଦ ଜଳଭଣ୍ଡାରର ଅଚଳ କ୍ଷମତା(ଡେଡ୍‌ ଷ୍ଟୋରେଜ୍) ହେଉଛି ୫୯୦ ଫୁଟ୍‌। ତେବେ, ବର୍ଷା ବିଳମ୍ବ ଆଦିକୁ ଦୃଷ୍ଟିରେ ରଖି ଅନ୍ୟୁନ୍ ଜୁନ୍ ୧୫ ସୁଦ୍ଧା ଜଳସ୍ତର ୫୯୮ ଫୁଟ୍ ଜଳ ରଖାଯାଇଥାଏ। ହୀରାକୁଦ ଜଳଭଣ୍ଡାରରେ ବର୍ତ୍ତମାନ ଗଚ୍ଛିତ ଜଳକୁ ବର୍ଷାଋତୁ ପୂର୍ବରୁ ଉପଯୁକ୍ତ ବ୍ୟବହାର ନକରିପାରିଲେ ୨୦୨୦ ବର୍ଷ ଭଳି ସ୍ଥିତି ସୃଷ୍ଟି ହେବ। ସେହି ସମୟରେ ରହି ଯାଇଥିବା ଗଚ୍ଛିତ ବଳକା ଜଳ ବନ୍ୟାଜଳରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଉଲ୍ଲେଖଯୋଗ୍ୟ ଯେ, ଗତ ୧୪ ଜୁନ୍ ୨୦୨୦ରେ ହୀରାକୁଦ ଜଳସ୍ତର ୬୦୭. ୫୬ ଫୁଟ୍ ରହିଥିଲା। ସେତେବେଳେ ଜଳସ୍ତର ୫୯୮ ଫୁଟ୍ ଛୁଇଁପାରେ।

    ୨୫ ଜୁନ୍‌ ୨୦୨୦ରେ ବନ୍ୟା ଜଳ ନିଷ୍କାସନ ବେଳକୁ ଜଳସ୍ତର ବଢ଼ି ୬୧୮ ଫୁଟ୍ ହୋଇଯାଇଥିଲା। ପ୍ରାୟ ୯.୫ ଫୁଟ୍‌ (ଅର୍ଥାତ ୦.୬୯୫ ନିୟୁତ ଏକର ଫୁଟ୍‌) ଗଚ୍ଛିତ ଜଳ ସେତେବେଳେ ବନ୍ୟାଜଳର ରୂପ ନେଇଥିଲା। ଏହା ଦ୍ବାରା ବୁର୍ଲା ଶକ୍ତି କେନ୍ଦ୍ରରୁ କେବଳ ୫୩ ନିୟୁତ ୟୁନିଟ୍‌ ବିଦ୍ୟୁତ୍ ଉତ୍ପାଦନ ହୋଇପାରିଥାନ୍ତା। ଏ ସଂକ୍ରାନ୍ତରେ ଜଳ ସଂପଦ ବିଭାଗର ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ରବୀନ୍ଦ୍ର କୁମାର ପଣ୍ଡା କହିଛନ୍ତି ଯେ ଅଣମୌସୁମୀ ସମୟରେ ହୀରାକୁଦ ଜଳଭଣ୍ଡାରର ଜଳ ପରିଚାଳନା ପାଇଁ ଶକ୍ତି ବିଭାଗ ଓ ଜଳ ସଂପଦ ବିଭାଗ ଦ୍ବାରା ପ୍ରସ୍ତୁତ ମିଳିତ କାର୍ଯ୍ୟଖସଡ଼ା ଅନୁସାରେ ଜଳ ପରିଚାଳନା କଲେ ମହାନଦୀରେ ଜଳ ପ୍ରବାହ ସନ୍ତୁଳିତ ହୋଇପାରିବ। ଏଥି ସହିତ ସମସ୍ତ ଚାହିଦା ମଧ୍ୟ ପୂରଣ କରାଯାଇପାରନ୍ତା ବୋଲି ଇଂ. ପଣ୍ଡା କହିଛନ୍ତି।

    ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

    barun gandhi breaking news interview kanak news latest news latest update odia news odisha famous people odisha khabar odisha latest odisha latest news odisha political news otv otv live political update politices rahul gandhi sonia gandhi speech
    Share. Facebook Twitter LinkedIn WhatsApp Email
    Previous Articleନକଲି ସାର୍ଟିଫିକେଟ ମାମଲା: ଯାଞ୍ଚ ବେଳକୁ ଛାନିଆ, ୨୭ ଅନୁପସ୍ଥିତ; ଦେଇଥିଲେ କି ନକଲି ସାର୍ଟିଫିକେଟ୍?
    Next Article ଏଫସିଆଇ-ଯୋଗାଣ ନିଗମର ବୈଠକ: କମିଛି କେନ୍ଦ୍ରର ଚାଉଳ କ୍ରୟ
    NewsLaxmi7
    • Website

    Related Posts

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ଦେଶ ବିଦେଶ

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ଡେରାଡ଼ୁନ : ଉତ୍ତରାଖଣ୍ଡର ଋଷିକେଶ (ତେହରି)ରେ ଜି-୨୦ ଦୁର୍ନୀତି ବିରୋଧୀ ୱାର୍କିଂ ଗ୍ରୁପର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତମାସ…

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ, ଆଗେ ପୋଷ୍ଟାଲ୍ ବାଲାଟ୍ ଗଣତି, ସାଢ଼େ ୮ଟାରୁ ଇଭିଏମ୍

    May 13, 2023

    ’୨୨ ଦର୍ପଣ: କନ୍ଦେଇଲା ମକରା, ରାଜୁଆ, ଧନୁଆ, କୁଶଭଦ୍ରା

    December 28, 2022

    ଖେଳୁଥିବା ବେଳେ ଆବର୍ଜନା କୁଣ୍ଡରେ ପଡିଗଲେ ବର୍ଷକର ଶିଶୁ, ମୃତ ଘୋଷଣା କଲେ ଡାକ୍ତର

    June 14, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.