ଦେଶ ବିଦେଶ ମନୋରଞ୍ଜନ

ଶୋଭିତାଙ୍କ ସହ ଛୁଟି କାଟିବାକୁ ବିଦେଶ ଗଲେ ନାଗା ! ଆଫେୟାର୍ସଙ୍କୁ ନେଇ ଚର୍ଚ୍ଚା…

ମୁମ୍ଵାଇ ୨୬।୧୧: ସାଉଥ ସୁନ୍ଦରୀ ସାମନ୍ଥା ରୁଥ ପ୍ରଭୃ। କିଛି ସମୟ ପୂର୍ବରୁ ନାଗା ଏବଂ ସାମନ୍ଥାଙ୍କର ଛାଡପତ୍ର ହୋଇଥିଲା। ହେଲେ ବିବାହ ବିଚ୍ଛେଦ ପରେ ନାଗାଙ୍କ ନାମ ଜଣାଶୁଣା ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କ ସହ ଯୋଡା ଯାଉଛି। କୁହାଯାଉଛି କି ନାଗା ସାମନ୍ଥାଙ୍କ ଠାରୁ ଅଲଗା ହେବା ପରେ ଶୋଭିତାଙ୍କୁ ପ୍ରେମ ନିବେଦନ କରି ସାରିଛନ୍ତି। କିନ୍ତୁ ବର୍ତ୍ତମାନ ଦୁହିଁଙ୍କ ଫଟୋ ଭାଇରାଲ ହେବା ପରେ ମିଡିଆ ନାଗା ଚୈତନ୍ୟଙ୍କୁ ଏହି ବିଷୟରେ ପଚାରିଥିଲେ। ସେହି ସମୟରେ ନାଗା ଏଭଳି ପ୍ରତିକ୍ରିୟା ଦେଇଥିଲେ । ଯାହା ଶୁଣିବା ପରେ ନା ନା କଳ୍ପନା ଜଳ୍ପନା କରାଯାଉଛି ।

ନିକଟରେ ସୋସିଆଲ ମିଡିଆରେ ଦୁହିଁଙ୍କର ଏକ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ନାଗା ଶୋଭିତାଙ୍କ ସହ ସହ ବିଦେଶରେ ବୁଲୁଥିବାର ନଜର ଆସିଛନ୍ତି। ଏହି ଭାଇରାଲ୍ ଫଟୋରେ ନାଗା ଶୋଭିତା ସମାନ ରଙ୍ଗର କଳା ଜ୍ୟାକେଟରେ ପିନ୍ଧିଛନ୍ତି। ଏହି ଫଟୋ ସେମାନଙ୍କର ଜଣେ ଫ୍ୟାନ ପେଜ୍‌ରେ ସେୟାର କରାଯାଇଥିଲା । ସେମାନଙ୍କ ପ୍ରଶଂସକମାନେ ଉଭୟଙ୍କୁ ଗୋଟିଏ ଫ୍ରେମରେ ଏକାଠି ଦେଖିବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଏହି ସମୟରେ ମିଡିଆ ନାଗାଙ୍କୁ ସମ୍ପର୍କ ବିଷୟରେ ପଚାରିଥିଲା। ହେଲେ ସେ ସେମାନଙ୍କ ସମ୍ପର୍କ ଖବରରେ କିଛି ନକହି ହସି ଦେଇଥିଲେ। କହିଥିଲେ ଏହି ଉତ୍ତରରେ କେବଳ ମୁଁ ହସିପାରିବି। ଏହାକୁ ଶୁଣିବା ପରେ ୟୁଜର୍ସ ସେମାନଙ୍କର ପ୍ରଶ୍ନର ଉତ୍ତର ମଧ୍ୟ ପାଇଯାଇଛନ୍ତି ବୋଲି କହୁଛନ୍ତି। କହିବାକୁ ଗଲେ ନାଗା ସାମନ୍ଥାଙ୍କୁ ଛାଡପତ୍ର ଦେଇଛନ୍ତି। ଦୁହେଁ ୨୦୧୭ରେ ବିବାହ କରିଥିଲେ। ୨୦୨୧ରେ ପରସ୍ପରକୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ନାଗା ଏବଂ ସାମନ୍ତ ଦୁହେଁ ତାଙ୍କ ଜୀବନରେ ଆଗକୁ ବଢିଗଲେଣି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ