ମୁମ୍ଵାଇ ୨୬।୧୧: ସାଉଥ ସୁନ୍ଦରୀ ସାମନ୍ଥା ରୁଥ ପ୍ରଭୃ। କିଛି ସମୟ ପୂର୍ବରୁ ନାଗା ଏବଂ ସାମନ୍ଥାଙ୍କର ଛାଡପତ୍ର ହୋଇଥିଲା। ହେଲେ ବିବାହ ବିଚ୍ଛେଦ ପରେ ନାଗାଙ୍କ ନାମ ଜଣାଶୁଣା ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କ ସହ ଯୋଡା ଯାଉଛି। କୁହାଯାଉଛି କି ନାଗା ସାମନ୍ଥାଙ୍କ ଠାରୁ ଅଲଗା ହେବା ପରେ ଶୋଭିତାଙ୍କୁ ପ୍ରେମ ନିବେଦନ କରି ସାରିଛନ୍ତି। କିନ୍ତୁ ବର୍ତ୍ତମାନ ଦୁହିଁଙ୍କ ଫଟୋ ଭାଇରାଲ ହେବା ପରେ ମିଡିଆ ନାଗା ଚୈତନ୍ୟଙ୍କୁ ଏହି ବିଷୟରେ ପଚାରିଥିଲେ। ସେହି ସମୟରେ ନାଗା ଏଭଳି ପ୍ରତିକ୍ରିୟା ଦେଇଥିଲେ । ଯାହା ଶୁଣିବା ପରେ ନା ନା କଳ୍ପନା ଜଳ୍ପନା କରାଯାଉଛି ।
ନିକଟରେ ସୋସିଆଲ ମିଡିଆରେ ଦୁହିଁଙ୍କର ଏକ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ନାଗା ଶୋଭିତାଙ୍କ ସହ ସହ ବିଦେଶରେ ବୁଲୁଥିବାର ନଜର ଆସିଛନ୍ତି। ଏହି ଭାଇରାଲ୍ ଫଟୋରେ ନାଗା ଶୋଭିତା ସମାନ ରଙ୍ଗର କଳା ଜ୍ୟାକେଟରେ ପିନ୍ଧିଛନ୍ତି। ଏହି ଫଟୋ ସେମାନଙ୍କର ଜଣେ ଫ୍ୟାନ ପେଜ୍ରେ ସେୟାର କରାଯାଇଥିଲା । ସେମାନଙ୍କ ପ୍ରଶଂସକମାନେ ଉଭୟଙ୍କୁ ଗୋଟିଏ ଫ୍ରେମରେ ଏକାଠି ଦେଖିବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ଏହି ସମୟରେ ମିଡିଆ ନାଗାଙ୍କୁ ସମ୍ପର୍କ ବିଷୟରେ ପଚାରିଥିଲା। ହେଲେ ସେ ସେମାନଙ୍କ ସମ୍ପର୍କ ଖବରରେ କିଛି ନକହି ହସି ଦେଇଥିଲେ। କହିଥିଲେ ଏହି ଉତ୍ତରରେ କେବଳ ମୁଁ ହସିପାରିବି। ଏହାକୁ ଶୁଣିବା ପରେ ୟୁଜର୍ସ ସେମାନଙ୍କର ପ୍ରଶ୍ନର ଉତ୍ତର ମଧ୍ୟ ପାଇଯାଇଛନ୍ତି ବୋଲି କହୁଛନ୍ତି। କହିବାକୁ ଗଲେ ନାଗା ସାମନ୍ଥାଙ୍କୁ ଛାଡପତ୍ର ଦେଇଛନ୍ତି। ଦୁହେଁ ୨୦୧୭ରେ ବିବାହ କରିଥିଲେ। ୨୦୨୧ରେ ପରସ୍ପରକୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ନାଗା ଏବଂ ସାମନ୍ତ ଦୁହେଁ ତାଙ୍କ ଜୀବନରେ ଆଗକୁ ବଢିଗଲେଣି।