ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କୋରାପୁଟ: ଉତ୍ତରପ୍ରଦେଶ ଆମରୋହା ଜିଲ୍ଲା ଅନ୍ତର୍ଗତ ଉମହେଡା ଗାଁରୁ କୋରାପୁଟ ଆସିଥିବା ଯୁବକ ଅବଦୁଲ ମାନ୍ନାଙ୍କୁ ଯୋଜନାବଦ୍ଧ ଭାବେ କରାଯାଇଥିଲା ଅପହରଣ। ୩ଦିନ ଧରି ନିର୍ମାଣାଧୀନ କୋଠାରେ ରଖି ନିର୍ଯାତନା ଦେଇ ପରିବାର ଲୋକଙ୍କୁ ଫୋନ୍ କରି ୨୫ଲକ୍ଷ ଟଙ୍କା ମାଗିଥିଲେ ଅପହର୍ତ୍ତା। ପୁଲିସ ନିକଟରେ ଅଭିଯୋଗ ପହଞ୍ଚିବା ପରେ ଅପହୃତଙ୍କୁ ଉଦ୍ଧାର କରାଯାଇଛି।
ପୁଲିସ କହିବା ଅନୁସାରେ, ଗଞ୍ଜେଇ ମାମଲାରେ ଗିରଫ ହୋଇଥିବା ଅବଦୁଲଙ୍କ ଭାଇ ମୁଜାଜିମ୍ ଜେଲ୍ ଭିତରେ ପେସାଦାର ଅପରାଧୀ ଶେଖ୍ ଜାଭେଦ ସଂସ୍ପର୍ଶରେ ଆସିଥିଲା। ଘନିଷ୍ଠତା ବଢ଼ିବାରୁ ଜାମିନ ପାଇଁ ଭଲ ଓକିଲଙ୍କ ସନ୍ଧାନରେ ରହିଥିବା ନେଇ ମୁଜାଜିମ୍ ଦିନେ ଜାଭେଦକୁ କହିଥିଲା। କିନ୍ତୁ, ଜାଭେଦ ଭଲ ଓକିଲଙ୍କ ଠିକଣା ଦେବାବଦଳରେ ଅପହରଣ ଷଡ଼୍ଯନ୍ତ୍ର ପ୍ରସ୍ତୁତ କରିଥିଲା। ଓକିଲଙ୍କ ସହ କଥାବାର୍ତ୍ତା ହେବା ଆଳରେ ଡକାଇବାରୁ ଉତ୍ତରପ୍ରଦେଶରୁ ଆସିଥିବା ଅବଦୁଲ ସେହି ଯୋଜନାରେ ଫସି ଯାଇଥିଲେ। ଅପରାଧୀଙ୍କ ଯୋଜନା ଅନୁସାରେ କଫି ବୋର୍ଡ ନିକଟରୁ ଅବଦୁଲଙ୍କୁ ପିଣ୍ଟୁ ଖରା ଓ ମନୋଜ ଖୋସଲା ଅପହରଣ କରିଥିଲେ। ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟର ନିର୍ମାଣାଧୀନ କୋଠାରେ ବନ୍ଦୀ କରି ରଖିଥିଲେ। ଉଲଗ୍ନ କରି ମାଡ଼ ମରିବା ସହ ଏଟିଏମ୍ କାର୍ଡ ନେଇ ୩୦ହଜାର ଟଙ୍କା ଉଠାଇଥିଲେ। ପରବର୍ତ୍ତୀ ସମୟରେ ଅବଦୁଲଙ୍କ ମୋବାଇଲରୁ ହିଁ ତାଙ୍କ ଘରକୁ ଫୋନ୍ କରି ୨୫ଲକ୍ଷ ଟଙ୍କା ମାଗିଥିଲେ। ୩ଦିନ ଧରି ଅନିଲ ଟାକିରି ଅବଦୁଲଙ୍କୁ ଜଗି ରହିଥିଲା।
୧୯ତାରିଖରେ ନିର୍ମାଣାଧୀନ କୋଠା ଭିତରୁ ଅବଦୁଲଙ୍କୁ ଉଦ୍ଧାର କରିବା ସହିତ ପିଣ୍ଟୁ , ମନୋଜ ଓ ଅନିଲ ସମେତ ୫ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ତେବେ, ପୁଲିସ ପହଞ୍ଚିବା ପୂର୍ବରୁ ହିଁ ଜାଭେଦର ଭଉଣୀ ସାଲିନା ଏବଂ କାର୍ ଡ୍ରାଇଭର ଫେରାର ହୋଇଯାଇଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l