ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ: ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ସହିଦ ହୋଇଥିବା ସୈନିକଙ୍କ ପତ୍ନୀଙ୍କ ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଦେଶ ପାଇଁ ନିଜ ଜୀବନ ଦେଇଥିବା ସୈନିକଙ୍କ ବିଧବା ପତ୍ନୀଙ୍କ ମାମଲା ପ୍ରତି ତୁରନ୍ତ ଦୃଷ୍ଟି ଦିଆଯିବା ଉଚିତ ବୋଲି କହିଛନ୍ତି।
ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଛତ୍ରପୁର ତହସିଲଦାର ସହିଦଙ୍କ ପତ୍ନୀ ଭାବେ ଆବେଦନକାରୀଙ୍କୁ ମିଳିଥିବା ଜମିର ଅାବଣ୍ଟନ ନିର୍ଦ୍ଦେଶ ଖୋଜି ବାହାର କରିବେ। ତହସିଲଦାର ନିଜ ରେକର୍ଡରୁ ଏହି ଅାବଣ୍ଟନ ନିର୍ଦ୍ଦେଶ ଖୋଜି ବାହାର କରିବେ। ଯଦି ଆବଶ୍ୟକ ପଡ଼େ, ତେବେ ୮୦ ବର୍ଷ ବୟସ୍କା ଆବେଦନକାରୀଙ୍କ ଘରକୁ ନିଜେ ଯିବେ। ଆବେଦନକାରୀଙ୍କୁ ତହସିଲ କାର୍ଯ୍ୟାଳୟକୁ ଆସିବାକୁ କୁହାଯିବ ନାହିଁ। ୧୫ ଦିନ ଭିତରେ ଯଦି ଏହି ରେକର୍ଡ ନ ମିଳେ, ତେବେ ଆବେଦନକାରୀ ସହିଦ ପତ୍ନୀ ଭାବେ ଦଖଲରେ ଥିବା ଜମିର ରେକର୍ଡ ଅଫ୍ ରାଇଟ୍ସ ଦେଢ଼ମାସ ଭିତରେ ପ୍ରସ୍ତୁତ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପ୍ରତି ଜରୁରୀ ଧ୍ୟାନ ଆବଶ୍ୟକ ଥିବାବେଳେ ଗଞ୍ଜାମ ଜିଲ୍ଲାପାଳ ଏହି ପ୍ରସଙ୍ଗ ତଦାରଖ କରିବେ। ଏଥିସହିତ ନିର୍ଦ୍ଦେଶ କାର୍ଯ୍ୟକାରୀ ସଂପର୍କିତ ରିପୋର୍ଟ ଦୁଇ ମାସ ଭିତରେ ଜିଲ୍ଲାପାଳ ଦାଖଲ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏମ.ରାଜାମ୍ମାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୭୧ ଯୁଦ୍ଧରେ ଆବେଦନକାରୀଙ୍କ ସ୍ବାମୀ ସହିଦ ହୋଇଥିଲେ। ତାଙ୍କୁ ସହିଦ ପତ୍ନୀ ପରିଚୟପତ୍ର ଓ ସରକାରଙ୍କ ତରଫରୁ ଜମି ଆବଣ୍ଟନ କରାଯାଇଥିଲା। ୧୯୭୬ରେ ତାଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଥିଲା। ୧୯୯୯ ମହାବାତ୍ୟାରେ ଗଞ୍ଜାମର ବାସିନ୍ଦା ଆବେଦନକାରୀଙ୍କ ଜମି ପଟ୍ଟା ଓ ଅନ୍ୟାନ୍ୟ ନଥିପତ୍ର ନଷ୍ଟ ହୋଇ ଯାଇଥିଲା। ନଷ୍ଟ ହୋଇଥିବା ଜମି ପଟ୍ଟା ପ୍ରଦାନ କରିବାକୁ ଛତ୍ରପୁର ତହସିଲଦାର ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ବାରମ୍ବାର ଅନୁରୋଧ ପରେ ମଧ୍ୟ ଏହି ପ୍ରସଙ୍ଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଏହାପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l