ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ସୋର: ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ଅନ୍ତର୍ଗତ ପୁରୁବାଈ କନ୍ୟାଶ୍ରମରେ ୨୬ଜଣ ଅନ୍ତେବାସିନୀ ଅସୁସ୍ଥ ଘଟଣାରେ ଆଜି ରାତିରେ ୬ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଗତ ଶୁକ୍ରବାର ଦିନ ଏହି କନ୍ୟାଶ୍ରମରେ ୩ ଜଣ ଅନ୍ତେବାସିନୀ ବାନ୍ତିକରି ଗୁରୁତର ଅସୁସ୍ଥ ହୋଇ ସୋର ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ସମସ୍ତଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଜଣେ ଅନ୍ତେବାସିନୀଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୨ ଜଣ ଚିକିତ୍ସିତ ହେଉଛନ୍ତି।
ବାଲେଶ୍ୱର ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଶନିବାର ଦିନ ଏକ ମେଡିକାଲ ଟିମ କନ୍ୟାଶ୍ରମରେ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ୨୯ ଜଣଙ୍କ ସାମ୍ପଲ ସଂଗ୍ରହ କରିଥିଲେ ଏବଂ ୨୬ ଜଣ ଅସୁସ୍ଥ ସୋର ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଗତକାଲି ସନ୍ଧ୍ୟାରେ ୨୯ ସାମ୍ପଲ ମଧ୍ୟରୁ ୫ ଜଣ ମସ୍ତିଷ୍କ ପ୍ରବାହ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ଅନ୍ୟ ଜଣେ ଗୁରୁତ୍ତର ଥିବା ଅନ୍ତେବାସିନୀଙ୍କ ସମେତ ମୋଟ ୬ ଜଣଙ୍କୁ ରାତିରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବାଲେଶ୍ୱର ସ୍ଥାନାନ୍ତରିତ ହୋଇଥିବା ଅନ୍ତେବାସିନୀମାନେ ହେଲେ ଗୀତା ସିଂ(୧୦), ଭାଗ୍ୟଶ୍ରୀ ମଲିକ (୨୬), ଲଷ୍ମୀରାଣୀ ସିଂ (୧୫), ସଞ୍ଜନା ନାୟକ (୧୪), ପାନୀ ମାଝୀ (୬) ଓ ସୀତା ହାଂସଦା (୬)।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l