ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ତାଳଚେର: ତାଳଚେର ସରକରଖନାର ଖଜଣା ବାକିକୁ ନେଇ ୨୦୨୨ ନଭେମ୍ବର ମାସ ୫ ତାରିଖରେ ‘ତାଳଚେର ସାର କାରଖାନାର ୧୬ ଲକ୍ଷରୁ ଅଧିକ ଟଙ୍କା ଖଜଣା ବାକି ଶୀର୍ଷକରେ ଏକ ବିସ୍ତୃତ ରିପୋର୍ଟ ‘ସମ୍ବାଦରେ ପ୍ରକାଶ ପାଇଥିଲା। ଖବର ପ୍ରକାଶ ପାଇବା ପରେ ତାଳଚେର ଉପଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ତହସିଲଦାର ଓ କାରଖାନା କର୍ତୃପକ୍ଷଙ୍କ ପର୍ଯ୍ୟନ୍ତ ସବୁଠି ତତ୍ପରତା ପ୍ରକାଶ ପାଇଥିଲା। ଯାହାକୁ ନେଇ ତାଳଚେରର ସୂଚନା ଅଧିକାର କର୍ମୀ ଦେବ ପ୍ରସାଦ ସାହୁ ତାଳଚେର ଉପଜିଲ୍ଲାପାଳ ଓ ରାଜସ୍ବ ବିଭାଗକୁ ଲିଖିତ ଭାବେ ଅଭିଯୋଗ କରି ବକେୟା ଥିବା ଖଜଣାକୁ ଆଦାୟ କରିବାକୁ ଅନୁରୋଧ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ଉପଜିଲ୍ଲାପାଳ ତାଳଚେର ତହସିଲଦାରଙ୍କୁ ଏକ ରିପୋର୍ଟ ମାଗିଥିଲେ। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ତହସିଲଦାର ସଙ୍ଗେ ସଙ୍ଗେ ଗୋବରା ରାଜସ୍ବ ନିରୀକ୍ଷକଙ୍କୁ ପତ୍ର ସଂଖ୍ୟା ୪୬୨୫/୧୨-୧୨-୨୦୨୨ ଅନୁଯାୟୀ ୩ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ରାଜସ୍ବ ନିରୀକ୍ଷକ ବକେୟା ରିପୋର୍ଟ ଉପରେ ତଦନ୍ତ କରି ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଏହି ରିପୋର୍ଟ ଆଧାରରେ ତହସିଲଦାର ସାର କାରଖାନାର ଜେନେରାଲ ମ୍ୟାନେଜର୍ଙ୍କୁ ପତ୍ର ସଂଖ୍ୟା ୬୪୪/୬-୨-୨୩ରେ ନିର୍ଦ୍ଦେଶ ଦେଇଥିଲେ ଯେ କାରଖାନା ଉପରେ ୨୦ ଲକ୍ଷ ୫୯ ହଜାର ୩୬୦ ଟଙ୍କା ଖଜଣା ବାକି ରହିଛି। ଏହି ବକେୟା ଖଜଣା ଚଳିତ ମାସ ୧୪ ତାରିଖ ଭିତରେ ତହସିଲଦାରଙ୍କ କାର୍ଯ୍ୟାଳୟରେ ଜମା ଦେବାକୁ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ କାରଖାନାର କର୍ତୃପକ୍ଷ ବକେୟା ଖଜଣା ଏଯାଏଁ ପୈଠ କରି ନଥିବା ଜଣାପଡ଼ିଛି।
ବିଳମ୍ବ ହେଲେ ଜରିମାନା ବି ବଢ଼ିବ: ଉପଜିଲ୍ଲାପାଳ
ବକେୟା ଖଜଣା ଦଆଯିବ କି ନାହିଁ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ: କାରଖାନା ଅଧିକାରୀ
ଏ ନେଇ କାରଖାନା ଅଧିକାରୀ ଡା. ପିକେ ବରାଳଙ୍କୁ ପଚାରିବାରୁ ସେ କହିଥିଲେ, ତାଳଚେର ସାର କାରଖାନାର କୌଣସି ଖଜଣା ଟଙ୍କା ବାକି ନାହିଁ। ଉପଜିଲ୍ଲାପାଳ ଓ ତହସିଲଦାର ଏକ ମିଥ୍ୟା ଅଭିଯୋଗକୁ ଭିତ୍ତି କରି କାରଖାନାକୁ ବଦନାମ୍ କରୁଛନ୍ତି। ଏଥି ସହିତ ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଏମିତି ଅନେକ ଚିଠି ଆସୁଛି, ଚିଠିରେ ଯାହା ଲେଖା ହୁଏ ତାହା କଣ କାର୍ଯ୍ୟକାରୀ ହୁଏ କି ବୋଲି ଓଲଟା ପ୍ରଶ୍ନ କରିଥିଲେ। ଏଥି ସହିତ ସେ କହିଛନ୍ତି, କାରଖାନାର ଉପରେ ରହିଥିବା ବକେୟା ଖଜଣା ଟଙ୍କା ଦିଆଯିବ କି ନାହିଁ ତାହା କେନ୍ଦ୍ର ସରକାର ନିଷ୍ପତ୍ତି ନେବେ। ସେ ଏଥିରେ କିଛି କରି ପାରିବେ ନାହିଁ ବୋଲି କହିଥିଲେ। ଅନ୍ୟପକ୍ଷରେ ଏ ନେଇ ତାଳଚେର ଉପଜିଲ୍ଲାପାଳ ବିଶ୍ବ ରଞ୍ଜନ ରଥଙ୍କୁ ପଚାରିବାରୁ ସେ କହିଛନ୍ତି, ତାଳଚେର ସାର କାରଖାନାର ବକେୟା ରହିଥିବା ଖଜଣା ୧୬ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇ ୨୦ ଲକ୍ଷ ଟଙ୍କା ହୋଇଛି। ଯାହାକି ଚଳିତ ମାସ ୧୪ ତାରିଖରେ ଦେବାକୁ ନୋଟିସ୍ କରାଯାଇଥିଲା। କିନ୍ତୁ ଏହି ଖଜଣା ଏଯାଏଁ ଦାଖଲ କରାଯାଇ ନାହିଁ। ଖଜଣା ଦେବାରେ ଯେତିକି ବିଳମ୍ବ ହେବ, ଜରିମାନା ସେତିକି ବଢ଼ି ବଢ଼ି ଚାଲିବ ବୋଲି ଶ୍ରୀ ରଥ କହିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l