ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କେନ୍ଦୁଝର: ଚେକ୍ଡ୍ୟାମ୍ ନିର୍ମାଣ ନାମରେ ପୋଷାଯାଉଛି ଠିକାଦାର ଏବଂ ଧଳାହାତୀ। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ରୁ ଏହାର ଗୋଟିଏ ପରେ ଗୋଟିଏ ଚିତ୍ର ସାମ୍ନାକୁ ଆସୁଛି। ପୂର୍ବରୁ ଖୋଲା ପଡ଼ିଆରେ ଚେକ୍ଡ୍ୟାମ୍ ହୋଇଥିବା ନେଇ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏବେ ରାଇସୁଆଁ ପଞ୍ଚାୟତରେ ଜଙ୍ଗଲ ଭିତରେ ୨୦ଟି ଚେକ୍ଡ୍ୟାମ୍ ନିର୍ମାଣ ହୋଇଥିବା ଜଣାପଡ଼ିଛି। ଆଖପାଖରେ ଚାଷ ଜମି ନାହିଁ । ପାଣି କେଉଁଠୁ ଆସିବ ତା’ର ଠିକଣା ନାହିଁ। ତଥାପି ପ୍ରକଳ୍ପ ପାଇଁ ଯୋଜନା ପ୍ରସ୍ତୁତ କରି ସରକାରୀ ଅନୁଦାନ ବ୍ୟୟ କରିଛନ୍ତି ଯନ୍ତ୍ରୀ ଓ ଉପରିସ୍ଥ ବାବୁମାନେ। ୨୦ଟି ଚେକ୍ଡ୍ୟାମ୍ ନାମରେ ୧ କୋଟି ୫୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଏହା କୌଣସି କାମରେ ଆସୁନି। ପ୍ରାପ୍ତ ସୂଚନା ଅନୁସାରେ, ୨୦୧୫-୧୬ରେ ରାଣୀବେଡ଼ା ଗ୍ରାମରେ ୧୦ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ମାଝୀମୁଣ୍ଡା କ୍ରସ୍ଡ୍ୟାମ୍, ୨୦୧୬-୧୭ରେ ୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଭୁଆଁମୁଣ୍ଡା ଚେକ୍ଡ୍ୟାମ୍, ୨୦୨୦-୨୧ରେ ୯ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଖଣ୍ଡିଧରା ଚେକ୍ଡ୍ୟାମ୍ କାମ ଅତ୍ୟନ୍ତ ନିମ୍ନମାନର ହୋଇଛି। ସେହିପରି ୨୦୨୨-୨୩ରେ ରାଣୀବେଡ଼ା ନାଳରେ ୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଚେକ୍ଡ୍ୟାମ୍ ଓ ସମାକୁଦ ଗ୍ରାମରେ ୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଯାଉଗଉଣ୍ଡା ଚେକ୍ଡ୍ୟାମ୍ କାର୍ଯ୍ୟ ମଧ୍ୟ ଅତ୍ୟନ୍ତ ନିମ୍ନମାନରେ ହୋଇଛି। ଏସବୁ ଚେକ୍ଡ୍ୟାମ୍ ଜଙ୍ଗଲ ଭିତରେ ଥିବାବେଳେ ନିକଟରେ କୌଣସି ଚାଷଜମି ନାହିଁ।
ଚାଷୀ ନାହାନ୍ତି କି ଚାଷଜମି
୧. ୫୧ କୋଟି ଟଙ୍କା ଅପବ୍ୟୟ
କେବଳ କାଗଜପତ୍ରରେ ମାଝୀମୁଣ୍ଡା ଚେକ୍ଡ୍ୟାମ୍
୨୦୨୦-୨୧ରେ ରାଣୀବେଡ଼ା ଗ୍ରାମରେ ୯ ଲକ୍ଷ ଟଙ୍କା ବ୍ୟୟରେ ମାଝୀମୁଣ୍ଡା ଚେକ୍ଡ୍ୟାମ୍ ନିର୍ମାଣ ହୋଇଥିବା କାଗଜପତ୍ରରେ ଦର୍ଶାଯାଇଛି। ମାତ୍ର ଏଠାରେ ବାସ୍ତବରେ କୌଣସି ଚେକ୍ଡ୍ୟାମ୍ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେହିପରି ଏହି ପଞ୍ଚାୟତର ବୀରବରପୁର ଗ୍ରାମରେ ୭ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ହୋଇଥିବା ମାଛିନାଦର ଚେକ୍ଡ୍ୟାମ୍, ୭ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ବାଟନାଳୀ ଚେକ୍ଡ୍ୟାମ୍, ୭ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ଚାରିଗଛିଆ ଆଡ଼ିବନ୍ଧ କାର୍ଯ୍ୟ ମଧ୍ୟ ସନ୍ତୋଷଜନକ ନଥିବା ଜଣାପଡ଼ିଛି। ସେହିପରି ମାରଦା ଗ୍ରାମରେ ୭ ଲକ୍ଷ ବ୍ୟୟରେ ନିର୍ମାଣ ହୋଇଥିବା ହୋଇଥିବା ଜମୁଗାଡ଼ିଆ ଚେକ୍ଡ୍ୟାମ୍, ୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଭାଲୁଦରୀ ଜମ୍ବୁଖୋଳା ଚେକ୍ଡ୍ୟାମ୍, ୧୦ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ଗୁଣ୍ଡିଚାପରୀ ଡ୍ୟାମ୍, ରାଇସୁଆଁ ଗ୍ରାମରେ ୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଅଉଣିଆମୁଣ୍ଡା ଚେକ୍ଡ୍ୟାମ୍, ୭ ଲକ୍ଷ ଟଙ୍କା ବ୍ୟୟରେ ରାଇସୁଆଁ ନାଳରେ ନିର୍ମାଣ ହୋଇଥିବା ଚେକ୍ଡ୍ୟାମ୍ ପାଖରେ ଆଦୌ ଚାଷଜମି ନଥିବା ଜଣାପଡ଼ିଛି। ଏ ସମସ୍ତ ଚେକ୍ଡ୍ୟାମ୍ ଜଙ୍ଗଲ ଭିତରେ ଅଛି। ସେହିପରି ୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବାଟମୁଣ୍ଡା ଚେକ୍ଡ୍ୟାମ୍ ଓ କେନାଲ ନିର୍ମାଣ ଅଧାପନ୍ତରିଆ ହୋଇପଡ଼ିଥିଲେ ମଧ୍ୟ କାମ ସମ୍ପୂର୍ଣ୍ଣ ହୋଇଯାଇଥିବା ଦର୍ଶାଯାଇଛି।
ଏହାଛଡ଼ା ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପୋଖରୀଚପଲ ଡ୍ୟାମ୍ ଓ କେନାଲ (ଗୁରୁବଘାଟ), ନୂଆଗାଁରେ ୭ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଭଙ୍ଗାବେଡ଼ା ଚେକ୍ଡ୍ୟାମ୍, ୯ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ପକାଘର ଚେକ୍ଡ୍ୟାମ୍ ଏବଂ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଗହଳକଣ୍ଟା ଚେକ୍ଡ୍ୟାମ୍ରୁ ବୁନ୍ଦେ ଜଳ ଚାଷଜମିକୁ ମାଡ଼ୁନାହିଁ। ଏଠାରେ ଚେକ୍ଡ୍ୟାମ୍ ନିର୍ମାଣ କରାଯାଇ ଅଯଥା ଅର୍ଥଶ୍ରାଦ୍ଧ କରାଯାଇଛି। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ, କୌଣସି ନାଳରେ ଚେକ୍ଡ୍ୟାମ୍ ନିର୍ମାଣ ପାଇଁ ସେଠାରେ ଚାଷଜମି ରହିବା ଆବଶ୍ୟକ। ସେହିପରି କ୍ଷୁଦ୍ର ଜଳସେଚନ ବିଭାଗର ଯନ୍ତ୍ରୀ ଏବଂ ବ୍ଲକ୍ର ଯନ୍ତ୍ରୀ ମିଳିତ ଭାବେ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରି ସେଠାରେ ଚେକ୍ଡ୍ୟାମ୍ ନିର୍ମାଣର ଆବଶ୍ୟକତା ଅଛି କି ନାହିଁ ତାହା ସ୍ଥିର କରିବେ। ଏହାଛଡ଼ା ଚେକ୍ଡ୍ୟାମ୍ ନିର୍ମାଣ ପାଇଁ ସ୍ଥାନୀୟ ଚାଷୀଙ୍କ ସହମତି ରହିବା ମଧ୍ୟ ଆବଶ୍ୟକ। ମାତ୍ର, ଏଠାରେ ସରକାରୀ ମାର୍ଗଦର୍ଶିକାକୁ ଅନୁସରଣ ନ କରି ମନଇଚ୍ଛା ଚେକ୍ଡ୍ୟାମ୍ ନିର୍ମାଣ କରାଯାଇଛି
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l