ବିପଦସଂକୁଳ ଅଙ୍ଗନବାଡ଼ି କେନ୍ଦ୍ର: ୫ବର୍ଷ ଧରି ଗଛମୂଳେ ପାଠପଢ଼ା
ଖିଚିଂ: ବର୍ଷେ କି ଦୁଇବର୍ଷ ନୁହେଁ ୫ବର୍ଷରୁ ଊର୍ଦ୍ଧ୍ବ ହେଲାଣି ଗଛମୂଳେ ଚାଲିଛି ପୋଖରିଆ ଅଙ୍ଗନବାଡି କେନ୍ଦ୍ର। ଏପରି ଘଟଣା ଦେଖିବାକୁ ମିଳିଛି ଶୁକୃଳି ଅନ୍ତର୍ଗତ ବାରିଆ ପଞ୍ଚାୟତ ପୋଖରିଆ ଗ୍ରାମରେ। ବର୍ଷାଦିନ ଅଙ୍ଗନବାଡି କେନ୍ଦ୍ର ଛାତରୁ ପାଣିଗଳି ଭିତରେ ପାଣି ଜମୁଛି। ଛାତ ଦୁର୍ବଳ ହୋଇ କଂକ୍ରିଟ ଖସୁଛି। ଛାତ ତଳେ ବସୁଥିବା କୋମଳମତି ଶିଶୁଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ନେଇ ଗ୍ରାମବାସୀ ଶିଶୁମାନଙ୍କୁ କେନ୍ଦ୍ରକୁ ଯିବାକୁ ବାରଣ କରିଛନ୍ତି। ପ୍ରଶାସନକୁ ମଧ୍ୟ ଅବଗତ […]