ଇସ୍ପାତ ସହରରେ ନେପାଳୀ ସଂସ୍କୃତି
ରାଉରକେଲା: ଭିନ୍ନ ଭିନ୍ନ ସଂପ୍ରଦାୟ, କଳା, ସଂସ୍କୃତି ଓ ଭାଷାକୁ ଏକତା ସୂତ୍ରରେ ବାନ୍ଧି ରଖିଛି ଷ୍ଟିଲ୍ ସିଟି ରାଉରକେଲା। ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଲୋକ ପରବର୍ତ୍ତୀ ଅବସ୍ଥାରେ ରାଉରକେଲା ସହରକୁ ନିଜ କର୍ମକ୍ଷେତ୍ର ରୂପେ ବାଛିନେଇ ଭାଇଚାରା ସୃଷ୍ଟି କରିଛନ୍ତି। ଏପରିକି ପଡ଼ୋଶୀ ଦେଶ ନେପାଳର ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଝଲକ୍ ମଧ୍ୟ ଏ ସହରରେ ରହିଛି। ପ୍ରତିମାସ ପଞ୍ଚମୀରେ ସହରର ବିଭିନ୍ନ ସ୍ଥାନରେ ରହୁଥିବା ନେପାଳୀ ଭାଇ ଭଉଣୀ ଏକତ୍ରିତ ହୁଅନ୍ତି। […]