ଅପରାଧ ରାଜ୍ୟ

ଭିନ୍ନମୋଡ଼ ନେଲା ପରିବାରର ୩ ମୃତ୍ୟୁ ଘଟଣା

କଟକ : ବିଷାକ୍ତ ଚାଟ୍‌ ଖାଇ ‌ମା’, ପୁଅ ଓ ଝିଅଙ୍କ ଦୁଃଖଦ ମୃତ୍ୟୁ ଘଟଣା ଏବେ ଭିନ୍ନମୋଡ଼ ନେଇଛି। ନିଜ ସ୍ତ୍ରୀ ଓ ଦୁଇପିଲାଙ୍କୁ ବାପା ବିଷ ଦେଇ ହତ୍ୟା କରିଥିବା ନେଇ ଶ୍ବଶୁର ଅଭିଯୋଗ କରିଛନ୍ତି। ବଡ଼ମ୍ବା ପୁଲିସ ଅଭିଯୋଗକୁ ଭିତ୍ତିକରି ହତ୍ୟା ମାମଲା ରୁଜୁ କରିଛି। ଅନ୍ୟପଟେ ଶବବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ଆସି ନ ଥିବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିନି। ରିପୋର୍ଟ ମିଳିବାପରେ ପୁଲିସ ରୁଜୁ କରିଥିବା ହତ୍ୟା ମାମଲା […]

ଅପରାଧ ରାଜ୍ୟ

ଜଙ୍ଗଲରେ ଝୁଲୁଛି ଅଜଣା ମୃତଦେହ, ହତ୍ୟା ସନ୍ଦେହ

ତେଲକୋଇ ୧୯।୦୯ : ଜଙ୍ଗଲରେ ଝୁଲୁଛି ଅଜଣା ମୃତଦେହ । କେନ୍ଦୁଝର ଜିଲ୍ଲା ସମାକୋଇ ସଂରକ୍ଷିତ ଜଙ୍ଗଲର ଧୋବାଡିହା ଜଙ୍ଗଲରୁ ଠାବ ହୋଇଛି ମୃତଦେହ । ତେଲକୋଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ପାରିପାର୍ଶ୍ୱିକ ସ୍ଥିତିରୁ କେହି ହତ୍ୟା କରି ଟାଙ୍ଗୀ ଦେଇଥିବା ସନ୍ଦେହ କରାଯାଉଛି । ମୃତଦେହଟି ୫/୬ ଦିନ ପୂର୍ବରୁ ବୋଲି ଜଣାପଡୁଥିବା ବେଳେ ଜଙ୍ଗଲର ଏକ ଶାଳଗଛରେ ଝୁଲିକି ରହିଛି। ଆଖପାଖ ଗାଁଲୋକେ ଝୁଲନ୍ତା ମୃତଦେହର […]

ଅପରାଧ ରାଜ୍ୟ

୯ ବର୍ଷରେ ୬୯ଜଣଙ୍କୁ ଏସିଡ୍‌ ମାଡ଼; ଆଗରେ ଯାଜପୁର, ତଳକୁ ଦ୍ବୈତନଗରୀ

ଭୁବନେଶ୍ବର : ଦିନକୁ ଦିନ ରାଜ୍ୟରେ ଏସିଡ୍‌ ଆକ୍ରମଣ ଘଟଣା ବଢ଼ି ବଢ଼ି ଚାଲିଛି। କେତେବେଳେ କିଏ ପ୍ରେମରେ ବିଫଳ ହୋଇ ପ୍ରେମିକାକୁ ଏସିଡ୍‌ ମାଡ଼ କଲାଣି ତ ଆଉ କେତେବେଳେ କେହି ଜାଗାବାଡ଼ି ବିବାଦକୁ ନେଇ ହେଉ କିମ୍ବା ସୁଧ କାରବାରକୁ ନେଇ। ଦୁଇ ଦିନ ତଳେ ସମ୍ବଲପୁର ଅଇଁଠାପାଲି ଥାନା ଅଧୀନ ଫାଟକ ନିକଟରେ ଏକ ବିହାରୀ ଦମ୍ପତି ପରସ୍ପର ଝଗଡ଼ା ଲାଗିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ପତ୍ନୀ ନିଜ ପତିଙ୍କ ଦେହରେ ଏସିଡ୍‌ […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

୩୨ ବର୍ଷ ପରେ କାଶ୍ମୀର ଘାଟୀରେ ଖୋଲିଲା ସିନେମା ହଲ୍‌, ସ୍ପେଶାଲ ସ୍କ୍ରିନିଂରେ ପ୍ରଥମ ଫିଲ୍ମ ‘RRR’

ନୂଆଦିଲ୍ଲୀ ୧୯।୦୯: ଧାରା ୩୭୦ ଏବଂ ୩୫-ଏ ଅପସାରଣ ପରେ ୩୨ବର୍ଷ ପରେ ଏବେ ଜାମ୍ମୁ କାଶ୍ମୀରର ଶୋପିଆନ୍ ଏବଂ ପୁଲୱାମାରେ ସିନେମା ହଲ୍ ଖୋଲିବ। ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ରବିବାର ଏହି ଉଭୟ ମଲ୍ଟିପ୍ଲେକ୍ସର ଲୋକାର୍ପଣ କରିଛନ୍ତି। ତେବେ ‘ଶ୍ରଦ୍ଧା’ କାରଣରୁ ଆସନ୍ତା ସପ୍ତାହରୁ ଏହି ସିନେମା ଗୁଡ଼ିକର ବ୍ୟବସାୟିକ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା ଚାଲିଛି। ଅର୍ଥାତ୍ ଆସନ୍ତା ସପ୍ତାହରେ ଶୋପିଆନ୍ ଏବଂ ପୁଲୱାମା ଲୋକମାନେ ବଡ଼ ପରଦାରେ ସିନେମା ଦେଖିବାର ମଜା […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଲିହରଚଣ୍ତୀଙ୍କ ପୀଠରେ ଷୋଳ ପୂଜା: ମହାଲକ୍ଷ୍ମୀଙ୍କ ବେଶରେ ଦର୍ଶନ ଦେଲେ ମା’

ବ୍ରହ୍ମଗିରି : ମା’ବାଲିହରଚଣ୍ତୀଙ୍କ ପୀଠରେ ଗତକାଲିଠାରୁ ଷୋଳ ପୂଜା ନୀତି ଆରମ୍ଭ ହୋଇଛି। ଗତକାଲି ସକାଳେ ମା’ କାଳୀଙ୍କ ବେଶରେ ଦର୍ଶନ ଦେଇଥିବା ବେଳେ ସନ୍ଧ୍ୟାରେ ମା’ ଭୁବନେଶ୍ବରୀଙ୍କ ବେଶରେ ଦର୍ଶନ ଦେଇଥିଲେ। ଦ୍ବାରପାଳ ପୂଜା, ସୂର୍ଯ୍ୟପୂଜା, ରୋଷହୋମ ନୀତି, ଗୋପାଳ ବଲ୍ଲଭ ଏବଂ ସହସ୍ର କୁମ୍ଭ ବରଣ ନୀତି ବଢ଼ିଥିଲା। ପ‌ବିତ୍ର ତୀର୍ଥରୁ ଜଳ ସଂଗ୍ରହ କରାଯାଇ ମା’ଙ୍କ ପୀଠକୁ ଅଣାଯାଇଥିଲା। ପବିତ୍ର ଜଳରେ ଚନ୍ଦନ, କେଶର, କର୍ପୂର, ଜାଇଫଳ, ଯାଇପତ୍ରୀ, ଅଗୁର, କୁଙ୍କୁମ ପ୍ରଭୃତି […]

ଖେଳ ରାଜ୍ୟ

କଟକ ଗସ୍ତ କରି ଏସସିବି ବଡ଼ ମେଡିକାଲ ସମ୍ପ୍ରସାରଣ କାର୍ଯ୍ୟର ସମୀକ୍ଷା କଲେ ୫ଟି ସଚିବ ଭିକେ ପାଣ୍ଡିଆନ୍

କଟକ: କଟକରେ ୫ଟି ସଚିବ ଭିକେ ପାଣ୍ଡିଆନ। କଟକ ଗସ୍ତ କାଳରେ ସେ ଏସସିଵି ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲ କାର୍ଯ୍ୟ ସମେତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏଥିସହିତ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳଙ୍କ ସହ ମଧ୍ୟ କଲେ ଆଲୋଚନା। ୨୦୨୩ ସୁଦ୍ଧା ଏସସିବି ସମ୍ପ୍ରସାରଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ସହ ଉନ୍ନତମାନର କାମ କରାଯିବା ନେଇ ନିର୍ଦେଶ ଦେଇଛନ୍ତି ୫ଟି ସଚିବ। ଏହାସହ ପାର୍କିଂ ସ୍ଥାନ ଓ କେନାଲ ରୋଡ କାମକୁ ତ୍ୱରାନ୍ୱିତ […]

ଅପରାଧ ରାଜ୍ୟ

ପ୍ରତିଶୃତି ଦେଇ ଭୁଲିଗଲା ପ୍ରଶାସନ, ସହାୟତା ପୂରଣ ଦାବିରେ ଚାଷୀଙ୍କ ରାଜରାସ୍ତା ଅବରୋଧ

କୁଚିଣ୍ଡା ୧୯।୦୯ : ରାଜରାସ୍ତାରେ ଚାଷୀ । ୨୦୨୧ ମସିହା ପ୍ରଧାନମନ୍ତ୍ରୀ ଫସଲ ବୀମା ଓ ମଧ୍ୟବର୍ତ୍ତୀକାଳୀନ ସହାୟତା ଦାବିରେ ଆନ୍ଦୋଳନ । ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ ଷଣ୍ଢପଥର ଠାରେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଜମନକିରା ବ୍ଲକ ମିଳିତ କୃଷକ ସଂଗଠନ ସହ କୁଚିଣ୍ଡା ଉପଖଣ୍ଡର ଚାଷୀ ଏବଂ ବିଭିନ୍ନ ସଂଗଠନ । ରାସ୍ତାର ଉଭୟ ପଟେ ଅନେକ ଗାଡି ଅଟକି ରହିଛି। ଖବର ଅନୁଯାୟୀ, ୨୦୨୧ ମସିହା ଖରିଫ ଚାଷରେ ଅଞ୍ଚଳରେ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ସାପ୍ତାହିକ ବଜାରରେ ଲାଗିଲା ମାଓ ପୋଷ୍ଟର, ବ୍ୟାନରରେ ଲେଖା ଅଛି ୬ଟି ଦାବି

ପାଟଣାଗଡ ୧୯/୦୯: ବଲାଙ୍ଗିର ଜିଲ୍ଲାରେ ପୁଣି ମାଓ ବ୍ୟାନର ଦେଖିବାକି ମିଳିଛି । କିଛି ଦିନ ନୀରବତା ପରେ ଆଜିଭୋର ସକାଲୁ ଖପ୍ରାଖୋଲ ବ୍ଲକର ଘୁନସର ସାପ୍ତାହିକ ବଜାରର ପ୍ରାଙ୍ଗଣରେ କିଛି ମାଓ ପୋଷ୍ଟର ଟଙ୍ଗା ହୋଇଥିବା ଯୋଗୁଁ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ଏହି ବ୍ୟାନରରେ ୬ଗୋଟି ଦାବି ରଖିଛନ୍ତି । ମାଓବାଦୀଙ୍କ ୧୯ ତମ ସ୍ଥାପନା ଦିବସକୁ ଗାଁ ଗାଁରେ ଧୁମଧାମରେ ପାଳନ କରନ୍ତୁ । ଶତ୍ରୁର ଆକ୍ରମଣକୁ ପାର୍ଟିକୁ ବଞ୍ଚାଇ ରଖନ୍ତୁ […]

ଅପରାଧ ରାଜ୍ୟ

ପୋଡି ହୋଇ ମହିଳା ଗୁରୁତର, ବାପଘରକୁ ନେଲାନି ବୋଲି ଶରୀରରେ ଲଗାଇଲେ ନିଆଁ

ଉଦଳା ୧୯/୦୯: ନିଜ ବାପ ଘରକୁ ଯିବା ନିମନ୍ତେ ସ୍ୱାମୀଙ୍କୁ କହିଲେ । ପାଖରେ ଟଙ୍କା ନ ଥିବାରୁ ପରବର୍ତ୍ତୀ ସମୟରେ ଯିବା ବୋଲି କହିଥିଲେ ସ୍ୱାମୀ । ଏତିକିରେ ମାନିଲାନି ସ୍ତ୍ରୀଙ୍କ ମନ । ରାଗିଯାଇ ନିଜେ ଦେହରେ କିରୋସିନି ଢାଳି ନିଆଁ ଲଗାଇ ହେଲେ ମହିଳା । ଆଉ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ହୋଇଛନ୍ତି ଭର୍ତ୍ତି ହୋଇଛନ୍ତି । କପ୍ତିପଦା ଥାନା ତେନ୍ତୁଳିବାଡ଼ି ଗ୍ରାମରେ ଘଟିଛି ଏଭଳି ଘଟଣା । ଗ୍ରାମର ମୁନା […]

ଅପରାଧ ରାଜ୍ୟ

କାହିଁକି ଝୁଲିପଡିଲେ ଗୌରୀଶଙ୍କର ? ଘର ଭିତରୁ ମିଳିଲା ଝୁଲନ୍ତା ମୃତଦେହ

ସୋର ୧୯।୦୯ : ଘରେ ଭିତରେ ଯୁବକଙ୍କ ଆତ୍ମହତ୍ୟା | ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବରି ପଞ୍ଚାୟତର ବରି ନୟାଦା ଗାଁର ଘଟଣା । ମୃତକଙ୍କ ନାମ ଗୌରୀଶଙ୍କର ପଟ୍ଟନାୟକ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ରବିବାର ରାତିରେ ଖାଇବା ପାଇଁ ଗୌରିଶଙ୍କରଙ୍କୁ ଘରଲୋକ ଡାକିଥିଲେ । କିନ୍ତୁ ସେ ଆଉ ବାହାରକୁ ଆସିନଥିଲେ । ଘରର ଉଭୟ ପଟ […]