ଦେଶ ବିଦେଶ ମନୋରଞ୍ଜନ

ସଫଳତା ଆଶାରେ ଚୁଲ୍‌ବୁଲି ଅଭିନେତ୍ରୀ ରଶ୍ମିକା

ମୁମ୍ଵାଇ ୨୧।୦୯: ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ୍‌ ସଫଳତା ଲାଭ କରିଛନ୍ତି ଆକ୍ଟ୍ରେସ୍‌ ରଶ୍ମିକା ମନ୍ଦାନା। ବେଶ୍‌କେତୋଟି କନ୍ନଡ, ତେଲୁଗୁ, ତାମିଲ ଫିଲ୍ମରେ ମନଛୁଆଁ ଅଭିନୟ କରି ସେ ଦର୍ଶକଙ୍କ ମନ କିଣି ନେଇଛନ୍ତି । ସାଉଥ୍‌ରେ ସଫଳ ହେବା ପରେ ହିନ୍ଦୀ ସିନେଶିଳ୍ପରେ କ୍ୟାରିୟର କରିବାକୁ ପ୍ରସ୍ତୁତ ହେଉଛନ୍ତି ରଶ୍ମିକା । ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ସେ ‘ମିଶନ ମଜ୍‌ନୁ’ରେ ନାୟିକା ଭାବେ ଦେଖିବାକୁ ମିଳିବେ । ଏହି ଫିଲ୍ମର ରିଲିଜ୍‌ ତାରିଖ ଦୁଇଥର […]

ଅପରାଧ ରାଜ୍ୟ

ସ୍ୱାମୀ ସାମ୍ନାରେ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ, ଜଣେ ନାବାଳକ ସହ ୪ ଗିରଫ

ବାଲେଶ୍ବର ୨୧।୦୯ : ସ୍ବାମୀଙ୍କ ସାମ୍ନାରେ ସ୍ତ୍ରୀକୁ ଗଣଦୁଷ୍କର୍ମ । ବାଲେଶ୍ବର ସହର ଗୋଧିବସାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସ୍ବାମୀଙ୍କ ଉପସ୍ଥିତିରେ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ । ଘଟଣାରେ ଜଣେ ନାବାଳାକଙ୍କ ସମେତ ୪ ଗିରଫ । ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିର ଏହି ଘଟଣା ଘଟିଛି। ବାଲେଶ୍ବର ଷ୍ଟେସନରେ ନିଜ ସମ୍ପର୍କୀୟଙ୍କୁ ଛାଡି ଘରକୁ ଫେରୁଥିଲେ ସ୍ୱାମୀ-ସ୍ତ୍ରୀ । ଏହି ସମୟରେ ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ କରି ସ୍ତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ ଦୁର୍ବୃତ୍ତ […]

ଅପରାଧ ରାଜ୍ୟ

ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଦାନ ହୁଣ୍ଡି ଭାଙ୍ଗି ନେଇଗଲେ ଟଙ୍କା

ସୋନପୁର ୨୧।୦୯ : ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ସୋନପୁରର ଇଷ୍ଟଦେବ ସୂବର୍ଣ୍ଣମେରୁ ମନ୍ଦିର ପରିସରରେ ଥିବା କାଳୀ ମନ୍ଦିରରୁ ଦାନ ହୁଣ୍ଡି ଭାଙ୍ଗି ଲୁଟି ନେଲେ ଟଙ୍କା ଓ ପୂଜା ସାମଗ୍ରୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ମନ୍ଦିର ସେବାୟତଙ୍କ ପକ୍ଷରୁ ଲୁଟ୍‌ ହୋଇଥିବା ସୋନପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୋନପୁରର ବିଭିନ୍ନ ମନ୍ଦିରରୁ ବାରମ୍ବାର ଚୋରି ହେଉଥିବା ନେଇ ଭକ୍ତଙ୍କ ମନରେ ଅସନ୍ତୋଷ […]

ଅପରାଧ ରାଜ୍ୟ

ବିକ୍ରି ବେଳେ ମାଡିବସିଲା ପୋଲିସ, ବିରଳ ପ୍ରଜାତିର କସ୍ତୁରୀ ମୃଗ ଦାନ୍ତ ଓ ବାଘ ନଖ ଜବତ

କରଞ୍ଜିଆ ୨୧।୦୯ : ବିରଳ ପ୍ରଜାତିର କସ୍ତୁରୀ ମୃଗ ଦାନ୍ତ ଓ ବାଘ ନଖ ଜବତ। ଆନ୍ଧ୍ରପ୍ରଦେଶରୁ ଆସି ବିରଳ ପ୍ରଜାତିର କସ୍ତୁରୀ ମୃଗ ଦାନ୍ତ ସହ ବାଘ ନଖ ବିକ୍ରି କରୁଥିବା ସମୟରେ ମାଡ଼ି ବସିଲା ବନବିଭାଗ । ଖବର ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳରୁ ମଙ୍ଗଳବାର ସନ୍ଧ୍ୟା ସମୟରେ ଆନ୍ଧ୍ରପ୍ରଦେଶର ଦୁଇ ଜଣ ବ୍ୟକ୍ତି ବିରଳ ପ୍ରଜାତିର କସ୍ତୁରୀ ମୃଗ ଦାନ୍ତ ଏବଂ ବାଘ ନଖ ବିକ୍ରି କରୁଥିଲେ । ସେହି […]

ଅପରାଧ ରାଜ୍ୟ

୩୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ବରଗଡ଼ ୨୧।୦୯ : ଥମୁନି ଧଳାଜହର କାରବାର୍‌ । ବରଗଡ଼ରୁ ୩୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ ହୋଇଛି । ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣାରେ ଅଧିକା ଖୋଲତାଡ଼ କରୁଛି ପୋଲିସ । ଖବର ଅନୁଯାୟୀ, ବରଗଡ଼ ଟାଉନ୍‌ ଥାନା ମହାନ୍ତିପଡ଼ା ଅଞ୍ଚଳରେ ବ୍ରାଉନ୍‌ସୁଗାର କାରବାର ନେଇ ପୋଲିସ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହିକ୍ରମରେ ପୋଲିସ ମହାନ୍ତିପଡ଼ା ଅଞ୍ଚଳର ରାଜୁ ତାଣ୍ଡି ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି । […]

ଅପରାଧ ରାଜ୍ୟ

ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ଡ୍ରାଇଭର ଓ ମାଫିଆ ଫେରାର

ଢେଙ୍କାନାଳ ୨୧।୦୯: ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ । ଢେଙ୍କାନାଳ ସଦର ଥାନା ପୋଲିସ ଏହି ଗାଡିକୁ ଜବତ କରିଛି । ଘଟଣାସ୍ଥଳରୁ ଗାଡି ଡ୍ରାଇଭର ଓ ଗୋରୁ ମାଫିଆ ଫେରାର ହୋଇଯାଇଛନ୍ତି । ଖବର ଅନୁଯାୟୀ, ଏକ ପିକ୍ଅପ୍ ଭ୍ୟାନ୍‌ରେ ୧୭ଟି ଗୋରୁଙ୍କୁ ଅତି ଅମାନୁଷିକ ଭାବେ ବୋଝେଇ କରି ଚୋରାଚାଲାଣ କରୁଥିଲେ । ଢେଙ୍କାନାଳ ପରଜଙ୍ଗ ଅଞ୍ଚଳରୁ ଗାଡିରେ ବୋଝେଇ କରି ଆଠଗଡ଼ ତିଗିରିଆ ଅଞ୍ଚଳକୁ ଚାଲାଣ କରାଯାଉଥିଲା । ତେବେ କଙ୍କଡ଼ାହାଡ଼ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ୩୭୮୮ଜଣ ଡେଙ୍ଗୁ ରୋଗୀ, ଖୋର୍ଦ୍ଧାରେ ସର୍ବାଧିକ

ଭୁବନେଶ୍ୱର ୨୧।୦୯ : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩୭୮୮ ଡେଙ୍ଗୁ ରୋଗୀ । ୨୭ ହଜାର ୭୫୯ ସାମ୍ପୁଲ୍ ଟେଷ୍ଟ ହୋଇଥିବା ବେଳେ ଚିହ୍ନଟ ହୋଇଛନ୍ତି ୩୭୮୮ ଆକ୍ରାନ୍ତ । ଖୋର୍ଦ୍ଧାରେ ସର୍ବାଧିକ ୨୧୩୮ ହୋଇଥିବା ବେଳେ କୋରାପୁଟରେ ୩୫୯, ରାୟଗଡ଼ାରେ ୩୨୧, ମାଲକାନାଗିରିରେ ୨୩୨ ଆକ୍ରାନ୍ତ ଚିହ୍ନଟ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଏବେ ସୁଦ୍ଧା ରାଜ୍ୟରେ ସରକାରୀ ଭାବେ ଡେଙ୍ଗୁରେ […]

ଅପରାଧ ରାଜ୍ୟ

ରାଜଧାନୀରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା, ଉଭୟ ବିବାହିତ ଥାଇ ବି ପରସ୍ପରକୁ ଭଲ ପାଉଥିଲେ

ଭୁବନେଶ୍ୱର ୨୧।୦୯ : ଭରତପୁର ଥାନା ଅଞ୍ଚଳରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା । ବିଷ ପିଇ ଆତ୍ମହତ୍ୟା କଲେ ପ୍ରେମୀ ଯୁଗୋଳ । ମୃତ ପ୍ରେମିକ ନୟାଗଡ ଜିଲ୍ଲାର ସୋମନାଥ ସାହୁ । ସୋମନାଥଙ୍କର ସ୍ତ୍ରୀ ଓ ଗୋଟିଏ ପୁଅ ଅଛନ୍ତି । ମୃତ ପ୍ରେମିକା ଢେଙ୍କାନାଳ ଜିଲ୍ଲା ରାସୋଳ ଅଞ୍ଚଳର ଜଣେ ବିବାହିତା ମହିଳା ବୋଲି ଜଣାପଡିଛି । ଖବର ଅନୁଯାୟୀ, ସୋମନାଥ ଦୀର୍ଘଦିନ ହେବ ସ୍ତ୍ରୀକୁ ଛାଡି ଉକ୍ତ ବିବାହିତା ମହିଳାଙ୍କୁ ଭଲ ପାଉଥିଲେ […]

ଅପରାଧ ରାଜ୍ୟ

ନକଲି ଔଷଧ କାରବାର ମାମଲା, ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ PIL

କଟକ ୨୧।୦୯: ନକଲି ଔଷଧ କାରବାରର ପର୍ଦ୍ଦାଫାଶ ହେବା ଦରକାର । ଏହି ଘଟଣାରେ ସିବିଆଇ ତଦନ୍ତ ଆବଶ୍ୟକ କହି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ଅଭିଷେକ ଦାସ । ଏହି ମାମଲାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକାଧିଜ ବିଭାଗକୁ ପକ୍ଷଭୁକ୍ତ କରାଯାଇଛି। ଯେହେତୁ ଏହି ବେଆଇନ କାରବାରରେ ଏକାଧିକ ବ୍ୟକ୍ତି ଏବଂ ସଂସ୍ଥା ଜଡିତ ଥିବାର ପ୍ରାଥମିକ ତଦନ୍ତରୁ ଜଣାପଡୁଛି । ଏହାର ଚେର ମଧ୍ୟ ରାଜ୍ୟ ବାହାରକୁ ଲମ୍ବିଛି […]

ଅପରାଧ ରାଜ୍ୟ

ସ୍କୁଲ୍‌କୁ ଠିକ୍‌ ସମୟରେ ଆସୁନାହାନ୍ତି ଶିକ୍ଷୟତ୍ରୀ, ସମାଧାନ ଦାବିରେ ଗାଁଲୋକଙ୍କ ରାସ୍ତାରୋକ

ଖପ୍ରାଖୋଲ ୨୧।୦୯ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ କର୍ଲାବାହାଳି ଗ୍ରାମବାସୀଙ୍କ ରାସ୍ତାରୋକ । ଗାଁରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଖପ୍ରାଖୋଲ ପାଟଣାଗଡ଼ ମୁଖ୍ୟ ରାସ୍ତା ବସିଛନ୍ତି ଗାଁଲୋକେ । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଗାଡିମୋଟର ଅଟକି ରହିଛି। ଖବର ଅନୁଯାୟୀ, କର୍ଲାବାହାଳି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ତାପରେ ବି ଶିକ୍ଷୟିତ୍ରୀମାନେ ସ୍କୁଲକୁ ଠିକ୍ ସମୟରେ ଆସୁନାହାନ୍ତି। ଯାହାଫଳରେ ପିଲାମାନଙ୍କ […]