ଅପରାଧ ରାଜ୍ୟ

ନବରଙ୍ଗପୁରରେ ପୁଣି ମଶାଣି ବିବାଦ, ଶୁକ୍ରବାରଠୁ ପଡିରହିଛି ମୃତଦେହ

ଉମରକୋଟ ୨୯।୧୦: ନବରଙ୍ଗପୁର ଉମରକୋଟରେ ପୁଣି ମଶାଣି ବିବାଦ। ବୃଦ୍ଧଙ୍କ ମୃତଦେହ ସତ୍କାରକୁ ନେଇ ଗାଁରେ ଲାଗି ରହିଛି ଉତ୍ତେଜନା। ଶୁକ୍ରବାର ଠାରୁ ଘରେ ପଡ଼ି ରହିଛି ବୃଦ୍ଧଙ୍କ ମୃତଦେହ। ଖବର ଅନୁଯାୟୀ, ଉମରକୋଟ ଥାନା ଗୁଲିବଡନା ଗାଁରେ ଶୁକ୍ରବାର ସକାଳେ ଜିତୁ ଭତ୍ରା ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହର ସତ୍କାରକୁ ନେଇ ଗାଁରେ ଉତ୍ତେଜନା ଲାଗିରହିଛି। ବୃଦ୍ଧଙ୍କ ପରିବାର ୩-୪ ବର୍ଷ ପୂର୍ବେ ଭିନ୍ନ ଧର୍ମ ଗ୍ରହଣ କରିଥିବାରୁ ତାଙ୍କ ମୃତଦେହକୁ […]

ଅପରାଧ ରାଜ୍ୟ

ସୂର୍ଯ୍ୟୋପରାଗରେ ବିରିୟାନି ଖାଇବା ମାମଲା: ଅଭିଯୋଗକାରୀ, ହେତୁବାଦୀଙ୍କ ହେବ ବୟାନ ରେକର୍ଡ

ପୁରୀ : ସୂର୍ଯ୍ୟୋପରାଗରେ ଓଡ଼ିଶା ହେତୁବାଦୀ ସମାଜ ବିରିୟାନି ଖାଇବା ଓ ବିରିୟାନି ଅନ୍ୟମାନଙ୍କୁ ଖାଇବାକୁ ଦେବା ଘଟଣାକୁ ନେଇ ଓଡ଼ିଶା ବ୍ରାହ୍ମଣ ସମାଜ ଓ ଅଖିଳ ଭାରତ ହିନ୍ଦୁ ମହାସଭା ସିଂହଦ୍ବାର ଥାନା ଓ ଟାଉନ୍‌ ଥାନାରେ ହେତୁବାଦୀ ସମାଜର ବିଭିନ୍ନ କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ କରିଛନ୍ତି। ପୁଲିସ ଏହି ଅଭିଯୋଗ ଆଧାରରେ ଷ୍ଟେସନ୍‌ ଡାଏରୀ(ଜିଡି) କରିଛି। ଯେହେତୁ ମାମଲା ଭୁବନେଶ୍ବରର, ଦୁଇ ମାମଲାକୁ ସଂପୃକ୍ତ ଅଞ୍ଚଳରେ ଥିବା ଥାନାକୁ ହସ୍ତାନ୍ତର କରିବାକୁ ଯୋଜନା କରୁଛି। […]

ଅପରାଧ ରାଜ୍ୟ

ବାଣ ତିଆରି ବେଳେ ବିସ୍ଫୋରଣ, ଜଣେ ମୃତ

ସାନଖେମୁଣ୍ଡି ୨୯।୧୦ : ବାଣ ତିଆରି ବେଳେ ବିସ୍ଫୋରଣ, ଜଣେ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଏଭଳି ବଡ଼ଧରଣର ଅଘଟଣ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ନିଜ ଘରର ଛାତ ଉପରେ ବାଣ ଭିଡୁଥିବା ବେଳେ ଫୁଟିଗଲା । ଏଥିରେ ଖଲ୍ଲିକୋଟ କରଣ ସାହିର ୩୦ବର୍ଷୀୟ ଜିତେନ୍ଦ୍ର ପ୍ରଧାନଙ୍କ ମୃତ୍ୟୁ ହୋଇଛି । ରାମାୟଣ ନାଟକ ପାଇଁ ଜିତେନ୍ଦ୍ର ବାଣ ଭିଡୁଥିଲେ । ଏହି ଘଟଣା […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୨୯।୧୦: ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪ ଜଣ କ୍ୱାରେଣ୍ଟାଇନ୍ ରହିଥିବା ବେଳେ ୧୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୦୬ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬୦୪୪କୁ ବୃଦ୍ଧି ପାଇଛି । […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଭିତର କାଠରେ ରକ୍ତ: ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ, ପୁଣି ହେଲା ବଡ଼ସିଂହାର ବେଶ

ପୁରୀ : ଶ୍ରୀମନ୍ଦିରରେ ଶୁକ୍ରବାର ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଛି। ଶ୍ରୀମନ୍ଦିର ଭିତର କାଠରେ ରକ୍ତ ପଡ଼ିଥିବା ଜଣାପଡ଼ିବା ପରେ ଶୁକ୍ରବାର ଦିନ ଏହି ମହାସ୍ନାନ କରାଯାଇଛି। ଯେଉଁଥିପାଇଁ ମହାପ୍ରଭୁଙ୍କୁ ପୁଣି ଥରେ ବଡ଼ସିଂହାର ବେଶ ହେବାକୁ ପଡ଼ିଛି। ଏଥିପାଇଁ ନୀତିକାନ୍ତି ବିଳମ୍ବ ହୋଇଛି। ଶ୍ରୀମନ୍ଦିର ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ରାତି ୧୦ଟା ୨୫ରେ ମହାପ୍ରଭୁଙ୍କ ଚନ୍ଦନଲାଗି ନୀତି ପରେ ବଡ଼ସିଂହାର ବେଶ ହୋଇଥିଲା। ଏହାପରେ ମହାପ୍ରଭୁଙ୍କ ବଡ଼ସିଂହାର ଭୋଗ ପାଇଁ […]

ଅପରାଧ ରାଜ୍ୟ

କୋଟିପତି R.W.S.S.ର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଘରୁ ମିଳିଲା କୋଟିଏ ୭୫ ଲକ୍ଷ ଟଙ୍କାର କ୍ରିପ୍ଟୋ କରେନ୍ସି

ଭୁବନେଶ୍ୱର ୨୯/୧୦: ଭିଜିଲାନ୍ସ ଜାଲରେ ପଡ଼ିଥିବା ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ଠାରୁ ୧ କୋଟି ୭୫ ଲକ୍ଷ ଟଙ୍କାର କ୍ରିପ୍ଟୋ କରେନ୍ ସି ଜବତ ହୋଇଛି। ପ୍ରଥମ ଥର ରାଜ୍ୟର କୌଣସି ସରକାରୀ କର୍ମଚାରୀଙ୍କ ଘରୁ ଏତେ ପରିମାଣରେ କ୍ରିପ୍ଟୋ କରେନ୍ ସି ମିଳିଛି। ସବିଶେଷ ତଥ୍ୟ ପାଇଁ କ୍ରିପ୍ଟୋ ଏକସପର୍ଟଙ୍କ ସାହାଯ୍ୟ ନେଇଛି ଭିଜିଲାନ୍ସ। ଭୁବନେଶ୍ବର R.W.S.S. ସର୍କଲରେ କାର୍ଯ୍ୟରତ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କୁ ଭୁବନେଶ୍ୱର ଭିଜିଲାନ୍ସ […]

ଅପରାଧ ରାଜ୍ୟ

ପୁଣି ଧାନଚାଷୀଙ୍କ ବିରୋଧରେ ଷଡ଼୍‌ଯନ୍ତ୍ର

ଭୁବନେଶ୍ବର, (ଗାର୍ଗୀ ଶତପଥୀ): ୨୦ ବର୍ଷ ପରେ ମଧ୍ୟ ରାଜ୍ୟରେ ଧାନ ସଂଗ୍ରହରେ ସୁଧାର ଆସିପାରିଲା ନାହିଁ। ଚଳିତ ବର୍ଷ ଆରମ୍ଭରୁ ଧାନ କିଣା ପ୍ରସଙ୍ଗକୁ ନେଇ ପୁଣି ଥରେ ବଡ଼ ଧରଣର ଅସନ୍ତୋଷ ମୁଣ୍ଡ ଟେକିଲାଣି। ଆସନ୍ତା ନଭେମ୍ବର ପହିଲାରୁ ନୁହେଁ, ପାଖାପାଖି ମାସେ ବିଳମ୍ବରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ। ନୂଆପଡ଼ା ଓ ବରଗଡ଼ ଭଳି ଜିଲ୍ଲାରେ ୪୦ ପ୍ରତିଶତ ଧାନ ଅମଳ ସରିଥିବା ପରିପ୍ରେକ୍ଷୀରେ ଏଭଳି ବିଳମ୍ବରେ ଧାନ ସଂଗ୍ରହ ନେଇ […]

ଅପରାଧ ରାଜ୍ୟ

ବାଇକ୍‌ ଉପରେ ଚଢିଗଲା ଟ୍ରକ, ଦୁଇ ଆରୋହୀ ମୃତ

ଢେଙ୍କାନାଳ ୨୮।୧୦ : ଢେଙ୍କାନାଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବାଇକ୍‌ ଉପରେ ଚଢିଗଲା କୋଇଲା ବୋଝେଇ ଟ୍ରକ । ଘଟଣାସ୍ଥଳରେ ବାଇକ୍‌ରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଏବେ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ତେବେ ମୃତ ଦୁଇ ଜଣ କାମାକ୍ଷାନଗର ତୁମୁସିଂହା ଅଞ୍ଚଳର ବୋଲି ବାଇକ୍‌ ନମ୍ବରରୁ ଅନୁମାନ କରାଯାଇଛି । ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରକୁ ସ୍ଥାନୀୟଲୋକେ କାବୁ […]

ଅପରାଧ ରାଜ୍ୟ

ବିବାହିତ ମହିଳାଙ୍କୁ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଛି ପୋଲିସ

ସାଲେପୁର ୨୮।୧୦ : ବିବାହିତ ମହିଳାଙ୍କ ମୃତଦେହ ଠାବ । କଟକ ଜିଲ୍ଲା ସାଲେପୁର ଥାନା ଦାରିୟାପୁର ଗାଁରୁ ମିଳିଛି ମୃତେଦେହ । ମୃତ ମହିଳା ମାହାଙ୍ଗା ଥାନା ଜଗନାଥପୁର ଗ୍ରାମର ଫରିଦା ବିବି ଓ ସୋଏବ ମୁସ୍ତଫା ଙ୍କ କନ୍ୟା ସାଇସ୍ତା ବେଗମ ବୋଲି ଜଣାପଡିଛି । ମୃତ ମହିଳାଙ୍କ ପରିବାର ପକ୍ଷରୁ ସାଲେପୁର ଥାନାରେ ହତ୍ୟା ଅଭିଯୋଗ । ଖବର ଅନୁଯାୟୀ, ସାଲେପୁର ଥାନା ଦାରିୟାପୁର ଗାଁର ଶେଖ ସନାଙ୍କ ପୁତ୍ର ଶେଖ ସୁରଜଙ୍କୁ […]

ଦେଶ ବିଦେଶ ମନୋରଞ୍ଜନ

ମିଥୁନ୍‌ଙ୍କୁ ବିବାହ କରିବେ ପଲକ ମୁଚାଲ, ଆରମ୍ଭ ହେଲାଣି ପ୍ରସ୍ତୁତି

ମୁମ୍ଵାଇ ୨୮।୧୦: ବଲିଉଡ୍‌ରେ ପୁଣି ବାଜିବାକୁ ଯାଉଛି ଶାହାନାଇ । ଏଥର ଖୁସି ଖବର ଅଭିନୟ ଜଗତରୁ ନୁହେଁ ବରଂ ସଂଗୀତ ଜଗତରୁ ଆସିଛି। ଜଣାଶୁଣା ଗାୟିକା ପଲକ ମୁଚାଲ ବିବାହ କରିବାକୁ ଯାଉଛନ୍ତି। ତାଙ୍କ ସ୍ଵପ୍ନର ରାଜକୁମାର ମିଜ୍ୟୁକ୍‌ କମ୍ପୋଜ୍‌ ମିଥୁନ । ଖବର ଅନୁଯାୟୀ, ଉଭୟଙ୍କ ବିବାହ ରୀତିନୀତି ୪ନଭେମ୍ବରରୁ ଆରମ୍ଭ ହେବ ଏବଂ ପଲକ-ମିଥୁନ ୬ନଭେମ୍ବରରେ ବିବାହ କରିବେ। ଉଭୟ ସିନେମା ଜଗତରେ ବଡ଼ ସଫଳତା ହାସଲ କରିଛନ୍ତି ଏବଂ ଗତ କିଛି […]