ଗିନିଜ୍ ବିଶ୍ବ ରେକର୍ଡରେ କଟକ: ୨୧ଶହ ୨୧ ଛାତ୍ରଛାତ୍ରୀ ୩୫ ମିନିଟ୍ରେ ପ୍ରସ୍ତୁତ କଲେ ୨୨ ହଜାର ୪୭୩ କାଗଜଡଙ୍ଗା
କଟକ: ଶେଷରେ ଇତିହାସ ରଚିଲା କଟକ। ଐତିହାସିକ କଟକ ବାଲିଯାତ୍ରାରେ ଯୋଡ଼ି ହୋଇଗଲା ବିଶ୍ବ ରେକର୍ଡର ଗୌରବ। ବାଲିଯାତ୍ରା ଅବସରରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ରେକର୍ଡ ପରିମାଣର କାଗଜ ଡଙ୍ଗା ପ୍ରସ୍ତୁତ କରି କଟକ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି। କଟକ ପୌର ନିଗମ ପକ୍ଷରୁ ବାରବାଟୀ ଷ୍ଟାଡ଼ିୟମରେ ଆୟୋଜିତ ଏହି ଡଙ୍ଗା ପ୍ରସ୍ତୁତି କାର୍ଯ୍ୟକ୍ରମରେ ୨୧ଶହ ୨୧ ଜଣ ଛାତ୍ରଛାତ୍ରୀ ୩୫ ମିନିଟରେ ୨୨ ହଜାର ୪୭୩ଟି କାଗଜ ଡଙ୍ଗା […]









