ରାଜ୍ୟ ସ୍ପେଶାଲ ରିପୋର୍ଟ

କନ୍ଧମାଳରେ ଶୀତ ଲହରୀ ଜାରି

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଶୀତ ଲହରୀ ଜାରି ରହିଛି। ବୁଧବାର ଦିନ ଘୁ.ଉଦୟଗିରି ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ କରା ଯାଇଥିବା ବେଳେ ଲଗାତାର ଓଡ଼ିଶାର ସବୁଠାରୁ ଥଣ୍ଡା ସହର ରହି ଆସିଛି। ଫୁଲବାଣୀରେ ମଧ୍ୟ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଏବଂ ଦାରିଙ୍ଗବାଡ଼ିରେ ୧୦.୫ ଡିଗ୍ରି ସେଲ୍‌ସିୟସ୍‌ ରହିଛି। ଗତକାଲି ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରି ଥିବା ବେଳେ ଦାରିଙ୍ଗବାଡ଼ିରେ ୧୦ ଡିଗ୍ରି ଏବଂ ଫୁଲବାଣୀରେ ୧୦.୫ ଡିଗ୍ରି ରହିଥିଲା। […]

ରାଜନୀତି ରାଜ୍ୟ

ପଦ୍ମପୁର ଉପନିର୍ବାଚନ : ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ, ନାମାଙ୍କନ ଦାଖଲ କରିବେ ତିନି ଦଳର ପ୍ରାର୍ଥୀ

ପଦ୍ମପୁର ୧୭।୧୧ : ଗୁରୁବାର କମ୍ପିବ ପଦ୍ମପୁର। ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ଶେଷ ଦିନରେ ପ୍ରାର୍ଥୀ ପତ୍ର ଦାଖଲ କରିବେ ୩ ପ୍ରମୁଖ ଦଳର ପ୍ରାର୍ଥୀ । ତେବେ ଆଜି ଗୋଟିଏ ଦିନରେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ କୌଣସି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଦେଖିବାକୁ ମିଳିବ। ଏଥିପାଇଁ ଆଜି କମ୍ପିବ ପଦ୍ମପୁର । ପାଟ ପଟୁଆର ଧରି ନୋମିନେସନ ପାଇଁ ବାହାରିବେ ପ୍ରାର୍ଥୀ । […]

ରାଜନୀତି ରାଜ୍ୟ

ଉପକୂଳ ରାଜପଥ ବିବାଦ: ରାଜ୍ୟପାଳଙ୍କୁ ଭେଟିଲା କ୍ରିୟାନୁଷ୍ଠାନ କମିଟି

ଭୁବନେଶ୍ବର : ବୁଧବାର ଦିନ ଉପକୂଳ ରାଜପଥ କ୍ରିୟାନୁଷ୍ଠାନ କମିଟି (ବାଲିକୁଦା)ର ସଦସ୍ୟମାନେ ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ସାକ୍ଷାତ କରିଛନ୍ତି। ରାଜ୍ୟପାଳଙ୍କ ସହ ଏହି ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରି, କିପରି ଉପକୂଳ ରାଜପଥକୁ ଚଞ୍ଚକତା କରାଯାଇ ୨୫ କିମି ଦୂରରେ ନିଆଯାଉଛି ସେସବୁ ଘଟଣାକୁ ବିଶଦ୍‌ ଭାବେ ବୁଝାଇଛନ୍ତି। ଦୀର୍ଘ ସମୟର ଆଲୋଚନା ପରେ ରାଜ୍ୟପାଳ କମିଟିର ଦାବିକୁ ହୃଦୟଙ୍ଗମ କରିବା ସହ ସକାରାତ୍ମକ ମତ ପୋଷଣ କରିଥିବା ସଦସ୍ୟମାନେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା! ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସଫଳ: ଅର୍ଥମନ୍ତ୍ରୀ

ପଦ୍ମପୁର, ୧୬/୧୧: ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଏକ ପ୍ରତିନିଧି ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିବା ବେଳେ ଏହା ସଫଳ ହୋଇଛି । ଡିସେମ୍ବର ୨୦୨୩ ସୁଦ୍ଧା ପଦ୍ମପୁର ଜିଲ୍ଲା ଗଠନ କରିବା ପାଇଁ ବିଜୁ ଜନତା ଦଳ ସଭାପତି ଭାବେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଆଗାମୀ ପଦ୍ମପୁର ଉପ ନିର୍ବାଚନରେ ବିଜେଡିର ଇସ୍ତାହାରରେ ଏହାକୁ ପ୍ରକାଶ କରାଯିବ ବୋଲି ଜଣାପଡ଼ିଛି । ଅନ୍ୟପଟେ ଏହାକୁ ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପୋଲାଣ୍ଡ ଉପରେ ମିସାଇଲ ମାଡ଼, ଚିଇଁକି ଉଠିଲା ନାଟୋ, ଜି-୨୦ରେ ପ୍ରସଂଗ ଉଠାଇଲେ ବାଇଡେନ୍

ନୂଆଦିଲ୍ଲୀ: ଆଉ ଗୋଟିଏ ମହାଯୁଦ୍ଧ ସାମ୍ନା କରିପାରନ୍ତି ବିଶ୍ବବାସୀ । ତୃତୀୟ ବିଶ୍ବଯୁଦ୍ଧ ଆଡ଼କୁ ମୁହାଁଉଛି ବିଶ୍ବ । ଋଷର ମିସାଇଲ୍ ପୋଲାଣ୍ଡ ସୀମାରେ ପଡ଼ିବା ପରେ ଚିଇଁକି ଉଠିଛି ନାଟୋ । ମିସାଇଲ ମାଡ଼ ଘଟଣାକୁ ଗମ୍ଭୀରତାର ସହ ନେଇ ଜରୁରୀକାଳୀନ ବୈଠକ ଡାକିଛନ୍ତି ନାଟୋ ସଦସ୍ୟ ଦେଶ । ସେପଟେ ପୋଲାଣ୍ଡ ରାଷ୍ଟ୍ରପତି ମଧ୍ୟ ପ୍ରତିରକ୍ଷା ବିଭାଗ ସହ ବୈଠକ କରିଛନ୍ତି । କୌଣସି ପରିସ୍ଥିତିରେ ମୁକାବିଲା ପାଇଁ ସତର୍କ ରହିବାକୁ ସେନାକୁ ନିର୍ଦ୍ଦେଶ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଭୂ-କମ୍ପରେ ଥରିଲା ଗାଁ, ଭାଙ୍ଗିଲା ଘର

କୁଆମରା: ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ହଠାତ୍ କୌଣସି କାରଣରୁ ମାଟିରେ ପ୍ରବଳ କମ୍ପନ ସୃଷ୍ଟି ହେବା ସହ ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ୍‌ ରାଣୀବନ୍ଧ ପଞ୍ଚାୟତ ତିରାଲଡିହି ନାଉପଦା ଗ୍ରାମ ଥରି ଉଠିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରଥମେ ପ୍ରଚଣ୍ଡ ଶବ୍ଦ ହୋଇଥିଲା ଓ ପରେ ପରେ ଭୂଇଁରେ କମ୍ପନ ସୃଷ୍ଟି ହୋଇଥିଲା। ଗ୍ରାମବାସୀ ଭୟରେ ନିଜ ନିଜ ଘରୁ ବାହାରକୁ ଚାଲି ଆସିଥିଲେ। ଏଥିରେ କାହାର କିଛି କ୍ଷତି ହୋଇ ନଥିଲେ […]

ଅପରାଧ ରାଜ୍ୟ

ଭିନ୍ନ ଭିନ୍ନ ସ୍ଥାନରୁ ମିଳିଲା ଦୁଇଟି ମୃତଦେହ, କାରଣ ଖୋଜୁଛି ପୋଲିସ

ଦେବଗଡ଼ ୧୬।୧୧ : ଦେବଗଡ଼ ଆଦର୍ଶ ଥାନା ଅଞ୍ଚଳରେ ଦୁଇଟି ଅପମୃତ୍ୟୁ ମାମଲା । ଦୁଇଟି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଘଟଣାରେ ଛାନ୍‌ଭିନ୍‌ ମଧ୍ୟ ଆରମ୍ଭ କରିଛି ପୋଲିସ । କଣ୍ଟାପାଲି ଗ୍ରାମ ପଞ୍ଚାୟତ ବୈଷ୍ଣବପାଲି ଗାଁ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତକ ବୈଷ୍ଣବପାଲି ଗାଁର ଲାଣ୍ଡୁ ମୁଣ୍ଡାଙ୍କ ପୁଅ ୨୩ ବର୍ଷୀୟ ପୁଅ ନାଗେନ୍‌ ମୁଣ୍ଡା ବୋଲି ଜଣାପଡିଛି । ମଙ୍ଗଳବାର ସଂଧ୍ୟାରୁ ଗାଁର […]

ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କଲେଜ୍‌ରେ ଭୟାନକ ରାଗିଂ, ଛାତ୍ରୀଙ୍କୁ ଜବରଦସ୍ତି ଆଇ ଲଭ୍‌ ୟୁ ଏବଂ କିସ୍‌ କରିବାକୁ କରାଯାଉଛି ବାଧ୍ୟ

ବ୍ରହ୍ମପୁର, ୧୬।୧୧: ସ୍ଥାନୀୟ ବଡ଼ ବଜାର ଥାନା ଅନ୍ତର୍ଗତ ବିନାୟକ ଆଚାର୍ଯ୍ୟ କଲେଜର ଏକ ଭିଡିଓ ଭାଇରଲ ହୋଇଛି । କଲେଜର କିଛି ଛାତ୍ରଛାତ୍ରୀ କଲେଜ ଡ୍ରେସ ପିନ୍ଧି ଥିବା ବେଳେ ଜଣେ ଛାତ୍ରୀଙ୍କୁ ରାଗିଂ କରିବାର ଦେଖିବାକୁ ମିଳିଛି । ଏଥିରେ ଛାତ୍ର ଜଣଙ୍କ ଅନ୍ୟ କିଛି ଛାତ୍ର ଛାତ୍ରୀଙ୍କ ସହ ଅଶ୍ଳୀଳ ଭାଷା ପ୍ରୟୋଗ କରି ଗାଳି ଦେବା ସହ ମାନସିକ ନିର୍ଯ୍ୟାତନା ଦେଉଥିବା ଦେଖିବାକୁ ମିଳିଛି । ଏହାସହ ଜୋର୍ ଜବରଦସ୍ତ ଆଇ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଇନ୍‌ପୁଟ୍ ସହାୟତା ବନାମ ଫସଲ ବୀମା: ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ୨୦୦ କୋଟି

ଭୁବନେଶ୍ବର: ରାଜ୍ୟର ମରୁଡ଼ି ପ୍ରଭାବିତ ଅଞ୍ଚଳର ପୀଡ଼ିତ ଚାଷୀଙ୍କୁ ୨୦୦ କୋଟି ଟଙ୍କାର ଇନ୍‌ପୁଟ୍ ସହାୟତା ରାଶି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହା ଘୋଷଣା କରିଛନ୍ତି। ଏହି ଅର୍ଥ ରାଜ୍ୟ ସରକାର ନିଜ ରାଜକୋଷରୁ ପ୍ରଦାନ କରିବେ। ମିଳିଥିବା ରିପୋର୍ଟ ଅନୁଯାୟୀ ବର୍ଷା ଅଭାବରୁ ରାଜ୍ୟର ୧୨ଟି ଜିଲ୍ଲାର ୬୪ଟି ବ୍ଲକ୍ ଓ ୧୫ଟି ପୌରାଞ୍ଚଳରେ ଥିବା ପ୍ରାୟ ୨,୬୩,୫୬୦ ହେକ୍ଟର ଚାଷଜମିରେ ୩୩ ପ୍ରତିଶତ ବା ତା’ଠାରୁ ଅଧିକ ଫସଲହାନି ହୋଇଛି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଲିଯାତ୍ରାରେ ଟାଟା ପାଓ୍ୱାର ଗୁରୁତ୍ୱପୂର୍ଣ୍ଣ ଭୂମିକା, ବିଦ୍ୟୁତ ସେବା ବ୍ୟାହତ ପାଇଁ ହୋଇଛି ବିକଳ୍ପ ବ୍ୟବସ୍ଥା

କଟକ ୧୬।୧୧ : କଟକ ଵାଲିଯାତ୍ରାକୁ ସଫଳ କରିବାରେ ଟାଟା ପାଓ୍ବାରର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ସମ୍ପୂର୍ଣ୍ଣ ଵାଲିଯାତ୍ରା ପଡିଆରେ କିଭଳି ଅଵିରତ ଵିଦ୍ୟୁତ ସରଵରାହ ରହିପାରିବ । ସେଥିପାଇଁ ଟାଟା ପାଓ୍ବାର ସେଣ୍ଟ୍ରାଲ ଓଡିଶା ଡିଭିଜନ ଵ୍ୟାପକ ଵ୍ୟଵସ୍ଥା କରିଛି। କୌଣସି ମୁହୁର୍ତ୍ତରେ ଵାଲିଯାତ୍ରା ପଡିଆରେ ଵିଦ୍ୟୁତ ସରଵରାହ ଵ୍ୟାହତ ହେଲେ, ଗୋଟିଏ ସେକେଣ୍ଡ ଭିତରେ ଵିଦ୍ୟୁତ ସରଵରାହ ସ୍ବାଭାବିକ କରିବା ପାଇଁ ଵିକଳ୍ପ ଜେନେରେଟର ଵ୍ୟଵସ୍ଥା କରାଯାଇଛି। ଚଳିତ ଵର୍ଷ ପ୍ରଥମ ଥର […]