ସ୍ବାଭିମାନୀ ‘ଦିବ୍ୟାଙ୍ଗ ଦୈତାରୀ’: ସରକାରଙ୍କ ସହାୟତାକୁ ଭରସା ନକରି ହୋଇଛନ୍ତି ସ୍ବାବଲମ୍ବୀ
ନୀଳଗିରି (ଦିଲ୍ଲୀପ ସ୍ବାଇଁ): ସେ ଦିବ୍ୟାଙ୍ଗ। ହେଲେ ସରକାରଙ୍କ ସହାୟତାକୁ ଭରସା ନକରି ସ୍ବାବଲମ୍ବୀ ହୋଇଛନ୍ତି। ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ସେ ହେଉଛନ୍ତି; ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍ ସଜନାଗଡ଼ ପଞ୍ଚାୟତ ନୂଆସାହି ଗ୍ରାମର ଦୈତାରୀ ପାତ୍ର। ଆଦରରେ ତାଙ୍କୁ ସ୍ଥାନୀୟ ଲୋକ ଦୈତାରି ମଉସା ବୋଲି ଡାକନ୍ତି। ଆଜିକୁ ୧୦ ବର୍ଷ ତଳର କଥା। ଦୈତାରୀ ସାଜନାଗଡ଼ରେ ହେଉଥିବା କୁକୁଡ଼ା ଲଢ଼େଇ ଦେଖିବାକୁ ଯାଇଥିଲେ। ଏହି ସମୟରେ ଏକ କୁକୁଡ଼ା ତାଙ୍କ ଉପରକୁ ଡେଇଁପଡ଼ିଥିଲା। […]









