ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ୫ ଶହ ପାର୍, ୮୯% ଆକ୍ରାନ୍ତ ରାଉରକେଲାର
ରାଉରକେଲା: ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୫ ଶହ ଟପିଛି। ଏହି ସଂଖ୍ୟା ମଙ୍ଗଲବାର ସୁଦ୍ଧା ୫୦୬ରେ ପହଞ୍ଚିଛି। ପୂର୍ବ ବର୍ଷ ତୁଳନାରେ ସଂଖ୍ୟା ଢ଼େର୍ କମିଛି। ଗତ ବର୍ଷ, ଅର୍ଥାତ୍ ଜାନୁଆରୀରୁ ଡିସେମ୍ବର ଶେଷ ସୁଦ୍ଧା ଜିଲ୍ଲାରେ ମୋଟ୍ ୧୭୪୨ ଜଣ ଆକ୍ରାନ୍ତ ହୋଇଥିଲେ। ବର୍ଷ ସରିବାକୁ ଆଉ ମାତ୍ର ୩୭ ଦିନ ବାକି ଥିବାବେଳେ ସଂଖ୍ୟା ଆଶାତୀତ ହେବାର ସମ୍ଭାବନା କ୍ଷୀଣ। କିନ୍ତୁ ସଂକ୍ରମଣ ଶତପ୍ରତିଶତ ଲୋପ ନ ପାଇବା, ଚିନ୍ତାର ବିଷୟ ପାଲଟିଛି। […]









