ଦାରିଦ୍ର୍ୟରେ ‘ଦମନ’ର ଯୋଦ୍ଧା ଯମୁନାମଣି; ପରଘରେ ମୁଣ୍ଡ ଗୁଞ୍ଜିଛନ୍ତି, ମୂଲ ଲାଗି ଚଳୁଛନ୍ତି
ବାଲେଶ୍ବର,(ମନୋଜ ରାଉଳ) : ମ୍ୟାଲେରିଆ ନିରାକରଣ ଅଭିଯାନକୁ ସଫଳ କରିଥିବାରୁ ୨୦୧୫ ମସିହାରେ ଯେଉଁ ଯମୁନାମଣି ସିଂଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ‘ମନ୍ କି ବାତ୍’ରେ ପ୍ରଶଂସା କରିଥିଲେ, ସେ ଏବେ ଦାରିଦ୍ର୍ୟରେ କାଳାତିପାତ କରୁଛନ୍ତି। ଘର ନଥିବାରୁ ପରଘରେ ମୁଣ୍ଡ ଗୁଞ୍ଜିଛନ୍ତି ଏବଂ ମୂଲଲାଗି ଚଳୁଛନ୍ତି। ତାଙ୍କୁ ସୁବିଧାସୁଯୋଗ ଯୋଗାଇ ଦେବାପାଇଁ ସରକାରୀ ଓ ପ୍ରଶାସନ ସ୍ତରରେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ଯେ ପୂରଣ ହୋଇନାହିଁ, ଯମୁନାମଣିଙ୍କ ଅବସ୍ଥାରୁ ଏହା ସ୍ପଷ୍ଟ ହୋଇଛି। […]









