ଗୋଳାବନ୍ଧରେ ପ୍ରତିଷ୍ଠା ହେବ ଦ୍ବିତୀୟ ବୃହତ୍ ‘ଅଶୋକ ସ୍ତମ୍ଭ’
ବ୍ରହ୍ମପୁର : ଦେଶ ସମ୍ବିଧାନର ପ୍ରତୀକ ‘ଅଶୋକ ସ୍ତମ୍ଭ’ର କାରୁକାର୍ଯ୍ୟ ଓ ନିର୍ମାଣ ଶୈଳୀକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି ବ୍ରହ୍ମପୁରର ଶିଳ୍ପୀ ରାଜକୁମାର ବେହେରା। ରାଜକୁମାର ନିର୍ମାଣ କରୁଥିବା ଅଶୋକ ସ୍ତମ୍ଭ ଗଞ୍ଜାମ ଜିଲ୍ଲାର ଗୋଳାବନ୍ଧଠାରେ ସ୍ଥାପନ କରାଯିବ। ଏହାର ଉଚ୍ଚତା ହେଉଛି ୧୩ଫୁଟ। ନୂଆଦିଲ୍ଲୀସ୍ଥିତ ନୂତନ ସ˚ସଦ ଭବନ ପରିସରରେ ୨୧ ଫୁଟ ଉଚ୍ଚତା ବିଶିଷ୍ଟ ଦେଶର ସର୍ବବୃହତ୍ ଅଶୋକ ସ୍ତମ୍ଭ ସ୍ଥାପିତ ହୋଇଥିବା ବେଳେ ଏହାକୁ ଦ୍ବିତୀୟ ବୃହତ୍ ବୋଲି କହିଛନ୍ତି ସେ। […]









