ବେକରେ ଜାଭ୍ଲିନ୍ ପଶିବା ଘଟଣା: ସୁସ୍ଥ ହେଉଛନ୍ତି ସଦାନନ୍ଦ
ବଲାଙ୍ଗୀର : ଧୀରେଧୀରେ ସୁସ୍ଥ ହେଉଛନ୍ତି ଆଗଲପୁର ସରକାରୀ ପଞ୍ଚାୟତ ବାଳକ ହାଇସ୍କୁଲ ଛାତ୍ର ସଦାନନ୍ଦ ମେହେର। ସ୍କୁଲ୍ ବାର୍ଷିକ କ୍ରୀଡ଼ା ସମୟରେ ଜଣେ ଛାତ୍ର ଜାଭ୍ଲିନ୍ ଫିଙ୍ଗୁଥିବା ସମୟରେ ସଦାନନ୍ଦଙ୍କ ବେକରେ ପଶିଯାଇଥିଲା। ତିନିଘଣ୍ଟାର ଅସ୍ତ୍ରୋପଚାର ପରେ ସଦାନନ୍ଦଙ୍କ ବେକରୁ ଡାକ୍ତରୀ ଦଳ ଜାଭ୍ଲିନ୍ ବାହାର କରିଥିଲେ। ସଫଳ ଅସ୍ତ୍ରୋପଚାର ପରେ ତାଙ୍କୁ ଆଇସିୟୁ ଭିତରେ ରଖାଯାଇଛି। ସୂଚନା ଅନୁସାରେ, ରବିବାର ଦିନ ସଦାନନ୍ଦଙ୍କୁ ତରଳ ପଦାର୍ଥ ସହିତ ଦିନବେଳା ନରମ ଭାତ ମଧ୍ୟ ଖାଇବାକୁ […]









