ରାଜ୍ୟ ସ୍ପେଶାଲ ରିପୋର୍ଟ

ନବକଳେବରକୁ ବିତିଲାଣି ୭ବର୍ଷ: ଖର୍ଚ୍ଚ ହିସାବ ପାଉନାହାନ୍ତି ସରକାର

ଭୁବନେଶ୍ବର : ୨୦୧୫ରେ ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ଲାଗି ସଜେଇ ହୋଇଥିଲା ପୁରୀ ସହର। ରାସ୍ତାଘାଟ ଉନ୍ନତୀକରଣ ସାଙ୍ଗକୁ ଦେଶ ବିଦେଶରୁ ଆସୁଥିବାରୁ ପର୍ଯ୍ୟଟକଙ୍କୁ ଅନନ୍ୟ ଅନୁଭୂତି ଦେବା ଲକ୍ଷ୍ୟରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ସମେତ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକୁ କାମ ଦାୟିତ୍ବ ଦିଆଯାଇଥିଲା। କେଉଁ ପ୍ରକଳ୍ପ କେବେ ସରିବ ତାହାର ରୂପରେଖ ପ୍ରସ୍ତୁତ କରିଥିଲେ ରାଜ୍ୟ ସରକାର। ଇତିମଧ୍ୟରେ ୭ବର୍ଷ ବିତିଗଲାଣି, ମାତ୍ର ୨୦୧୪-୧୫ ଓ ୨୦୧୫-୧୬ ଆର୍ଥିକ ବର୍ଷରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଚୋରା ବାଲିରେ ହେବ ସ୍ପୋର୍ଟ୍ସ ଏକାଡେମୀ! ୫୦୦ କୋଟି ଖର୍ଚ୍ଚ ହେବ, ଖୁବ୍‌ଶୀଘ୍ର ଟେଣ୍ଡର

ଯାଜପୁରସଦର : ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ବୈତରଣୀ ନଦୀପଠାକୁ ଚୋରାବାଲିରେ ପୋତି ଦିଆଯାଇଛି। ବର୍ତ୍ତମାନ ଏହା ଉପରେ ମାଟି ପକାଇ ସମତୁଲ କରାଯାଉଛି। ଏବେ ସୂଚନା ମିଳୁଛି ଯେ ଏଠାରେ କୁଆଡ଼େ ଏକ ସ୍ପୋର୍ଟ୍ସ ଏକାଡେମୀ କରାଯିବ। ଏଥିପାଇଁ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏ ନେଇ ଖୁବ୍‌ଶୀଘ୍ର ଟେଣ୍ଡର ଆହ୍ବାନ କରାଯିବ ବୋଲି ଜିଲ୍ଲାପାଳ ଅନୌପଚାରିକ ଆଲୋଚନା ବେଳେ ଗଣମାଧ୍ୟମକୁ କହିଛନ୍ତି। ଯାଜପୁର ସହରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବୈତରଣୀ ନଦୀପଠାକୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଭିଜିଲାନ୍ସ ଇତିହାସରେ ରେକର୍ଡ: ୧୬୦ କୋଟି ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ଠାବ

ଭୁବନେଶ୍ବର, : ଚଳିତ ବର୍ଷ ଭିଜିଲାନ୍ସ ଚଢ଼ଉ ବେଳେ ୧୬୦ କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ କରାଯାଇଛି। ଏହାସହିତ ୭ କୋଟିରୁ ଅଧିକ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି। ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏହା ଏକ ରେକର୍ଡ। ଏତେ ପରିମାଣର ଟଙ୍କା କେବେ ଜବତ ‌ହୋଇ ନଥିଲା। କେବଳ ଏତିକୁ ନୁହେଁ, ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୨୭୦ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୭୫ଟି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଜନିତ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବଜାରରେ ନକଲି ଔଷଧ ହାଉଯାଉ

କଟକ : ବଜାରରେ ଛାଇ ଯାଇଛି ନକଲି ଔଷଧ। ବିଶେଷକରି କୋଭିଡ୍‌ ମହାମାରୀ ଆରମ୍ଭ ପରଠାରୁ ଔଷଧ ବ୍ୟବସାୟ ଆକାଶଛୁଆଁ ହୋଇଥିବା ବେଳେ ଚାହିଦାର ଫାଇଦା ନେବାକୁ ଉଦ୍ୟମ କରି ଆସିଛନ୍ତି ଅସାଧୁ ବ୍ୟବସାୟୀ। ଏବେ ସ୍ଥିତି ଏମିତି ଯେ ଅଧିକାଂଶ ବିଶ୍ବାସ ଆଉ ଭରସାଯୋଗ୍ୟ ଔଷଧର ନକଲି ପ୍ରସ୍ତୁତ କରାଯାଇ ବଜାରକୁ ଛଡ଼ା ଯାଇଥିବା ସନ୍ଦେହ କରାଯାଉଛି। ହେଲେ, କୌଣସି ପ୍ରକାର ତଥ୍ୟ ପ୍ରମାଣ ଆଉ ନିଷ୍କର୍ସରେ କର୍ତ୍ତୃପକ୍ଷ ପହଞ୍ଚି ପାରୁ ନଥିବାରୁ ଏବେ ସନ୍ଦେହରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ ଆଜି

ଭୁବନେଶ୍ବର : ଉତ୍କଳ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହେବ। ପୂର୍ବାହ୍ନରେ ହେବାକୁ ଥିବା ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍‌ ତଥା ସାଂସଦ ଅଚ୍ୟୁତ ସାମନ୍ତ ଓ ଡିଆର୍‌ଡିଓର ଏରୋନେଟିକାଲ ସିଷ୍ଟମ୍ସ(ଏଏସ୍‌)ର ମହାନିର୍ଦ୍ଦେଶକ ତଥା ବୈଜ୍ଞାନିକ ଟେସି ଥୋମାସ୍‌ଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ଡିଗ୍ରି ପ୍ରଦାନ କରାଯିବ। ଏଥିସହ ୨୦୨୧-୨୨ ଶିକ୍ଷାବର୍ଷ ଲାଗି ୧୬୩ଜଣଙ୍କୁ ପିଏଚ୍‍ଡି ଡିଗ୍ରି, ୯୯ଜଣଙ୍କୁ ସ୍ୱର୍ଣ୍ଣପଦକ, ଜଣେ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ଡି. ଏସ୍‌ସି ଓ ଡି.ଲିଟ୍‌ ଡିଗ୍ରି ମିଳିବ। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କରୋନା ସଂକ୍ରମଣ: ଭିଡ଼ ସ୍ଥାନରେ ମାସ୍କ ପିନ୍ଧିବାକୁ ପରାମର୍ଶ, ସ୍ଥିତି ସମୀକ୍ଷା କଲା କେନ୍ଦ୍ର

ନୂଆଦିଲ୍ଲୀ: ଚୀନ ସରକାର ଶୂନ୍ୟ କୋଭିଡ ନୀତିରେ ପରିବର୍ତ୍ତନ ଆଣିବା ସହିତ ଲକଡାଉନକୁ ହଟାଇ ଦେବା ପରେ ପରିସ୍ଥିତି ଅସମ୍ଭାଳ ହୋଇଛି। ସେଠାରେ କରୋନା ସଂକ୍ରମଣ ଦ୍ରୁତଗତିରେ ମାଡ଼ିଚାଲିଛି। ଡାକ୍ତରଖାନାଗୁଡ଼ିକରେ ଚିକିତ୍ସା ପାଇଁ ଏବଂ ଶ୍ମଶାନରେ ଶବ ସତ୍କାର ପାଇଁ ଜାଗା ମିଳୁନାହିଁ। ଆସନ୍ତା ୩ ମାସ ମଧ୍ୟରେ ଚୀନରେ ବହୁତ ବଡ଼ ଲହର ଦେଖିବାକୁ ମିଳିବ ଏବଂ ୬୦ ପ୍ରତିଶତରୁ ଅଧିକ ଲୋକ ସଂକ୍ରମିତ ହେବେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଏଭଳି ସ୍ଥିତିରେ ଭାରତରେ […]

ଅପରାଧ ରାଜ୍ୟ

ଙ୍କିକିଆ ଚାଉଳ ବଣ୍ଟନକୁ ନେଇ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, ୨ ଗୁରୁତର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ସାମନ୍ତିଆପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟରେ ଟଙ୍କିକିଆ ଚାଉଳ ବଣ୍ଟନକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଏମ୍. ରାମାରାଓ(୪୫)। ତାଙ୍କ ଭାଇ ଏମ. କ୍ରିଷ୍ଣା ରାଇ ଓ ସମ୍ପର୍କୀୟ ଏମ. […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଚୀନ୍‌ ସଙ୍କଟ ବଢ଼ାଇଛି ବିଏଫ୍‌.୭ ପ୍ରଜାତି, ୩ ମାମଲା ଭାରତରେ ଠାବ

ନୂଆଦିଲ୍ଲୀ: ଚୀନ୍‌ରେ ଏବେ କୋଭିଡ୍‌ ସଂକ୍ରମଣ ସ୍ଥିତି ଅତ୍ୟନ୍ତ ଭୟାନକ ହୋଇପଡ଼ିଛି। ପ୍ରତିଦିନ ଡାକ୍ତରଖାନାରେ ଭର୍ତ୍ତି ଓ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦ୍ବିତୀୟ ଲହରରେ ଡେଲ୍‌ଟା ସଂକ୍ରମଣ ବେଳେ ଭାରତର ଅବସ୍ଥା ଯେମିତି ହୋଇଥିଲା, ଚୀନ୍‌ରେ ଏବେ ସେହିଭଳି ଅବସ୍ଥା। ଚୀନ୍‌ରେ ସଂକ୍ରମଣ ବୃଦ୍ଧିକୁ ନେଇ ଭାରତ ମଧ୍ୟ ସତର୍କ ହୋଇଯାଇଛି । କରୋନା ଭୂତାଣୁର ଓମିକ୍ରନ୍ ଉପକିସମ ବିଏଫ୍‌.୭ ଯୋଗୁଁ ଚୀନ୍‌ରେ ସଂକ୍ରମଣର ବଡ଼ ଲହର ଚାଲିଛି। ଏବେ ରିପୋର୍ଟ ମିଳିବାରେ ଲାଗିଛି ଯେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜାନୁଆରିରେ ୧୪ ଦିନ ବ୍ୟାଙ୍କ ଛୁଟି

ନୂଆଦିଲ୍ଲୀ : ଆସନ୍ତା ଜାନୁଆରିରେ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବାର ଆଶଙ୍କା ରହିଛି। ତେବେ ଓଡ଼ିଶାରେ ଏହି ଦିନଗୁଡ଼ିକରେ ବ୍ୟାଙ୍କ ବନ୍ଦ ରହିବ ନା ନାହିଁ ତାହା ନିଶ୍ଚିତ ହୋଇନାହିଁ। କାରଣ ଏହି ମାସରେ ଏଭଳି କିଛି ପର୍ବପର୍ବାଣୀ ପଡ଼ୁଛି ଯେଉଁଥିପାଇଁ ଓଡ଼ିଶାରେ ବ୍ୟାଙ୍କ ଛୁଟି ହୁଏ ନାହିଁ। ୨୦୨୩ ଜାନୁଆରିରେ ନୂଆବର୍ଷ, ଗୁରୁ ଗୋବିନ୍ଦ ସିଂହ ଜୟନ୍ତୀ, ମିସନାରି ଡେ’, ସ୍ବାମୀ ବିବେକାନନ୍ଦ ଜୟନ୍ତୀ, ମକର ସଂକ୍ରାନ୍ତୀ, ପୋଙ୍ଗଲ, ସାଧାରଣତନ୍ତ୍ର ଦିବସରେ ବ୍ୟାଙ୍କ ଛୁଟି […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜୟଲଳିତାଙ୍କଠାରୁ ସ୍ମୃତି ଇରାନୀ ପର୍ଯ୍ୟନ୍ତ, ଅଭିନେତ୍ରୀରୁ ନେତ୍ରୀ ହେବା ପରେ କଟୁ ମନ୍ତବ୍ୟର ଶିକାର

ନୂଆଦିଲ୍ଲୀ: ଭାରତରେ ରାଜନୀତି କ୍ଷେତ୍ର ଏବେ ବି ପୁରୁଷପ୍ରଧାନ ହୋଇ ରହିଥିବା ବେଳେ ଏହି କ୍ଷେତ୍ରକୁ ଆସୁଥିବା ନାରୀମାନଙ୍କୁ, ବିଶେଷତଃ ଅଭିନୟ କ୍ଷେତ୍ରରୁ ଆସୁଥିବା ମହିଳାଙ୍କୁ ଯୌନବାଦୀ ଓ ନାରୀବିଦ୍ବେଷୀଙ୍କ କଟୁ ମନ୍ତବ୍ୟ ସହ୍ୟ କରିବାକୁ ପଡ଼େ। ଏହା କିଛି ନୂଆ କଥା ନୁହେଁ। ଅତୀତରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ସ୍ବର୍ଗତା ଜୟଲଲିତା ଓ ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପର୍ଯ୍ୟନ୍ତ ଏଥିରୁ ବାଦ୍ ପଡ଼ିନାହାନ୍ତି। ନିକଟରେ ଇରାନୀଙ୍କ ପ୍ରତି କଂଗ୍ରେସ ନେତା ଅଜୟ ରାୟ ଅପମାନସୂଚକ, ଯୌନବାଦୀ […]