ସହପାଠୀଙ୍କ ନିର୍ଯାତନା ପାଇଁ ବିଦ୍ୟାଳୟ ଛାଡ଼ିଲେ ୮୦ ଆଦିବାସୀ ଛାତ୍ର
ଚେନ୍ନାଇ : ତାମିଲନାଡୁର ତାଞ୍ଜାଭୁର ଜିଲ୍ଲାର ପ୍ରାୟ ୮୦ ଆଦିବାସୀ ଛାତ୍ର ସହପାଠୀମାନଙ୍କ ଦ୍ୱାରା ନିର୍ଯାତିତ ହେବା ପରେ ସ୍କୁଲ ଯିବା ବନ୍ଦ କରି ଦେଇଛନ୍ତି। ଜିଲ୍ଲା ଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବାନୁସାରେ, ସେମାନେ ଅନ୍ୟ ଛାତ୍ରମାନଙ୍କ ଦ୍ୱାରା ନିୟମିତ ଭାବେ ଅପମାନିତ ହେବା ସହିତ ସେମାନଙ୍କର ଅସ୍ବାଭାବିକ ବ୍ୟବହାର ଓ ଚାଲିଚଳଣ ପାଇଁ ବିଦ୍ୟାଳୟ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଅଙ୍ଗନୱାଡି କର୍ମଚାରୀ, ପୁଲିସ, ଚାଇଲ୍ଡ ଲାଇନ୍, ଇଣ୍ଟିଗ୍ରେଟେଡ୍ ସ୍କୁଲ୍ ଶିକ୍ଷା ବିଭାଗ ଏବଂ ବ୍ଲକ୍ […]









