ପଦଚିହ୍ନ ୨୦୨୨ : ମଣ୍ତିକୁ ନେଇ ମହାସମସ୍ୟା, ଏନ୍ଜିଟି ଛାଟ
୨୦୨୧–୨୨ ଖରିଫ ଧାନ ସଂଗ୍ରହ ପାଇଁ ପ୍ରାୟ ୧ ମାସ ବିଳମ୍ବରେ ଧାନ ମଣ୍ତି ଖୋଲିଥିଲା। ପୂର୍ବ ୩ବର୍ଷ ଧରି ଡିସେମ୍ବର ମାସରେ ଧାନ ସଂଗ୍ରହ ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଜାନୁଆରୀ ମାସରୁ ଧାନ ସଂଗ୍ରହ ଆରମ୍ଭ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ଜାନୁଆରୀ ୧୨ ତାରିଖରେ ତତ୍କାଳୀନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଖୋର୍ଦ୍ଧା ବ୍ଲକ୍ର କଁପୁର ପ୍ରାଥମିକ କୃଷି ସେବା ସମବାୟ ସମିତିରେ ଧାନମଣ୍ତି ଉଦ୍ଘାଟନ କରିଥିଲେ। […]









