ଅପରାଧ ରାଜ୍ୟ

ମୁଣ୍ଡଳୀ ବ୍ରିଜ୍‌ରୁ ଡେଇଁ ଯୁବକଙ୍କ ନିଖୋଜ ଘଟଣା, ଦୁଇ ଦିନ ପରେ ମିଳିଲା ମୃତଦେହ

ଆଠଗଡ଼ ୨୯।୦୮: ମୁଣ୍ଡଳୀ ବ୍ରିଜରେ ସ୍କୁଟି ରଖି ମହାନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା । ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଠାବ । ଆଠଗଡ଼ ଗୁରୁଡିଝାଟିଆ ଥାନା ଲିଙ୍ଗାପଦା ନିକଟ ମହାନଦୀ କୂଳରୁ ମୃତଦେହ ଠାବ ହୋଇଛି । ପୋଲିସ ଘଟଣାସ୍ଥଳର ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, କିଛି ଦିନ ତଳେ ମୁଣ୍ଡଳୀ ବ୍ରିଜ୍‌ ଉପରେ ଜଣେ ବ୍ୟକ୍ତି ସ୍କୁଟି ରଖି ମହାନଦୀକୁ ଡେଇଁପଡିଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି […]

ଅପରାଧ ରାଜ୍ୟ

ମଦ ଦୋକାନ କର୍ମଚାରୀଙ୍କୁ ଗୁଳିମାଡ଼ କରି ଟଙ୍କା ଲୁଟ୍‌, ମେଡିକାଲରେ ଭର୍ତ୍ତି

ଅନୁଗୁଳ ୨୯।୦୮: ଗୁଳିମାଡ଼ କରି ମଦ ଦୋକାନ କର୍ମଚାରୀଙ୍କଠୁ ଲୁଟ୍‌ । ଗୁରୁତର ଅବସ୍ଥାରେ କର୍ମଚାରୀଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନୁଗୁଳ କୁରୁଡୋଲ ନିକଟରେ ଘଟିଛି ଏହି ଘଟଣା । ଖବର ଅନୁଯାୟୀ, ତାଳଚେର ଶର୍ମା ଛକରୁ ଏକ ମଦ ଦୋକାନରୁ ଟଙ୍କା ନେଇ ଅନୁଗୁଳ ଆସୁଥିଲେ । ଠିକ୍‌ ଏହି ସମୟରେ ଦୁର୍ବୁତ୍ତଙ୍କ ଆକ୍ରମଣର ଶିକାର ହେଲେ ମଦ ଦୋକାନ କର୍ମଚାରୀ ଶେଷନାଥ ଗୁପ୍ତା । ଗୁଳିଚାଳନା କରି ଟଙ୍କା ଲୁଟିନେଲେ […]

ଅପରାଧ ରାଜ୍ୟ

ପିକ୍‌ଅପ୍‌ ଭ୍ୟାନ୍‌ରୁ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜବତ, ଡ୍ରାଇଭର ଫେରାର୍

ଆଠମଲ୍ଲିକ ୨୯।୦୮: ପିକଅପ୍ ଭ୍ୟାନ୍‌ରୁ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜବତ। ଭ୍ୟାନ୍ ଛାଡ଼ି ଡ୍ରାଇଭର୍ ଫେରାର୍। ବନବିଭାଗ ଓ ପୋଲିସର ତଦନ୍ତ ଜାରି । ଖବର ଅନୁଯାୟୀ, ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ରାଜିଙ୍ଗ ଗାଁର କେନ୍ଦୁପତ୍ର ଚାଲାଣ ହେଉଥିଲା । ଏନେଇ ଖବର ମିଳିବା ପରେ ବନ ବିଭାଗ ଚଢାଉ କରିଥିଲା। ବନ କର୍ମଚାରୀଙ୍କୁ ଦେଖିବା ପରେ ଡ୍ରାଇଭର୍ ଗାଡି ଛାଡ଼ି ଫେରାର୍ ହୋଇଯାଇଥିଲା। ବନ ବିଭାଗ କେନ୍ଦୁପତ୍ର ବୋଝେଇ ପିକଅପ୍ ଭ୍ୟାନ୍‌କୁ ରେଞ୍ଜ୍ […]

ଅପରାଧ ରାଜ୍ୟ

ଦୁଇ ଜଣଙ୍କୁ ଭୁଜାଲିରେ ଆକ୍ରମଣ କରି ଲୁଟ୍‌, ପୋଲିସର ତଦନ୍ତ ଜାରି

ବଲାଙ୍ଗୀର ୨୯।୦୮: ନୁଆଁଖାଇ ପୂର୍ବରୁ ଅପରାଧୀ ସକ୍ରିୟ । ଦୁଇ ଜଣ ଯୁବକ ସିରିଜ ଆକ୍ରମଣ କରି ଲୋକଙ୍କ ଠାରୁ ଲୁଟ୍ ପାଟ୍ କରିଛନ୍ତି l ବଲାଙ୍ଗୀର ଇନ୍ଦ୍ରାନଗର ନୂତନ ବସ୍ ଟାର୍ମିନାଲ ସମ୍ମୁଖରେ ଏହି ଘଟଣା ଘଟିଛି । ତେବେ ଦୁଇ ଜଣ ଯୁବକ ଭୁଜାଲି ମାରଣାସ୍ତ୍ର ଧରି ଲୋକଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିଛି l ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଭୀମ ଭୋଇ ମେଡିକାଲର କର୍ମଚାରୀ […]

ଅପରାଧ ରାଜ୍ୟ

ମଦ ଦୋକାନ ସହ କାର୍ ଜାଳି ଦେଲେ ଲୋକେ, ୬ ଜଣଙ୍କୁ ଅଟକ ରଖିଲା ପୋଲିସ

ସୋରୋ ୨୯/୦୮: ଖନ୍ତାପଡ଼ା ଥାନା ମୌଉଛଣ ଗ୍ରାମରେ ସରକାରୀ ମଦ ଦୋକାନକୁ ଜାଲିଦେଳେ ଦୁର୍ବୃତ୍ତ । ତା ସହିତ ମଦ ମାଲିକଙ୍କର ୪ ଚକିଆ ଯାନକୁ ବି ଜାଳି ଦେଇଛନ୍ତି ।ସନ୍ଦେହରେ ଖନ୍ତାପଡା ପୋଲିସ ୬ ଜଣଙ୍କୁ ଅଟକ ରଖିଥିବା ନେଇ ସୂଚନା । ସୂଚନାରୁ ଜଣାଯାଏ ଏହି ଗ୍ରାମରେ ସରକାରୀ ମଦ ଦୋକାନ ଖୋଲା ଯାଇଥିବା ବେଳେ ସେଠାକାର ସ୍ଥାନୀୟ ବାସିନ୍ଧା ଗତ କିଛିଦିନ ଧରି ଏହାକୁ ବିରୋଧ କରିଥିଲେ । ଶେଷରେ ମଦ ଦୋକାନୀ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଧଳସାମନ୍ତ ଘନିଷ୍ଠ ସହଯୋଗୀ ଭଜନା ମୃତ, ଚୌଦ୍ୱାର ଜେଲରୁ ରାଉରକେଲା ସ୍ଥାନାନ୍ତର ବେଳେ ଅଘଟଣ

କଟକ ୨୯/୦୮: ଧଳସାମନ୍ତଙ୍କ ଘନିଷ୍ଠ ସହଯୋଗୀ ତଥା ଓମ ଦୀପୁ ହତ୍ୟାକାଣ୍ଡର ଅଭିଯୁକ୍ତ ଭଜନା ଓରଫ ସଞ୍ଜୟ ସାହୁର ରାଉରକେଲା ଜେଲରେ ମୃତ୍ୟୁ ହୋଇଥିବା ଜଣାପଡିଛି । ୨୦୧୫ ମସିହାରେ ଏକ ଗଣ୍ଡଗୋଳ ଘଟଣାରେ ଭଜନା ଜେଲ ଯାଇଥିଲେ । ପରବର୍ତ୍ତୀ ସମୟରେ ଓମ ଦୀପୁ ହତ୍ୟାକାଣ୍ଡ ଠାରୁ ଆରମ୍ଭ କରି, ଦାଦାବଟି ଅଭିଯୋଗକାରୀଙ୍କୁ ମାଡ ମାରିବା, ସାକ୍ଷୀଙ୍କୁ ଧମକ ଚମକ ଦେବା ଭଳି ବହୁ ମାମଲାରେ ଛନ୍ଦି ହୋଇଥିଲା ଭଜନା । ଆଗକୁ ପାର୍ବଣ ଆସୁଥିବାରୁ […]

ଅପରାଧ ରାଜ୍ୟ

ପୂର୍ବଶତ୍ରୁତାରୁ ହତ୍ୟା, କଟୁରୀ ହାଣି ମାରିଦେଲା ଅଭିଯୁକ୍ତ

ରାଉରକେଲା ୨୯।୦୮ : ପୂର୍ବଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ମୃତକ ହେଲେ ମଙ୍ଗଳ ମୁଣ୍ଡା । ସୁନ୍ଦରଗଡ଼ କ.ବଲାଙ୍ଗ ଥାନା ଖଡିଆବାହାଲ ଗାଁରେ ଘଟିଛି ଏହି ଅଘଟଣ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଖବର ଅନୁଯାୟୀ, ମଙ୍ଗଳ ମୁଣ୍ଡା ଘରେ ଶୋଇଥିଲେ । ଏହି ସମୟରେ ସେହି ଗାଁର ଗାମୁଗା ମୁଣ୍ଡା ଆସି ମଙ୍ଗଳ ମୁଣ୍ଡା ସାଙ୍ଗରେ କୌଣସି କଥାକୁ ନେଇ ପାଟିତୁଣ୍ଡ କରିଥିଲେ । ପରେ ଉତ୍‌କ୍ଷିପ୍ତ ହୋଇ […]

ଅପରାଧ ରାଜ୍ୟ

ପାରାଦୀପରେ ୪ ଯୁବକଙ୍କ ବର୍ବର କାଣ୍ଡ: ଆଶା କର୍ମୀଙ୍କୁ ଟେକି ନେଇ ଗଣଦୁଷ୍କର୍ମ

ଜଗତସିଂହପୁର : ଷଣ୍ଢକୁଦର ଜଣେ ଆଶାକର୍ମୀଙ୍କୁ କାର୍‌ରେ ଅପହରଣ କରି ନେଇ ଗଣଦୁଷ୍କର୍ମ କରିବା ଭଳି ଏକ ବର୍ବର କାଣ୍ଡ ଘଟିଛି ପାରାଦୀପ ଅଞ୍ଚଳରେ। ଏ ସଂପର୍କରେ ଶନିବାର ଦିନ କୁଜଙ୍ଗ କୋର୍ଟ‌ରେ ପୀଡ଼ିତାଙ୍କର ବୟାନ ରେକର୍ଡ କରାଯାଇଛି। ମହିଳାଙ୍କ ଡାକ୍ତରୀମାଇନା କରାଯାଇଛି। ପୁଲିସ, ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ବାଡ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମାମଲାରେ ସମ୍ପୃକ୍ତ ଥିବା ସନ୍ଦେହରେ ଦୁଇ ଜଣ ଯୁବକଙ୍କୁ ପାରାଦୀପ ଆଦର୍ଶ ଥାନାରେ ଅଟକ ରଖାଯାଇଥିବା ବେଳେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ରେଭେନ୍ସା ଇଂରାଜୀ ବିଭାଗକୁ ଶହେ ବର୍ଷ ପୂରିଲା, ଶତାବ୍ଦୀ ସମାରୋହ ସେପ୍ଟେମ୍ବର ୩ରେ

ଭୁବନେଶ୍ବର : ଦେଶର ଐତିହ୍ୟ ସମ୍ପନ୍ନ ରେଭେନ୍ସା ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗ ଇତିମଧ୍ୟରେ ଶହେ ବର୍ଷ ପୂରଣ କରିଥିବାରୁ ଆସନ୍ତା ସେପ୍ଟେମ୍ବର ମାସ ୩ ତାରିଖରେ ଶତବାର୍ଷିକ ଉତ୍ସବ ପାଳନ କରିବାକୁ ଯାଉଛି l ୧୯୧୬ ମସିହାରେ ଇଂରାଜୀ ବିଭାଗରେ ସ୍ନାତକ ଶିକ୍ଷାଦାନ ଆରମ୍ଭ ହୋଇଥିବା ବେଳେ ୧୯୨୨ ମସିହାରେ ସ୍ନାତକୋତ୍ତର ଶିକ୍ଷାଦାନ ସୋନପୁର ମହାରାଣୀଙ୍କ ଆର୍ଥିକ ଅନୁଦାନ ଦ୍ୱାରା ଆରମ୍ଭ ହୋଇଥିଲା। ରେଭେନ୍ସା ଇଂରାଜୀ ବିଭାଗର ଏହି ଶହେ ବର୍ଷର ଯାତ୍ରା ସଂଘର୍ଷମୟ ଓ ଘଟଣା […]

ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଆଜି ୨୫୭ କରୋନା ସଂକ୍ରମିତ, ୪୩ ଜଣ ୧୮ ବର୍ଷରୁ କମ୍ ବୟସର

ଭୁବନେଶ୍ବର: ଆଜି ବି ରାଜ୍ୟରେ ୩ ଶହ ତଳେ ରହିଛି ଦୈନିକ କରୋନା ସଂକ୍ରମଣ। ଗତକାଲି ୨୮୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୫୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୦୬ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୪୩ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର […]