ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଇମରାନ ଖାନଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ପରେ ଜରୁରୀ ଅବତରଣ; ହତ୍ୟା ପାଇଁ ଷଡଯନ୍ତ୍ର କରାଯାଉଥିବା କରିଥିଲେ ଦାବି

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ପରେ ରାୱଲପିଣ୍ଡିରେ ଏହାର ଜରୁରୀ ଅବତରଣ କରାଯାଇଛି । ଇମରାନ ଖାନଙ୍କ ତହରିକ-ଏ-ଇନସାଫ ଟ୍ୱିଟ୍ କରି ଏହି ସୂଚନା ଦେଇଛି । ଏଥିରେ କୁହାଯାଇଛି, ପଖତୁନଖୱା ପ୍ରାନ୍ତରେ ଡେରା ଇସ୍ମାଇଲ ଖାନଠୁ ବାନୀଗାଲା ଯିବା ସମୟରେ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ଏହାପରେ ରାୱଲପିଣ୍ଡିର ଅଦିୟାଲା ଗାଁରେ ଜରୁରୀ ଅବତରଣ କରାଯାଇଥିଲା । ବୟାନରେ କୁହାଯାଇଛି ଯେ, ପରେ ଇମରାନ ଖାନ […]

ଅପରାଧ ରାଜ୍ୟ

ଜଗବନ୍ଧୁଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ବନ୍ଦ, ଅର୍ଚ୍ଚନା ନାଗ ଗିରଫ ପରଠୁ ଅଛନ୍ତି ଫେରାର

ଭୁବନେଶ୍ୱର ୦୯।୧୦ : ରାଜଧାନୀରେ ଚାଲିଥିଲା ହନିଟ୍ରାପ୍ । ବ୍ଲାକମେଲ୍ ର ରାଣୀ ଅର୍ଚ୍ଚନା ନାଗର ଗୋଟିଏ ପରେ ଗୋଟିଏ ଗୁମର ପଦାକୁ ଆସୁଥିବା ବେଳେ ଖସିଯାଇଥିବା ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କର ଫେସ୍ ବୁକ ଆକାଉଣ୍ଟ ବନ୍ଦ କରିଛି ପୋଲିସ। ଜଗବନ୍ଧୁଙ୍କ ଫେସବୁକ ଆକାଉଣ୍ଟରେ ରହିଥିଲା ଅନେକ ତଥ୍ୟ। ସେପଟେ ପୋଲିସ ଖୋଲିଛି ଏହି ବ୍ଲାକମେଲରର ଇ.ମେଲ ଆଇ.ଡି.। ଏହି ମେଲ୍ ରୁ ୨୦ ଦେହଜୀବିଙ୍କ ଫଟୋ ଓ ତଥ୍ୟ ମିଳିଥିବା ସୂଚନା। ଅର୍ଚ୍ଚନା ମୁମ୍ବାଇ ଓ […]

ଅପରାଧ ରାଜ୍ୟ

ନିଶା ନେଇଗଲା ଆଉ କାହା ଜୀବନ ! କାର୍‌ ଧକ୍କାରେ କଦଳୀ ବେପାରୀ ମୃତ

ଭୁବନେଶ୍ୱର ୦୯।୧୦ : ଭୁବନେଶ୍ୱର କଳ୍ପନା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କୁ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ, ରାଜମହଲ ଛକ ପଟୁ କଳ୍ପନା ଆଡ଼କୁ ଦ୍ରୁତ ଗତିରେ ଆସୁଥିବା ଏକ ଗ୍ରାଣ୍ଡ ଆଇଟେନ କାର୍ ରାସ୍ତା କଡ଼ରେ ଟ୍ରଲିରେ ବିକ୍ରି କରୁଥିବା କଦଳୀ ବେପାରୀଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ କଦଳୀ ବେପାରୀ ଜଣଙ୍କ […]

ଅପରାଧ ରାଜ୍ୟ

ଦୟନୀୟ ସ୍ଥିତିରେ ଅର୍ଚ୍ଚନାଙ୍କ ଶାଶୂଘର

ଜଳେଶ୍ବର : ବଡ଼ବଡ଼ିଆଙ୍କୁ ପ୍ରେମ ଜାଲରେ ଫସାଇବା ପରେ ବ୍ଲାକ୍‌ମେଲିଂ କରି କୋଟି କୋଟି ଟଙ୍କା ରୋଜଗାର କରୁଥିବା ଅର୍ଚ୍ଚନା ନାଗଙ୍କ ବାଲେଶ୍ବର ଲିଙ୍କ୍‌ ପଦାକୁ ଆସିଛି। ଭୁବନେଶ୍ବର କମିସନରେଟ୍‌ ପୁଲିସ ଅର୍ଚ୍ଚନାଙ୍କୁ ଗିରଫ କରିବା ପରେ ତାଙ୍କ କାର୍ପଟଦାର ସ୍ବାମୀ ଜଗବନ୍ଧୁ ଚାନ୍ଦ ଫେରାର୍‌ ହୋଇ ଯାଇଛନ୍ତି। ଜଗବନ୍ଧୁଙ୍କ ଘର ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ୍‌ ନେତୁଆ ପଞ୍ଚାୟତର ବାଉଁଶବଣି ଗ୍ରାମରେ। ରାଜଧାନୀରେ କୋଟି କୋଟି ଟଙ୍କାର ଆଲିସାନ୍‌ ବଙ୍ଗଳାରେ ଅର୍ଚ୍ଚନା ଓ ଜଗବନ୍ଧୁ ରହୁଥିବା […]

ଅପରାଧ ରାଜ୍ୟ

ନଦୀରେ ଭାସୁଛି ନବଜାତର ମୃତଦେହ, ପୋଲିସ ଖୋଜୁଛି କାରଣ

ତେଲକୋଇ ୦୮।୧୦ : ନଦୀରେ ଭାସୁଛି ନବଜାତର ମୃତଦେହ । କେନ୍ଦୁଝର ଜିଲ୍ଲା ସମାକୋଇ ପୋଲ ନିକଟରେ ମୃତଦେହ ଲାଗିଥିବା ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଶନିବାର ସକାଳୁ କିଛି ଲୋକ ନଦୀକୁ ଗାଧୋଇବାକୁ ଆସିଥିଲେ । ଏହି ସମୟରେ ନବଜାତର ମୃତଦେହ ଭାସୁଥିବାର ଦେଖିଥିଲେ । ଏହାପରେ ମୃତଦେହକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା । ସେପଟେ ଘଟଣା ସଂପର୍କରେ ପୋଲିସକୁ ଖବର […]

ଅପରାଧ ରାଜ୍ୟ

ଋଣ ଭାର ସହି ନ ପାରି ଜୀବନ ହାରିଲେ ଟ୍ରକ ମାଲିକ

ତେଲକୋଇ: ଋଣ ଭାର ସହି ପାରିଲେ ନାହିଁ, ଶେଷରେ ଜୀବନ ହାରିଲେ ଟ୍ରକ ମାଲିକ। ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଛାମୁଣ୍ଡା ଗ୍ରାମରେ। Video Player 00:00 00:09 ସୂଚନା ଅନୁଯାୟୀ, ଛାମୁଣ୍ଡା ଗ୍ରାମର ସ୍ବର୍ଗତ ଦୁଃଖୀଶ୍ୟାମ ମହାକୁଡ଼ଙ୍କ ପୁଅ ମୁକୁନ୍ଦ ମହାକୁଡ଼ ରୋଜଗାର ପାଇଁ ସେ ଏକ ୧୨ଚକିଆ ଟ୍ରକ କିଣି ଚଳାଉଥିଲେ। ସବୁ ଠିକଠାକ ଥିଲା, କିନ୍ତୁ କିଛି ମାସ ହେଲାଣି ମାଇନ୍ସ ଚାଲୁ ନ ଥିବାରୁ […]

ଅପରାଧ ଦେଶ ବିଦେଶ

ଲୋକାଲ ଟ୍ରେନରେ ସିଟ୍‌କୁ ନେଇ ହଙ୍ଗାମା, ମହିଳା ଯାତ୍ରୀଙ୍କ ମଧ୍ୟରେ ମାଡ ମରାମରି ସହ ଭଙ୍ଗାରୁଜା

ମୁମ୍ୱାଇ ୭/୧୦: ଲୋକାଲ ଟ୍ରେନରେ ହାତାହାତି ହେଲେ ମହିଳା । ସିଟ୍‌କୁ ଦେଖିବାକୁ ମିଳିଥିଲା ବିବାଦ । ପରିସ୍ଥିତି ଏମିତି ହୋଇଥିଲା ଯେ, ଡ୍ୟୁଟିରେ ଥିବା ଜଣେ ପୋଲିସ କର୍ମଚାରୀଙ୍କୁ ମାଡ ମାରିବାକୁ ପଛାଇନଥିଲେ ମହିଳାମାନେ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓ ହେଉଛି ଥାଣେ-ପାନଭେଲ ଲୋକାଲ ଟ୍ରେନର । ବାସି ସରକାରୀ ରେଳ ପୋଲିସ (GRP) ର ପୋଲିସ୍ ଇନ୍ସପେକ୍ଟରଙ୍କ କହିବା ଅନୁଯାୟୀ ତୁର୍ବେ ଷ୍ଟେସନ ନିକଟରେ ଥିବା ଏକ ସିଟ୍ ରେ […]

ଅପରାଧ ରାଜ୍ୟ

ଜମି ମାଫିଆଙ୍କ ଉତ୍ପାତ ବଢ଼ୁଛି: ସଂରକ୍ଷିତ ଜଙ୍ଗଲରୁ କାଟିଦେଲେ ହଜାର ହଜାର ଗଛ

ତାଳଚେର : ଅନୁଗୁଳ ଟାଉନ୍‌ରୁ ମାତ୍ର ୧୦ କିଲୋମିଟର ଦୂର ଅନୁଗୁଳ ସଦର ଥାନା ଅନ୍ତର୍ଗତ ନତଡ଼ା ଗାଁ ସଂରକ୍ଷିତ ଜଙ୍ଗଲରୁ ଆଜି ଭୋରରେ ହଜାର ହଜାର ଗଛ କାଟି ଦିଆଯାଇଛି। ଜମି ମାଫିଆ ଜାଗା ପ୍ଲଟିଂ କରିବା ଉଦ୍ଦେଶ୍ୟରେ ଏଭଳି ଭାବେ ଜଙ୍ଗଲ ପଦା କରିଥିବା ଜଣାପଡ଼ିଛି। ନତଡ଼ା ଗ୍ରାମବାସୀ ଏ ସଂପର୍କରେ ବନ ବିଭାଗକୁ ଜଣାଇଥିଲେ ବି ଅଭିଯୁକ୍ତଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ସୂଚନା […]

ଅପରାଧ ରାଜ୍ୟ

ନେତାଙ୍କୁ ବ୍ଲାକ୍‌ମେଲିଂ କରି ବନ୍ଧାହେଲେ ବ୍ଲାକମେଲର, ପେନ୍ ଡ୍ରାଇଭରେ ରହିଛି ହାଇପ୍ରୋଫାଇଲ ଲୋକଙ୍କ ଭିଡିଓ

ଭୁବନେଶ୍ୱର,୭/୧୦ : ରାଜନେତାଙ୍କ ସହ ଫେସ୍‌ବୁକ୍‌ରେ ସମ୍ପର୍କ । କିଛିଦିନ ପରେ ଫୋନ୍‌ରେ ପ୍ରେମାଳାପ । ତା’ପରେ ଶାରୀରିକ ସମ୍ପର୍କ ସ୍ଥାପନ । ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟିଂ କରି ବ୍ଲାକ୍‌ମେଲ୍‌ କରି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିବା ମୂଳ ଲକ୍ଷ୍ୟ । ଏମିତି ବ୍ଲାକ୍‌ମେଲିଂ କରୁଥିବା ଜଣେ ମହିଳାଙ୍କୁ ଗିରଫ କରିଛି କମିଶନରେଟ୍‌ ପୁଲିସ୍‌ । ତାଙ୍କ ନାଁ ଅର୍ଚ୍ଚନା ନାୟକ । ତାଙ୍କ ଠାରୁ ପୁଲିସ୍‌ ୨ଟି ପେନ୍‌ଡ୍ରାଇଭ୍‌ ଓ ୨ଟି ମୋବାଇଲ୍‌ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଓଡ଼ିଶାରେ କଫ୍ ସିରପ୍ ତନାଘନା, ନମୁନା ସଂଗ୍ରହ ପାଇଁ ଡିଆଇଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର : ଭାରତରେ ପ୍ରସ୍ତୁତ କଫ୍ ସିରପ୍ ପିଇ ଆଫ୍ରିକା ଦେଶ ଗାମ୍ବିଆରେ ୬୬ଜଣ ଶିଶୁଙ୍କ ସନ୍ଦିଗ୍ଧ ମୃତ୍ୟୁକୁ ନେଇ ବିଶ୍ବବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚ୍‌ଓ ପକ୍ଷରୁ ଏହି ସିରପ୍ ନ ଖାଇବା ନେଇ ସତର୍କତା ଜାରି କରାଯିବା ପରେ ଭାରତ ସରକାର ଏହାର ତଦନ୍ତ ଆରମ୍ଭ କରିଛନ୍ତି। ଓଡ଼ିଶାରେ ମଧ୍ୟ ସଂପୃକ୍ତ କମ୍ପାନିର କଫ୍ ସିରପ୍ ବିକ୍ରି ହେଉଛି ନା ନାହିଁ ତାହାର ଯାଞ୍ଚ କରିବା ସହିତ ଯଦି […]