ରାଜନୀତି ରାଜ୍ୟ

ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି

ଭୁବନେଶ୍ୱର ୨୮/୧୧: ବିଧାନସଭା ଅଧିବେଶନର ଚତୁର୍ଥ ଦିନ । ଆଜି ଗୃହ ଆରମ୍ଭରୁ ଦେଖିବାକୁ ମିଳଥିଲା ହୋହଲ୍ଲା ପରିସ୍ଥିତି । ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ବିଧାନସଭାରେ ହଟ୍ଟଗୋଳ ଓ ନାରାବାଜି । ଉଭୟ ବିଜେପି ଓ କଂଗ୍ରେସ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ ଉଠାଇ ଶାସକ ବିଜେଡିକୁ ଘେରିଥିଲେ । ସ୍ଥିତି ଏମିତି ହୋଇଥିଲା ଯେ, ଗୃହ ମୁଲତବୀ କରିଥିଲେ ବାଚସ୍ପତି । ୧୧.୩୦ ଯାଏଁ ଗୁହକୁ ମୁଲତବୀ କରାଯାଇଛି ।

ଅପରାଧ ରାଜ୍ୟ

ଇଟାଭାଟି ମାଲିକଙ୍କୁ ହତ୍ୟା ! ରାତିରେ ଏକାଠି ମିଶି କରୁଥିଲେ ଭୋଜି

ମହାକାଳପଡ଼ା ୨୮।୧୧ : ଇଟାଭାଟି ମାଲିକଙ୍କୁ ହତ୍ୟା । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଖରନାସୀ ଗାଁରେ ଘଟିଛି ଘଟଣା । ଏବେ ଯାଏଁ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଖବର ଅନୁଯାୟୀ, ପାତାପାଟ ଗାଁର ଦୀନେଶ ବୈଦ ଖରନାସୀ ଠାରେ ଇଟାଭାଟି କରୁଥିଲେ । ରବିବାର ରାତିରେ ଇଟାଭାଟିର ଶ୍ରମିକଙ୍କ ସହିତ ଭୋଜି ଆୟୋଜନ କରିଥିଲେ । ରାତିରେ ଭୋଜି […]

ଅପରାଧ ରାଜ୍ୟ

ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ

ପଦ୍ମପୁର ୨୮/୧୧: ବରଗଡ଼ ଜିଲ୍ଲାର ପଦ୍ମପୁରରେ ଏବେ ଉପନିର୍ବାଚନ ଚାଲିଥିବା ବେଳେ ପଦ୍ମପୁର ସଦରର ୩ ଜଣ ବ୍ୟବସାୟୀଙ୍କ ଘରେ ସକାଳୁ ଆୟକର ବିଭାଗ ରେଡ୍ କରିଛି। ଏହି ୩ ଜଣ ବ୍ୟବସାୟୀ ହେଲେ ଏମଡି ସାଜିଦ, ଗଜାନନ ଅଗ୍ରୱାଲ ଓ ମାନଭଞ୍ଜନ ସାହୁ। ଏହି ୩ ବ୍ୟବସାୟୀ ମିଳିତ ଭାବେ ଏକ ରାଇସ୍ ମିଲ୍ ଚଳାଉଥିବା ବେଳେ ପେଟ୍ରୋଲ ପମ୍ପ, ଟ୍ରାକ ଓ ଟ୍ରାନ୍ସପୋର୍ଟେସନ ବ୍ୟବସାୟ ରହିଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଏମାନଙ୍କର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସାତକୋଶିଆରେ ଏମିତି ପର୍ଯ୍ୟଟନ: ଆଣ୍ଠେଇଛି ଗୃହ ଆତିଥ୍ୟ, ସଫାରି

ଅନୁଗୁଳ : ବଡ଼ ଯୋଜନା କରିଥିଲେ ସରକାର। ସାତକୋଶିଆରେ ପର୍ଯ୍ୟଟକଙ୍କୁ ଗାଁ ଲୋକଙ୍କ ଦ୍ବାରା ଗୃହ ଆତିଥ୍ୟ ଦିଆଯିବ। କେବଳ ଆତିଥ୍ୟ ନୁହେଁ, ପର୍ଯ୍ୟଟକଙ୍କୁ ସାତକୋଶିଆରେ ସଫାରିରେ ବୁଲାଇବାକୁ ବି ସ୍ବପ୍ନ ଦେଖାଇଥିଲେ। ହେଲେ ସବୁ ସ୍ବପ୍ନ କିନ୍ତୁ ଆରମ୍ଭରୁ ଝୁଣ୍ଟିଛି। ଗୃହ ଆତିଥ୍ୟ ଯୋଜନା ସରକାରଙ୍କ ପାଖେ ଝୁଲି ରହିଥିବା ବେଳେ ନୂଆ ଗାଡ଼ି ଖର୍ଦ୍ଦି ପରେ ବି ସଫାରି ଯୋଜନା ସାତକୋଶିଆ ବନଖଣ୍ଡ ପାଖେ ଅଟକି ରହିଛି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ସାତକୋଶିଆରେ ଯୋଜନା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆନନ୍ଦପୁରରେ ଚେସ୍‌ ପ୍ରତିଯୋଗିତା, ଭାଗ ନେବେ ୪୫ ଖେଳାଳି

ଆନନ୍ଦପୁର ୨୮।୧୧ : ଜିଲ୍ଲା ଚେସ୍ ସଂଘ ପକ୍ଷରୁ ଉପଖଣ୍ଡସ୍ତରୀୟ ଚେସ୍‌ ପ୍ରତିଯୋଗିତା ଆରମ୍ଭ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନବୋଦୟ ବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି ଏହି ଟୁର୍ଣ୍ଣାମେଣ୍ଟ । ଏଥିରେ ୪୫ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । କାର୍ଯ୍ୟକ୍ରମକୁ ଆନନ୍ଦପୁର ଉପଜିଲ୍ଲାପାଳ ଉଦ୍‌ଘାଟନ କରିଛନ୍ତି । ଆନନ୍ଦପୁର ଠାରେ ଜିଲ୍ଲା ଚେସ୍‌ ଆସୋସିଏସନ୍‌ର ଏଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି ।

ରାଜନୀତି ରାଜ୍ୟ

କୋଟସିରା ଗଣ୍ଡଗୋଳକୁ ତେଜିଲା ରାଜନୀତି, କଂଗ୍ରେସକୁ ଟାର୍ଗେଟ କଲା ବିଜେଡି

ଭଦ୍ରକ ୨୮/୧୧: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧିନ କୋଟସିରା ଗାଁରେ ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା ନେଇ କଂଗ୍ରେସ ଅଭିଯୋଗ ଆଣିଥିବା ବେଳେ ବିଜେଡି କହିଛି ଘରୋଇ କଳିକୁ ନେଇ ରାଜନୈତିକ ଫାଇଦା ନେଉଛି କଂଗ୍ରେସ । ବିଜେଡି ଜିଲ୍ଲା ଛାତ୍ର ସଭାପତି ଦୀପ୍ତିସୂର୍ଯ୍ୟ ବିଶ୍ୱାଳ କହିଛନ୍ତି ଯେ ଏହି ଘଟଣାକୁ ଅଯଥା ରାଜନୀତିକରଣ କରାଯାଉଛି । ପୋଲିସ ତଦନ୍ତ ଠିକ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଲିଯାତ୍ରାରେ ୩୦ ଲକ୍ଷର ପାସ୍ କେଳେଙ୍କାରୀ!

କଟକ : ବାଲିଯାତ୍ରାରେ ଏଥର ଦୋଳି ପାସ୍‌ରେ ବଡ଼ଧରଣର କେଳେଙ୍କାରୀ ହୋଇଛି। କଟକର ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଦିଆଯାଇଥିବା ଦୋଳି ପାସ୍ ଜାଲିଆତି ହୋଇ ବିକ୍ରି ହୋଇଛି। ପାଖାପାଖି ୧୦ ହଜାର ପାସ୍ ଜାଲିଆତି ହୋଇଛି। ଏହାଦ୍ବାରା ବାଲିଯାତ୍ରାରେ ଦୋଳି ବ୍ୟବସାୟ କରିଥିବା ସଂସ୍ଥାଗୁଡ଼ିକ ପ୍ରାୟ ୩୦ ଲକ୍ଷ ଟଙ୍କା କ୍ଷତି ସହିଥିବା ଦୋଳି ବ୍ୟବସାୟୀ ସଂଘ ଅଭିଯୋଗ କରିଛି। ଏ ନେଇ କ୍ୟାଣ୍ଟନମେଣ୍ଟ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁ କରିଥିବା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବଡ଼ଚଣା ପୋଲିସର ସଫେଇ କାର୍ଯ୍ୟକ୍ରମ, ମହାବିନାୟକ ପୀଠ ପରିସର କଲେ ସଫା

ଚଣ୍ଡିଖୋଲ ୨୮/୧୧- ଯାଜପୁର ଜିଲ୍ଲା ବଡ଼ଚଣାରେ ସଫେଇ କାର୍ଯ୍ୟକ୍ରମ । ବଡ଼ଚଣା ଥାନା ଆମ ପୋଲିସ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମହାବିନାୟକ ପୀଠ ପରିସରକୁ ସଫେଇ କରିଛି ଆମ ପୋଲିସ । ବଡ଼ଚଣା ଥାନା ଅଧିକାରୀଙ୍କ ନେତୃତ୍ବରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଶୈବ ପୀଠ ପରିସରକୁ ସଫା କରିଛନ୍ତି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମହାବିନାୟକ ପୀଠକୁ ଆସିଥାନ୍ତି । ଏବେ ପର୍ଯ୍ୟଟନ ଋତୁ ଚାଲୁଥିବାରୁ ମାହଦେବଙ୍କୁ ଦର୍ଶନ କରିବା […]

ଅପରାଧ ରାଜ୍ୟ

ବୌଦ୍ଧରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ସେହି ରାସ୍ତାରେ ଯାଉଥିଲେ ୫୦ରୁ ଅଧିକ ବନକର୍ମଚାରୀ…

ବୌଦ୍ଧ ୨୮।୧୧ : ବୌଦ୍ଧ ଜିଲ୍ଲା ଲକଡ଼ପାଯୁ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ଯେଉଁଥିରେ ୫୦ରୁ ଅଧିକ ବନକର୍ମଚାରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ବନବିଭାଗ ଗାଡି ଉଡାଇବା ପାଇଁ ଖଞ୍ଜା ହୋଇଥିଲା ଲ୍ୟାଣ୍ଡମାଇନ୍। ଖବର ଅନୁଯାୟୀ, ବୌଦ୍ଧ ଜିଲ୍ଲା ଲକଡ଼ପାଯୁ ଜଙ୍ଗଲରେ ଗଞ୍ଜେଇ ଗଛ ନଷ୍ଟ କରିବା ପାଇଁ ବନକର୍ମଚାରୀ ଯାଇଥିଲେ। ଏହି ସମୟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି । ତେବେ ୫୦ ଜଣ ବନ କର୍ମଚାରୀ ଓ ସୁରକ୍ଷାକର୍ମୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବନ ବିଭାଗ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ଚିଠି : ପରପୁରୁଷ ପ୍ରେମରେ ପଡିଛି ମାଆ, ତାଙ୍କ ଦରମାରୁ କାଟି ମୋ ପଢା ଖର୍ଚ୍ଚ ବହନ କରନ୍ତୁ…

ଆନନ୍ଦପୁର ୨୮।୧୧ : ପରପୁରୁଷ ପ୍ରେମରେ ପଡି ଧରାଛୁଆଁ ଦେଉନାହିଁ ମା’ । ଶିକ୍ଷୟତ୍ରୀ ମା’ ଦରମାରୁ ମୋ ପଢା ଖର୍ଚ୍ଚ ବହନ ପାଇଁ ଚିଠି ଲେଖିଲା ଝିଅ । ମୁଖ୍ୟମନ୍ତ୍ରୀଙ୍କୁ ଏପରି ଚିଠି ଲେଖି ଆକୁଳ ନିବେଦନ କରିଛି ଝିଅ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଅଞ୍ଚଳରେ ଘଟିଛି ଏପରି ଘଟଣା । ଖବର ଅନୁଯାୟୀ, ହାଟଡିହି ବ୍ଲକ୍ ସୁନ୍ଦରାପାଳ ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢୁଛନ୍ତି ଜଣେ ଛାତ୍ରୀ । […]