ଓଡ଼ିଶା ଉପରେ ବର୍ଷିଲେ ଆନ୍ଧ୍ର ନେତା: ‘କୋଟିଆ ଉପରେ ଓଡ଼ିଶାର ଯେତିକି ଅଧିକାର, ଆନ୍ଧ୍ରର ମଧ୍ୟ ସେତିକି ଅଧିକାର’
ପଟାଙ୍ଗି: କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ ଅନ୍ତର୍ଗତ କୋଟିଆରେ ପୁଣି ଓଡ଼ିଶା ବିରୋଧରେ ବର୍ଷିଛନ୍ତି ଆନ୍ଧ୍ରର ରାଜନେତା। ଓଡ଼ିଶାର ଅଧିକାରୀଙ୍କୁ ସୁପ୍ରିମକୋର୍ଟକୁ ଟାଣିବେ ବୋଲି ଖୋଲା ଚେତାବନୀ ଦେଇଛନ୍ତି। ସୀମାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଜଣେ ରାଜନେତାଙ୍କ ଏଭଳି ଆଚରଣ ଚକିତ କରୁଛି। ବିବାଦକୁ ଶାନ୍ତିପୂର୍ଣ୍ଣ ଭାବେ ତୁଟାଇବା ବଦଳରେ ବଢ଼ାଇବା ପାଇଁ ଉଦ୍ୟମ କରିଥିବା ମତ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, କିଛିଦିନ ତଳେ କୋଟିଆ ପଞ୍ଚାୟତରେ ଆନ୍ଧ୍ର […]









