ରାଜ୍ୟ ସ୍ପେଶାଲ ରିପୋର୍ଟ

୨ ଦିନ ପରେ ଶୀତ କମିବ

ଭୁବନେଶ୍ବର: ରାଜ୍ୟ ମଧ୍ୟକୁ ଉତ୍ତରା ପବନ ପ୍ରବାହ ହେତୁ ରାଜ୍ୟରେ ପ୍ରବଳ ଶୀତ ପ୍ରବାହ ଜାରି ରହିଛି। ଗତ ରାତିରେ ମଧ୍ୟ ରାଜ୍ୟର ୧୦ ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ୫.୪ ଡିଗ୍ରି ତାପମାତ୍ରା ସହ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଥିଲା। ସେହିଭଳି ଫୁଲବାଣୀ ଓ ସେମିଳିଗୁଡ଼ାର ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରି, କୋରାପୁଟ ୮ ଡିଗ୍ରି, କେନ୍ଦୁଝର ୮.୪ ଡିଗ୍ରି, କିରେଇ ଓ ସୁନ୍ଦରଗଡ଼ ୯.୪ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଙ୍ଗାର ବୋଝେଇ ଅଟୋ ଜବତ, ଜଣେ ଅଟକ

ରାମଚନ୍ଦ୍ରପୁର, : ରାମଚନ୍ଦ୍ରପୁର ଥାନା ଖଡ଼ିକାଶୁଳବାହାଳି ଛକରୁ ଆଜି ଅପରାହ୍‌ଣରେ ବନ ବିଭାଗ ଏକ ବେଆଇନ ଅଙ୍ଗାର ବୋଝେଇ ଡାଲାଅଟୋ ଜବତ କରିବା ସହ ଜଣକୁ ଅଟକ ରଖିଛି। ଯାଜପୁର ଜିଲ୍ଲା ଟମକା ଥାନା ବାଦିବିଲି ଗ୍ରାମରୁ ଏକ ଡାଲାଅଟୋ (ଓଡି-୦୪-ଏଫ୍-୦୪୧୧)ରେ ୧୭ ବସ୍ତା ଅଙ୍ଗାର ବୋଝେଇ ହୋଇ ପାଣିକୋଇଲି ଯାଉଥିଲା। ଖବର ପାଇ ବନପାଳ ମଳୟ କୁମାର ସାହୁ, ଫରେଷ୍ଟ ଗାର୍ଡ ଅବିନାଶ ପରିଡ଼ା, ବନରକ୍ଷୀ କୃପାସିନ୍ଧୁ ପେରେଇ ପିଛା କରି ଖଡ଼ିକାଶୁଳବାହାଳି ଛକରେ ଗାଡ଼ି […]

ରାଜନୀତି ରାଜ୍ୟ

ଦୁଇ କଂଗ୍ରେସ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ବର: ଦୁଇ କଂଗ୍ରେସ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ବିଧାୟକ ସୁରେଶ ରାଉତରାୟ ଓ ମହମ୍ମଦ ମୋକିମଙ୍କୁ ଦଳୀୟ ବିଶୃଙ୍ଖଳା ପାଇଁ କଂଗ୍ରେସ ତରଫରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଉଭୟଙ୍କୁ ୭ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦଳୀୟ ଶୃଙ୍ଖଳା ଭାଙ୍ଗିବାକୁ ନେଇ ନୋଟିସ ଜାରି କରାଯାଇଛି ବୋଲି କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲ ସୂଚନା ଦେଇଛନ୍ତି। ଏଦୁଇ ବିଧାୟକ ଗତ ପଦ୍ମପୁର ନିର୍ବାଚନରେ କଂଗ୍ରେସର ଶୋଚନୀୟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ନୂଆଗାଁରେ ଗଛକଟାକୁ ନେଇ ଉତ୍ତେଜନା

ଆନନ୍ଦପୁର: ଘସିପୁରା ବ୍ଳକ୍‌ ରାମଚନ୍ଦ୍ରପୁର ପଞ୍ଚାୟତ ନୂଆଗାଁ ଗ୍ରାମରେ ଗଛକଟାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗତକାଲି ରାତିରେ କେହି ଦୁର୍ବୃତ୍ତ ଗଛଗୁଡ଼ିକୁ ଉଦ୍ଦେଶ୍ୟମୂଳକ ଭାବେ କାଟି ପକାଇଥିବାରୁ ଗ୍ରାମର ଯୁବକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତିନିବର୍ଷ ତଳେ ଗ୍ରାମର ଯୁବକମାନେ ଗ୍ରାମ ନିକଟରେ ଗଛ ଲଗାଇବା ସହିତ ଏହାର ରକ୍ଷଣାବେକ୍ଷଣ ମଧ୍ୟ କରିଥିଲେ। ତେବେ ଗତକାଲି ରାତିରେ କେହି ଦୁର୍ବୃତ୍ତ ଗଛଗୁଡ଼ିକୁ କାଟି ଦେଇଛନ୍ତି। ଏହାର ତଦନ୍ତ ପାଇଁ ଦାବି ‌ହେଉଛି।

ଅପରାଧ ରାଜ୍ୟ

କଣ୍ଟାବାଞ୍ଜି ଗଲା କ୍ରାଇମବ୍ରାଞ୍ଚ୍‌ ଟିମ୍‌: ସାଇବର୍‌, ଫଟୋ ବ୍ୟୁରୋ, ଫରେନସିକ୍‌ ଟିମ୍ ସାମିଲ

କଟକ: ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ଆରମ୍ଭ କରିଛି। ପୁଲିସ ଡିଜି ତଦନ୍ତ ନିର୍ଦ୍ଦେଶ ଦେବା ପରେ କ୍ରାଇମବ୍ରାଞ୍ଚର ଏକ ଟିମ୍ କଣ୍ଟାବାଞ୍ଜି ଯାଇଛି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ବିଜୟ ମଲ୍ଲିକଙ୍କ ନେତୃତ୍ବରେ ୩ ଜଣ ଅଫିସର୍‌ ଯାଇଛନ୍ତି। ଏଥିରେ ଇନ୍‌ସପେକ୍ଟର୍‌ ଲକ୍ଷ୍ମୀଧର ହାଁସଦା, ଏସ୍‌ଆଇ ଆଶିଷଦେବ ସାହୁ, କିଶୋର କୁମାର ନାୟକ ପ୍ରମୁଖ ଅଛନ୍ତି। ଏହାବାଦ୍ ଆହୁରି ଏକ ୧୦ଜଣିଆ ଟିମ୍ ଏଥିରେ ସାମିଲ ହୋଇଛି। ଏଥିରେ ଫରେନସିକ୍ ସାଇନ୍‌ସ ଲାବୋରେଟୋରି, ସାଇବର୍ ବିଶେଷଜ୍ଞ, […]

ରାଜନୀତି ରାଜ୍ୟ

ନେତାଙ୍କ ଅଡ଼ୁଆ ବଢ଼ିଲା: କୋର୍ଟରେ ବୟାନ ରେକର୍ଡ ପୂର୍ବରୁ ଏଭଳି ଘଟଣା ସନ୍ଦେହଜନକ

ଭବାନୀପାଟଣା: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ରଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଆଜି ଗୋବିନ୍ଦ ସାହୁ ଜେଲ୍‌ରେ ଆତ୍ମହତ୍ୟା କରିବା ପରେ ଘଟଣାକୁ ଖେଳଖତମ କରିବା ପାଇଁ ଏହା ଷଡ୍‌ଯନ୍ତ୍ର ନୁହେଁ ତ ବୋଲି ରାଜନୀତି ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ସେହିଭଳି ଆଜି ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପରେ ୧୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ କରାଯାଇ ନାହିଁ। ସନ୍ଧ୍ୟା ପର୍ଯ୍ୟନ୍ତ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମମିତା ମେହେର ହତ୍ୟା ମାମଲା: ଗୋବିନ୍ଦଙ୍କ ଆତ୍ମହତ୍ୟା, ଜେଲ୍ ଭିତରେ ମୃତ୍ୟୁକୁ ନେଇ ହଙ୍ଗାମା

କଣ୍ଟାବାଞ୍ଜି/ ଭବାନୀପାଟଣା: ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆଜି ଆତ୍ମହତ୍ୟା କରିଛନ୍ତି। ଆଜି ସେ କୋର୍ଟରେ ହାଜର ହେବାର ଥିଲା। ଏହା ପୂର୍ବରୁ କଣ୍ଟାବାଞ୍ଜି ଉପକାରାଗାର ପରିସରରେ ସକାଳ ପ୍ରାୟ ୮ଟା ୩୦ରେ ହାଜତ ପଛ ପଟେ ରୋଷେଇ ଘର ପାଖରେ ଥିବା କଦମ୍ବ ଗଛରେ ନିଜ ଦୁଇଟି ଗାମୁଛା ଯୋଡ଼ି ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଇଛି। […]

ଅପରାଧ ରାଜ୍ୟ

ହୋମଗାର୍ଡଙ୍କୁ ଚପାଇ ପଳାଇଲା ଭ୍ୟାନ୍: ଘଟଣାସ୍ଥଳରେ ଚାଲିଗଲା ଜୀବନ

କେନ୍ଦ୍ରାପଡ଼ା: ଆଜି ସକାଳେ କେନ୍ଦ୍ରାପଡ଼ା ଜିଲ୍ଲାର ବଳଭଦ୍ରପୁରଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଆରଟିଓ ଚେକିଂ ବେଳେ ଜଣେ କାର୍ଯ୍ୟରତ ହୋମଗାର୍ଡଙ୍କୁ ଗାଡ଼ି ମଡ଼ାଇ ପଳାଇଲା ଭ୍ୟାନ୍। ଏହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ପ୍ରଦୀର କୁମାର ମହାପାତ୍ର। ସୂଚନା ଅନୁଯାୟୀ ଆଜି ସକାଳେ ଜାତୀୟ ରାଜପଥ ବଳଭଦ୍ରପୁରଠାରେ ଆରଟିଓ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ଗାଡ଼ି ଚେକିଂ କରୁଥିଲେ। ଜଣେ ହୋମଗାର୍ଡ ଏକ ପିକଅପ ଭ୍ୟାନକୁ ଚେକିଂ ପାଇଁ ଅଟକାଇଥିଲେ। ହେଲେ ଗାଡ଼ି ଚାଳକ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପରିବାର ଅଦାଲତରେ ବର୍ଷା-ଅନୁଭବ ମାମଲା: ଇଂରାଜୀରେ ଉତ୍ତର ପ୍ରସଂଗରେ ଆବେଦନ ଖାରଜ

କଟକ: ପରିବାର ଅଦାଲତରେ ଆଜି ଅନୁଭବ-ବର୍ଷା ପାରିବାରିକ ବିବାଦର ଶୁଣାଣି ହୋଇଥିଲା। ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଆଜି ବି ଅସଂପୂର୍ଣ୍ଣ ରହିଛି। ଅନ୍ୟପକ୍ଷରେ ଅନୁଭବଙ୍କ ତରଫରୁ ଦାୟର ଆବେଦନକୁ ପରିବାର ଅଦାଲତ ଆଜି ଅଗ୍ରାହ୍ୟ କରିଥିଲେ। ଇଂରାଜୀ ଭାଷାରେ ମାମଲାର ବିଚାର ପ୍ରକ୍ରିୟା ଚାଲିବା ଓ ଗତ ନଭେମ୍ବର ୩ରେ ନିର୍ଦ୍ଦିଷ୍ଟ ଆଇନଜୀବୀଙ୍କ ଉପସ୍ଥିତିରେ ଶୁଣାଣି ହେବାକୁ ଦିଆଯାଇଥିବା ନିର୍ଦ୍ଦେଶ ପ୍ରତ୍ୟାହାର ପ୍ରସଂଗ ନେଇ ଏହି ଆବେଦନ ଅନୁଭବ ଦାୟର କରିଥିଲେ। ଆବେଦନକୁ ବର୍ଷାଙ୍କ ତରଫରୁ ବିରୋଧ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଭିଜିଲାନ୍ସ ଜାଲରେ କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍: କଳାହାଣ୍ଡି ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ଭବାନୀପାଟଣା: ଭିଜିଲାନ୍ସ ଜାଲରେ କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍ କେଶବ ମାଝୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍ କେଶବ ମାଝୀଙ୍କ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। କଳାହାଣ୍ଡି ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି। ସୂଚନା ଅନୁଯାୟୀ, କେସିଙ୍ଗା ସହରର ଓମ୍ ନଗରରେ ଅବସ୍ଥିତ ଶ୍ରୀ ମାଝୀଙ୍କ ତିନି ମହଲା ଘର, କେସିଙ୍ଗା ଥାନା ଅନ୍ତର୍ଗତ ବ୍ରାହ୍ମଣୀରେ ଥିବା ବାସଭବନ, କେଗାଁରେ ଥିବା […]