ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୫୫ଟି ଟ୍ରମା କେୟାର ୟୁନିଟ୍
ଭୁବନେଶ୍ବର : ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୫୫ଟି ଲେଭଲ-୩ ଟ୍ରମା କେୟାର ୟୁନିଟ୍। ଜାତୀୟ ରାଜପଥରେ ଥିବା ସ୍ବାସ୍ଥ୍ୟାନୁଷ୍ଠାନ ଗୁଡ଼ିକରେ ଏସବୁ ୟୁନିଟ୍କୁ ପ୍ରତିଷ୍ଠା କରାଯିବ। ଯାହାଫଳରେ ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକାଯାଇ ପାରିବ। ଭିତ୍ତିଭୂମି, ମାନବ ସମ୍ବଳ, ଯନ୍ତ୍ରପାତିକୁ ବିଚାରକୁ ନେଇ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ରାଜ୍ୟରେ ସମୁଦାୟ ଟ୍ରମା ୟୁନିଟ୍ ସଂଖ୍ୟା ୮୮କୁ ବୃଦ୍ଧି ପାଇବ। ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭାଗ […]









