ରାଜ୍ୟର ୪୧ ଲକ୍ଷ ଲୋକ ନେଇନାହାନ୍ତି ପ୍ରଥମ ଡୋଜ କୋଭିଡ୍ ଟିକା
ଭୁବନେଶ୍ବର: ରାଜ୍ୟର ୮୭ ପ୍ରତିଶତ ଲୋକ ପ୍ରଥମ ଡୋଜ ଟିକା ନେଇ ସାରିଛନ୍ତି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏଯାଏଁ ୧୩ ପ୍ରତିଶତ ଲୋକ ଟିକା ନେଇ ନାହାନ୍ତି। ଏମାନଙ୍କ ସଂଖ୍ୟା ୪୧ ଲକ୍ଷ। ସମସ୍ତେ ସ୍ବତଃପ୍ରବୃତ୍ତ ଭାବେ ଟୀକା ନିଅନ୍ତୁ। ଏହାଫଳରେ ଡିସେମ୍ବର ଶେଷ ସୁଦ୍ଧା ଆମର ପ୍ରଥମ ଡୋଜ ଟିକାକରଣ ଶେଷ ହେବ। ଏହା ଆମର ଲକ୍ଷ୍ୟ। ମୟୁରଭଞ୍ଜ, କନ୍ଧମାଳ ଓ କଟକ ଭଳି ଜିଲ୍ଲାରେ […]