ରାଜ୍ୟ ସ୍ୱାସ୍ଥ୍ୟ

ପଡ଼ୋଶୀ ରାଜ୍ୟରେ ପ୍ରଥମ ଓମ୍ରିକନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡ଼ିଶାବାସୀଙ୍କୁ ସତର୍କ ଘଣ୍ଟି

ଭୁବନେଶ୍ବର: କରୋନା ଭାଇରସ୍‌ ମହାମାରୀର ନୂଆ ଭାରିଆଣ୍ଟ ‘ଓମିକ୍ରନ୍‌’ ସମଗ୍ର ବିଶ୍ବବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଭାରତରେ ମଧ୍ୟ ଏହା ଗୋଟିଏ ପରେ ଗୋଟିଏ ରାଜ୍ୟରେ କାୟା ବିସ୍ତାର କରୁଛି। ଓଡ଼ିଶାରେ ଏପର୍ଯ୍ୟନ୍ତ ଏହି ଭାରିଆଣ୍ଟର ଶିକାର ହୋଇ ନାହାନ୍ତି। କିନ୍ତୁ ପଡୋଶୀ ଆନ୍ଧ୍ରପ୍ରଦେଶରେ ଜଣେ ଯୁବକ ପ୍ରଥମ ଥର ପାଇଁ ଚିହ୍ନଟ ହେବା ପରେ ଆମ ପାଇଁ ସତର୍କ ଘଣ୍ଟି ବାଜିଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ।

ଆନ୍ଧ୍ରରେ ଜଣେ ଯୁବକ ଓମିକ୍ରନ୍‌ ପଜିଟିଭ୍‌ ଚିହ୍ନଟ ହେବା ପରେ ସତର୍କ ରହିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ଆନ୍ଧ୍ରପ୍ରଦେଶ ସରକାର । ଅନ୍ୟପଟେ ପଡୋଶୀ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡିଶାରେ ଏହାର ଆଶଙ୍କା ସୃଷ୍ଟି ହୋଇଛି । ତେବେ ରାଜ୍ୟରେ ଏଯାଏଁ କୌଣସି ଓମିକ୍ରନ ମାମଲା ଆସିନଥିବାବେଳେ ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ଟେଷ୍ଟିଙ୍ଗ କରାଯିବା ପରେ ସଙ୍ଗରୋଧରେ ରଖାଯାଉଥିବା ଓଡିଶା ସରକାରଙ୍କ ପକ୍ଷରୁ କୁହାଯାଇଛି । ରାଜ୍ୟକୁ ଯେପରି ଓମିକ୍ରନ ପ୍ରବେଶ ନକରୁ ସେଥିପାଇଁ ରାଜ୍ୟ ସରକାର ସତର୍କ ରହିଥିବା କୁହାଯାଇଛି ।

ସୂଚନାଯୋଗ୍ୟ ଆନ୍ଧ୍ରପ୍ରଦେଶରେ କୋଭିଡ-୧୯ର ଭାରିଆଣ୍ଟ ଓମିକ୍ରନର ପ୍ରଥମ ପଜିଟିଭ ଚିହ୍ନଟ ହୋଇଛି। ଟ୍ରାକ୍ ରେକର୍ଡରେ ସଂକ୍ରମିତ ବ୍ୟକ୍ତି ଆୟରଲ୍ୟାଣ୍ଡରୁ ଆସିଥିବା ଜଣାପଡିଛି । ବିଦେଶରୁ ଆନ୍ଧ୍ରପ୍ରଦେଶ ଫେରିଥିବା ୧୫ ଜଣ ଯାତ୍ରୀଙ୍କର ଟେଷ୍ଟିିଙ୍ଗ ହୋଇଥିଲା । ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଠାରେ କରୋନା ପଜିଟିଭ ମିଳିଥିବାବେଳେ ୩୪ ବର୍ଷିୟ ଏହି ବ୍ୟକ୍ତିଙ୍କ ଠାରେ ଓମିକ୍ରନ ପଜିଟିଭ ମିଳିଛି । ତେବେ କରୋନା ଆକ୍ରାନ୍ତଙ୍କ ନମୂନା ଜିନୋମ ସିକ୍ୱେନ୍ସିଙ୍ଗ ପାଇଁ ପଠାଯାଇଛି ।

ଟ୍ରାକିଙ୍ଗ ରିପୋର୍ଟ ମୁତାବକ, ଓମିକ୍ରନରେ ସଂକ୍ରମିତ ଏହି ବ୍ୟକ୍ତି ସିଧାସଳଖ ଆୟରଲ୍ୟାଣ୍ଡରୁ ଆନ୍ଧ୍ରପ୍ରଦେଶ ଆସିନଥିଲେ । ସେ ପ୍ରଥମେ ମୁମ୍ବାଇ ବିମାନବନ୍ଦରରେ ଓହ୍ଲାଇଥିଲେ । ସେଠାରେ ତାଙ୍କର ଟେଷ୍ଟିଙ୍ଗରେ ନେଗେଟିଭ ରିପୋର୍ଟ ଆସିଥିଲା । ତେଣୁ ସେଠାରୁ ତାଙ୍କୁ ଆନ୍ଧ୍ରପ୍ରଦେଶ ଆସିବା ପାଇଁ ଅନୁମତି ମିଳିଥିଲା । ନଭେମ୍ବର ୨୯ ତାରିଖରେ ସେ ବିଶାଖାପାଟଣାରେ ପହଞ୍ଚିଥିଲେ । ଆନ୍ଧ୍ରପ୍ରଦେଶର ବିଜୟନଗରମରେ ତାଙ୍କର ଆଉ ଏକ ଆରଟି-ପିସିଆର ପରୀକ୍ଷା କରାଯାଇଥିଲା, ଯେଉଁଥିରେ ତାଙ୍କର କରୋନା ପଜିଟିଭ ରିପୋର୍ଟ ଆସିଥିଲା । ଏହାପରେ ନମୂନାକୁ ଜିନୋମ ସିକ୍ୱେନ୍ସିଙ୍ଗ ପାଇଁ ହାଇଦ୍ରାବାର ସେଲ୍ୟୁଲାର ଆଣ୍ଡ୍ ମଲିକ୍ୟୁଲାର ବାୟୋଲୋଜି ଏବଂ ସିଏସ୍ ଆଇଆର୍ ସିସିଏମ୍ ବିକୁ ପଠାଯାଇଥିଲା । । ଏଠାରେ ତାଙ୍କର ରିପୋର୍ଟ ଓମିକ୍ରନ୍ ପଜିଟିଭ ଥିବା ଜଣାପଡିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ