ମହାମାରୀ କବଳିତ ୨୦୨୦-୨୧ରେ, ଭାରତୀୟ ରେଳବାଇ ତତ୍କାଳ, ପ୍ରିମିୟମ୍ ତତ୍କାଳ ଟିକେଟ୍ରୁ ୫୦୦ କୋଟିରୁ ଅଧିକ ଆୟ କରିଛି
ନୂଆଦିଲ୍ଲୀ: ଭାରତୀୟ ରେଳବାଇ ମହାମାରୀ କବଳିତ ୨୦୨୦-୨୧ରେ ତତ୍କାଳ ଟିକେଟ୍ ଦେୟରୁ ୪୦୩ କୋଟି ଟଙ୍କା, ପ୍ରିମିୟମ୍ ତତ୍କାଳ ଟିକେଟ୍ରୁ ଅତିରିକ୍ତ ୧୧୯ କୋଟି ଟଙ୍କା ଏବଂ ୨୦୨୦-୨୧ ମଧ୍ୟରେ ଗତିଶୀଳ (ଡାଇନାମିକ୍) ଭଡାରୁ ୫୧୧ କୋଟି ଟଙ୍କା ଆୟ କରିଛି। ଉଲ୍ଲେଖଯୋଗ୍ୟ, କୋଭିଡ୍-୧୯ ମହାମାରୀ ହେତୁ ବର୍ଷର ଅଧିକାଂଶ ସମୟରେ ଟ୍ରେନ୍ ଚଳାଚଳ ସ୍ଥଗିତ ରହିଥିଲା। ତେବେ, ଏହି ତିନିଟି ବର୍ଗର ଯାତ୍ରୀମାନେ ସାଧାରଣତଃ ଶେଷ ମୁହୂର୍ତ୍ତର ଯାତ୍ରୀ ଅଟନ୍ତି ଯେଉଁମାନେ ପ୍ରିମିୟମ୍ ଦେୟ ଦେଇ […]