ଜୋହାନେସ୍ବର୍ଗ ଟେଷ୍ଟ : ପୂଜାରା-ରାହାଣେଙ୍କ ଶତକୀୟ ଭାଗିଦାରୀ ସତ୍ତ୍ବେ ପୁଣି ବିଫଳ ହେଲା ଭାରତୀୟ ମଧ୍ୟକ୍ରମ
ଜୋହାନେସ୍ବର୍ଗ : ଜୋହାନେସ୍ବର୍ଗର ଓ୍ବାଣ୍ଡରର୍ସ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତୀୟ ଦଳ ନିଜର ୨ୟ ଇନିଂସ ବ୍ୟାଟିଂ ଜାରି ରଖିଛି । ସର୍ବଶେଷ ସୂଚନା ଅନୁସାରେ ଭାରତ ୬ ଓ୍ବିକେଟ ହରାଇ ୧୮୮ ରନ କରିଛି ଓ ଆଫ୍ରିକା ଠାରୁ ୧୬୧ ରନରେ ଆଗୁଆ ରହିଛି । ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ ଶତକୀୟ ଭାଗିଦାରୀ ପରେ ପୁଣି ଥରେ ଭାରତୀୟ ବ୍ୟାଟିଂ ଭୁଶୁଡ଼ିବା ଆରମ୍ଭ କରିଛି । ପୂଜାରା ୫୩ […]