ଆଜିଠାରୁ ଖୋଲିଲା ସ୍କୁଲ ଓ କଲେଜ: ଅଫ୍ଲାଇନ୍ ପାଠପଢ଼ା ଆରମ୍ଭ
ଭୁବନେଶ୍ବର: ସୋମବାରଠାରୁ ରାଜ୍ୟର ସବୁ ସରକାରୀ ଓ ଘରୋଇ ସ୍କୁଲ ଓ କଲେଜ ଖୋଲିଛି। ଆଜିଠାରୁ ୮ମ ଶ୍ରେଣୀରୁ ଉପରକୁ ସମସ୍ତ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫ୍ଲାଇନ୍ ପାଠପଢ଼ା ଆରମ୍ଭ ହୋଇଛି। ଏଥିସହ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସମେତ ଅନ୍ୟାନ୍ୟ ବୈଷୟିକ ଓ ପ୍ରଫେସନାଲ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଖୋଲିଛି। ସ୍କୁଲ ଓ କଲେଜ ଖୋଲିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। ଅଫ୍ଲାଇନ୍ ପାଠପଢ଼ା ହେଲେ ସେମାନେ ଭଲ ଭାବେ ପାଠ ବୁଝିପାରିବେ ବୋଲି ଛାତ୍ରଛାତ୍ରୀମାନେ […]