ଖେଳ ଦେଶ ବିଦେଶ

ଜିତିବା ପରେ ବି ଖୁସି ନାହାଁନ୍ତି ରୋହିତ, କହିଲେ…

ନୂଆଦିଲ୍ଲୀ, ୦୭/୦୨: ରବିବାର ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଦିନିକିଆ ଜିତିଛି ଭାରତ । ୧୦୦୦ ତମ ମୁକାବିଲାରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ କାରବିୟାନ ଟିମ୍‌କୁ ୬ ଓ୍ୱିକେଟରେ ମାତ୍ ଦେଇଛି । ତେବେ ମ୍ୟାଚ୍ ଜିତିବା ପରେ ବି ଖୁସି ନାହାଁନ୍ତି ରୋହିତ । ରୋହିତ ଶର୍ମା କହିଛନ୍ତି ଯେ, ସେମାନେ ଆହୁରି ଭଲ କରିପାରିଥାନ୍ତେ । ଏହାସହ ଇଣ୍ଡିଜର ବ୍ୟାଟିଂ ଅର୍ଡର ଉପରେ ବି ସେମାନେ ଆହୁରି ଚାପ ପକାଇ ପାରିଥାନ୍ତେ । ସେ […]

ଖେଳ ଦେଶ ବିଦେଶ

ଘୋଷଣା ହେଲା ଓଡିଶା ରଣଜୀ ଟିମ୍, ଶୁଭ୍ରାଂଶୁ ସେନାପତି ଅଧିନାୟକ

ଭୁବନେଶ୍ୱର, ୦୭/୦୨: ଘୋଷଣା ହେଲା ରଣଜୀ ଟିମ । ୨୦ ଜଣିଆ ଓଡିଶା ଟିମ୍ ଘୋଷଣା କରିଛି ଓଡିଶା କ୍ରିକେଟ ସଂଘ। ଶୁଭ୍ରାଂଶୁ ସେନାପତିଙ୍କ ମୁଣ୍ଡରେ ରହିଛି ଅଧିନାୟକ ଭାର। ଦଳରେ ରହିଛି ଉଭୟ ଯୁବ ଓ ଅଭିଜ୍ଞ ଖେଳାଳି।। ଗ୍ରୁପ ଡିରେ ରହିଛି ଓଡିଶା। ସୌରଷ୍ଟ୍ର, ମୁମ୍ବାଇ ଓ ଗୋଆ ଭଳି ଶକ୍ତିଶାଳୀ ଟିମ୍ ଗୋଟିଏ ଗ୍ରୁପରେ ରହିଥିବାରୁ ଏହି ସିଜନ ଓଡିଶା ପାଇଁ ରହିବ ଟଫ୍ । କେବେଠୁ ମ୍ୟାଚ ଆରମ୍ଭ ହେବ ତାହା […]

ଖେଳ ରାଜ୍ୟ

ଚାଉଳ କିଣା ପ୍ରସଙ୍ଗରେ କେନ୍ଦ୍ରକୁ ବିଜେଡ଼ିର ଟାର୍ଗେଟ୍, କ’ଣ ହେବ ୨୨ ଲକ୍ଷ ଟନ ଚାଉଳର ଭାଗ୍ୟ ?

ଭୁବନେଶ୍ବର : ଚାଉଳ କିଣା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜୁ ଜନତା ଦଳ । ଚାଷୀଙ୍କ ସ୍ବାର୍ଥରକ୍ଷା ପ୍ରସଙ୍ଗରେ ବିଜେପି ସବୁବେଳେ ଦୋମୁହାଁ ନୀତି ଗ୍ରହଣ କରୁଛି ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ କେନ୍ଦ୍ର ସରକାର ଚାଷୀମାନଙ୍କ ପ୍ରତି ବୈମାତ୍ରୁକ ମନୋଭାବ ପୋଷଣ କରୁଛନ୍ତି । ଚାଷୀମାନଙ୍କ ଜୀବନ ଜୀବିକା ସହ ଖେଳୁଛନ୍ତି । ଏଥିପାଇଁ କିଛି […]

କଳା ଓ ସଂସ୍କୃତି ରାଜ୍ୟ

ଆଜି ଚନ୍ଦ୍ରଭାଗା ମାଘମେଳା

କୋଣାର୍କ : ଆଜି କୋଣାର୍କ ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ଼ ଓ ମେଳା। ମାତ୍ର କୋଭିଡ୍‌ କଟକଣା ଓ ୧୪୪ ଧାରା ଲାଗୁ ଯୋଗୁ ଏଥର ତୀର୍ଥ ପୁଷ୍କରିଣୀରେ ସର୍ବସାଧାରଙ୍କ ବୁଡ଼ ଉପରେ କଟକଣା ଲଗାଯାଇଛି। ତେଣୁ ପ୍ରଶାସନ ପକ୍ଷରୁ ତୀର୍ଥ ପୁଷ୍କରିଣୀ ଚାରିପଟେ ବାରିକେଡ୍‌ ଦିଆଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କୋଣାର୍କରେ ବିଭିନ୍ନ ସ୍ଥାନରୁ ପୁଲିସ କର୍ମଚାରୀମାନେ ଆସି ପହଞ୍ଚି ସାରିଛନ୍ତି। ସେମାନେ ଆଜି ସନ୍ଧ୍ୟାରୁ କୋଣାର୍କର ବିଭିନ୍ନ ପ୍ରବେଶ ପଥରେ ଚେକିଂ କରିବା ଆରମ୍ଭ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଶେଷ ହେଉଛି କରୋନା ଭାଇରସର ସଂକ୍ରମଣ, ଶୀଘ୍ର ମିଳିବ ମୁକ୍ତି- ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ନୂଆଦିଲ୍ଲୀ, ୦୭/୦୨: କମୁଛି କରୋନାର ପ୍ରକୋପ । ଅତିଶୀଘର ଦୂର ହୋଇଯିବ କୋଭିଡ-୧୯ ଭାଇରସ ସଙ୍କଟ । କରୋନା ଏବେ ଶେଷ ହେବାକୁ ଯାଉଛି । ଏନେଇ ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ହୁ ୟୁରୋପ କାର୍ଯ୍ୟାଳୟର ନିର୍ଦ୍ଦେଶକ ଡ. ହନସ୍ କ୍ଲୁଜ୍ ଏନେଇ ତଥ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ୟୁରୋପୀୟ ଦେଶରେ ଏବେ କରୋନା ବିରୋଧରେ ନିର୍ଣ୍ଣାୟକ ଲଢେଇ ଚାଲିଛି । ଭାଇରାସ ଦ୍ୱାରା ମୃତକଙ୍କ ସଂଖ୍ୟା ବି କମିବାରେ […]

ରାଜ୍ୟ ସ୍ୱାସ୍ଥ୍ୟ

ସଂକ୍ରମଣ କମୁଛି, ତଥାପି ରେଡ୍‌ ଜୋନ୍‌ରେ ଖୋର୍ଦ୍ଧା

ଭୁବନେଶ୍ବର : ସାରା ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଏପରିକି ଟିପିଆର୍‌ ଖସିକି ୩.୪୮%ରେ ପହଞ୍ଚିଛି। ସବୁଠୁ ବିପଦଜନକ ଥିବା ଖୋର୍ଦ୍ଧା ଜିଲ୍ଲାର ଟିପିଆର୍‌ କମିକି ୬.୫%ରେ ପହଞ୍ଚିଛି। କିନ୍ତୁ ସକ୍ରିୟ ଆକ୍ରାନ୍ତଙ୍କ ଦୃଷ୍ଟିରୁ ଖୋର୍ଦ୍ଧା ଏକମାତ୍ର ଜିଲ୍ଲା ଭାବେ ଏବେ ରେଡ୍‌ ଜୋନ୍‌ରେ ଅଛି। ଏଠାରେ ଏବେ ୪୩୭୭ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ସେହିପରି ୟେଲୋ ଜୋନ୍‌ରେ ସୁନ୍ଦରଗଡ଼, କଟକ ଓ ଯାଜପୁର ଅଛନ୍ତି। ଏଠାରେ ଯଥାକ୍ରମେ ୧୫୬୦, ୧୩୮୮, ୧୦୭୩ଜଣ ସକ୍ରିୟ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଭାରତକୁ ୪.୬ ବିଲିୟନ ଡଲାର ଲୋନ୍ ଦେଇଛି ଏଡିବି, ଟିକା କିଣିବାକୁ ମିଳିଛି ସବୁଠୁ ବେଶୀ ଅର୍ଥ

ନୂଆଦିଲ୍ଲୀ,୦୭/୦୨: ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ୨୦୨୧ରେ ଭାରତକୁ ୪.୬ ବିଲିୟନ ଡଲାରର ଋଣ ପ୍ରଦାନ କରିଛି । କରୋନା ଭାଇରସ ଲଢ଼େଇ ଲାଗି ଏହା ମଧ୍ୟରେ ୧.୮ ବିଲିୟନ ଡଲାରର ଋଣ ସାମିଲ ରହିଛି । ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଟିକା କ୍ରୟ ଲାଗି ୧.୫ ବିଲିୟନ ଡଲାର, ସହାରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ଲାଗି ୩୦୦ ନିୟୁତ ଡଲାରର ଋଣ ଭାରତକୁ ପ୍ରଦାନ କରାଯାଇଛି । ଏହା ଭବିଷ୍ୟତର ମହାମାରୀକୁ ସାମ୍ନା କରିବା […]

ଦେଶ ବିଦେଶ ମନୋରଞ୍ଜନ

ଟେଲି ପରଦାର ପ୍ରଜାପତି ଅଭିନେତ୍ରୀ ’ସୃଷ୍ଟି ରୋଡ଼େ’

ଭାରତୀୟ ସିନେ ଦୁନିଆଁରେ ଏ ଯାବତ୍ ନିଜର ସ୍ବାକ୍ଷର ଛାଡ଼ି ନପାରି ସୁଦ୍ଧା ବିଭିନ୍ନ ଟିଭି ଚ୍ୟାନେଲ୍‌ରେ ନିଜକୁ ପ୍ରତିଷ୍ଠିତ କରି ପାରିଥିବା ଅଭିନେତ୍ରୀ ସୃଷ୍ଟି ରୋଡ଼େ ଏବେ ଦର୍ଶକମାନଙ୍କ ପାଇଁ ଟେଲି ପରଦାର ପ୍ରଜାପତି ପାଲଟି ଯାଇଛନ୍ତି। ଯାଦୁଭରା ଚାହାଣୀ ଓ ମନଲୋଭା ସ୍ମିତହାସ୍ୟ ସାଙ୍ଗକୁ ତାଙ୍କର କମନୀୟ ଅଙ୍ଗ ସୌଷ୍ଠବରେ ପ୍ରଶଂସକମାନେ ମତୁଆଲା ହୋଇପଡ଼ିଛନ୍ତି। ମହାମାରୀ କୋଭିଡ୍-୧୯ର ଆବିର୍ଭାବ ପରେ ରୁପେଲି ପରଦାରେ ତାଙ୍କର ଚମକ କ୍ବଚିତ୍ ଦେଖିବାକୁ ମିଳିଥିବା ବେଳେ ଶେଷ ଥର […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଆଜିଠୁ ଖୋଲିଲା ସ୍କୁଲ, କରୋନା କଟକଣାରେ ଚାଲିଛି ପାଠପଢ଼ା

ଢେଙ୍କାନାଳ ୦୭।୦୨: କଟକଣା କୋହଳ ପରେ ଖୋଲିଛି ସ୍କୁଲ । ତୃତୀୟ ପର୍ଯ୍ୟାୟ କୋଭିଡ ସଂକ୍ରମଣ ହ୍ରାସ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପୁଣି ସ୍କୁଲ ଖୋଲାଯାଇଛି। ଏହି ଅବସରରେ ଆଜି ପ୍ରଥମ ପର୍ଯ୍ୟାୟରେ ଅଷ୍ଟମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅନଲାଇନ ସହ ଅଫଳାଇନ ପାଠପଢା ଆରମ୍ଭ କରାଯାଇଛି । ତେବେ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲରେ ଉଭୟ ଅଫଳାଇନ ଓ ଅନଲାଇନ ପାଠ ପଢା ଆରମ୍ଭ ହୋଇଛି। ଫଳରେ ଢେଙ୍କାନାଳ ଜିଲ୍ଲାରେ […]

ରାଜ୍ୟ ସ୍ୱାସ୍ଥ୍ୟ

ଆଜିର କୋଭିଡ ମୃତ୍ୟୁ ସୂଚନା: ରାଜ୍ୟରେ ପୁଣି ୨୦ ଜଣ ସଂକ୍ରମିତଙ୍କ ପ୍ରାଣହାନି, କରୋନାଜନିତ ମୃତ୍ୟୁସଂଖ୍ୟା ୮୭୫୪କୁ ବୃଦ୍ଧି

ଭୁବନେଶ୍ୱର: ପୁଣି ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ପୁଣି ଦୁଇ ଅଙ୍କ ଛୁଇଁଛି। ରାଜ୍ୟରେ ୨୦ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୭୫୪କୁ ବୃଦ୍ଧି ପାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣଙ୍କର ମୃତ୍ୟୁ ଘଟିଛି। ଅପରପକ୍ଷରେ କଳାହାଣ୍ଡି ଜିଲ୍ଲାର ୪ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଏଣେ କଟକ ଜିଲ୍ଲାର ୩ […]