ବାହାଘରକୁ ବର୍ଷେ ପୁରିନି; ନବ ବଧୂଙ୍କ ସନ୍ଦେହ ଜନକ ମୃତ୍ୟୁ, ତଦନ୍ତ କରୁଛି ପୋଲିସ
ନୀଳଗିରି ୦୮/୦୮: ନୀଳଗିରି ଥାନା ଅନ୍ତର୍ଗତ ବାଉଁଶବଣିଆ ପଞ୍ଚାୟତ ମାନଗଡ଼ ଅଞ୍ଚଳରେ ଜଣେ ନବବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକ ହେଲେ ପ୍ରଫୁଲ୍ଲ କୁମାର ବାରିକଙ୍କ ସ୍ତ୍ରୀ ମଧୁସ୍ମିତା। ଖବର ଅନୁସାରେ, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ଗେଣ୍ଡାଗଡ଼ିଆର ଅଜୟ ବାରିକଙ୍କ ଝିଅ ମଧୁସ୍ମିତାଙ୍କୁ ବୈଦିକ ରିତିନୀତିରେ ବିବାହ କରିଥିଲେ। ସୋମବାର ସନ୍ଧ୍ୟାରେ ୧୦୮ ଆମ୍ବୁଲାନ୍ସ ଯୋଗେ ମଧୁସ୍ମିତାଙ୍କୁ ନୀଳଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଜୟ […]