ପୁରୀରୁ ଫେରୁଥିଲେ ବନ୍ୟା ପାଣିରେ ଭାସିଗଲା କାର୍
ଖୁଣ୍ଟୁଣୀ: କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଘଣ୍ଟିଖାଲସ୍ଥିତ ପୁରୁଣା କଟକ-ସମ୍ବଲପୁର ରାସ୍ତାର ନିଧିପୁର ନଈମୁହଁ ଗଡ଼ାରେ ଏକ ବଡ଼ଧରଣର ଅଘଟଣ ଟଳି ଯାଇଛି। ପୁରୀରୁ ଜଗନ୍ନାଥ ଦର୍ଶନ କରି ଫେରୁଥିବା ଏକ ପରିବାର ସୋମବାର ରାତିରେ ବନ୍ୟା ପାଣିରେ ଫସି ଯାଇଥିବାବେଳେ ସେମାନଙ୍କ କାର୍ ଭାସି ଯାଇଥିଲା। କାର୍ରେ ଥିବା ୪ ଜଣଙ୍କୁ ତିନି ଘଣ୍ଟା ପରେ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା କାର୍ର ଯାତ୍ରୀ ହେଲେ; ଅନୁଗୁଳ ତାମ୍ବେତ କଲୋନିର ହଳଧର ଦାସ (୫୦), ତାଙ୍କ […]