ଡୁମର୍ତା ସରକାରୀ ଛାତ୍ରୀ ନିବାସ, ମିଳୁନି ଠିକ୍ ଖାଦ୍ୟ, ମରାଯାଉଛି ମାଡ଼!
ରାଉରକେଲା: ଜିଲ୍ଲାରେ ଅଧିକାଂଶ ଛାତ୍ରୀ ନିବାସ ଠିକ୍ ଚାଲିନି। କେଉଁଠି ପିଲାମାନଙ୍କୁ ଠିକ୍ ଭାବେ ଖାଇବାକୁ ମିଳୁନି ତ ଅନ୍ୟ କେଉଁଠି ନିର୍ଯାତନା ଦିଆଯାଉଛି। ବିଗତ ଦିନରେ ଅନେକ ଛାତ୍ରୀ ନିବାସରୁ ଏମିତି ଅନେକ ସଙ୍ଗିନ ଅଭିଯୋଗ ଆସିଛି। ଆଜି ପୁଣି ସେହି ସମାନ ଅଭିଯୋଗ ଜିଲ୍ଳାରେ ଚାଲିଥିବା ଛାତ୍ରୀ ନିବାସର ଅବ୍ୟବସ୍ଥାକୁ ପଦାରେ ପକାଇଛି। ଏମିତି ଅଭିଯୋଗ ଆସିଛି ବିଶ୍ରା ବ୍ଲକ ଅନ୍ତର୍ଗତ ବନ୍ଧମୁଣ୍ଡା ପଞ୍ଚାୟତ ଡୁମର୍ତାସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ହଷ୍ଟେଲରୁ। […]