କୀଟନାଶକ ପିଇ ଚାଷୀଙ୍କ ଆତ୍ମହତ୍ୟା ଘଟଣା: ଏବେ ବେସାହାରା ଜଗନ୍ନାଥଙ୍କ ପରିବାର
ଭୁବନ : ଋଣ ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଭୁବନ ଥାନା ପଳାଶପିଠିଆଗୋଡ଼ା ଗ୍ରାମର ଚାଷୀ ଜଗନ୍ନାଥ ମହାପାତ୍ର (୫୯)ଙ୍କ ପରିବାର ଏବେ ବେସାହାରା ହୋଇ ପଡ଼ିଛନ୍ତି। ଘରେ ଦୁଇ ବଢ଼ିଲା ଝିଅ। ପୁଅ ଗତ ବର୍ଷ +୨ ପାସ୍ କରି ଘରେ ଅଛନ୍ତି। ସେ କିପରି ଉଚ୍ଚଶିକ୍ଷା ଲାଭ କରିବେ ତାହା ଏବେ ଜଗନ୍ନାଥଙ୍କ ପତ୍ନୀଙ୍କ ଲାଗି ଚିନ୍ତାର ବଷୟ ହୋଇଛି। ସେହିପରି ବିଜ୍ଞାନରେ ସ୍ନାତକ ଶିକ୍ଷା ଶେଷ କରି ଘରେ ଥିବା […]