ଅପରାଧ ରାଜ୍ୟ

ଚୋରା କାଠ ଚାଲାଣ ବେଳେ ମାଡିବସିଲା ଜଙ୍ଗଲ ବିଭାଗ: ଲକ୍ଷାଧିକ ଟଙ୍କାର କାଠ ଜବତ, ଦୁଇ ଗିରଫ

ଆନନ୍ଦପୁର ୧୪/୧୦: ଚୋରା କାଠ ଚାଲାଣ ସମୟରେ ମାଡ଼ି ବସିଲା ଜଙ୍ଗଲ ବିଭାଗ । ଗାଡି ସମେତ କାଠ ଜବତ ସହିତ ଦୁଇ ଜଣ ଗିରଫ । ଆନନ୍ଦପୁର ବନଖଣ୍ଡ ଅଧୀନ ସାଇଁକୁଳ ନିକଟରୁ ଚୋରା କାଠ ଗାଡି ଜବତ କରିଛି ବନ ବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ଚୋରା କାଠ ଗାଡିକୁ ରାମଚନ୍ଦ୍ରପୁର ନିକଟରୁ ପିଛା କରିଥିଲେ ବନ କର୍ମଚାରୀ । ଡ୍ରାଇଭର ଦ୍ରୁତ ଗତିରେ ଗାଡି ଚଳାଇ ସାଇଁକୁଳ ଠାରୁ ବାତୋ […]

ଅପରାଧ ରାଜ୍ୟ

କାର୍ ସହ ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ମାଫିଆ ଗିରଫ

ମୁନିଗୁଡା ୧୪/୧୦: ରାୟଗଡା ଜିଲ୍ଲା ବିଷମ କଟକ ପୋଲିସ୍‌କୁ ବଡ଼ ସଫଳତା । ଓଡବା ଠାରୁ ମହାରାଷ୍ଟ୍ରକୁ ଯାଉଥିବା ଗଞ୍ଜେଇ ବୋଝେଇ କାର ସହ ୨ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ବିଷମ କଟକ ପୋଲିସ । ସ୍ଥାନୀୟ ଖ୍ରୀଷ୍ଟିଆନ ହସ୍ପିଟାଲ ଛକରେ ବିଷମ କଟକ ପୋଲିସର ଚେକିଂ ଚାଲିଥିବା ବେଳେ ଏକ ମାରୁତି ସୁଇଫଟ୍ କାରକୁ ଅଟକାଇ ଥିବା ବେଳେ ଗାଡିଟି ନଅଟକି ଦ୍ରୁତଗତିରେ ଚାଲିଯାଇଥିଲା । ପୋଲିସ୍ ଏହାକୁ ସନ୍ଦେହ କରି କାରକୁ ଗୋଡାଇ […]

ଅପରାଧ ରାଜ୍ୟ

କନ୍ଧମାଳରେ ଲଜ୍ଜା, ଦିବ୍ୟାଙ୍ଗ ମହିଳାଙ୍କୁ ଟେକି ନେଇ ଦୁଷ୍କର୍ମ ଅଭିଯୋଗ

ଜି.ଉଦୟଗିରି ୧୪/୧୦: କନ୍ଧମାଳରେ ପୁଣି ଲଜ୍ଜା । କଳିଙ୍ଗା ଘାଟିରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଟେକି ନେଇ ଦୁଷ୍କର୍ମ ଅଭିଯୋଗ । ଜି.ଉଦୟଗିରି ଆଦର୍ଶ ଥାନାରେ ମହିଳାଙ୍କ ସ୍ୱାମୀ ଏନେଇ ଲିଖିତ ଅଭିଯୋଗ ଦେଇଛନ୍ତି । ଫୁଲବାଣୀ ଅଞ୍ଚଳର ଜଣେ ମହିଳା କଳିଙ୍ଗା ବୁଲି ଆସିଥିଲେ । ସେଠାରୁ ସେ କଳିଙ୍ଗା ଘାଟିର ଅନ୍ଧାରୀ କୋଟି ପାଖକୁ ଚାଲି ଚାଲି ଆସିଥିଲେ । ତେବେ ସେଠାରେ ଦୁଇ ଜଣ ଅଜଣା ଯୁବକ ତାଙ୍କୁ ଟେକି ନେଇ ଦୁଷ୍କର୍ମ […]

ଅପରାଧ ରାଜ୍ୟ

ନଳିତା ବିଡାକୁ ନେଇ ଦୁଇ ପରିବାରରେ ଗଣ୍ଡଗୋଳ, ୯ ଆହତ

ଚଣ୍ଡୀଖୋଲ ୧୪/୧୦: ନଳିତା ବିଡାକୁ ନେଇ ଗୋଟିଏ ପରିବାରର ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ । ଏହି ଘଟଣାରେ ୯ ଜଣ ଆହତ ହୋଇଛନ୍ତି । ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ଢିହ ନରସିଂପୁର ଗ୍ରାମରେ । ଗାଁର ଗୋଟିଏ ପରିବାରର ବିନୋଦ ଦଳାଇଙ୍କ ପରିବାର ଓ ଲକ୍ଷ୍ମୀ ଦଳାଇଙ୍କ ପରିବାର ମଧ୍ୟରେରେ ନଳିତା ବିଡା ନେବାକୁ ନେଇ ତିକ୍ତତା ହୋଇଥିଲା । ନଳିତା ବିଡାକୁ ନେଇ ଉଭୟ ପରିବାର ମଧ୍ୟରେ ତିକ୍ତତା […]

ଅପରାଧ ରାଜ୍ୟ

ପାଣିରେ ଭାସୁଛି କୀଟନାଶକ ଡବା, ପୋଖରୀ କୂଳରେ ପଡ଼ିଛି ଦାଦା ଝିଆରୀଙ୍କ ମୃତଦେହ

ରାଉରକେଲା, ୧୪/୧୦: ପୋଖରୀ ନିକଟରୁ ଦାଦା ଝିଆରୀଙ୍କ ମୃତଦେହ ଉଦ୍ଧାର। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ କପଣ୍ଡ ନୂଆଗାଁ ପୋଖରୀ ନିକଟରୁ ଦାଦା ଝିଆରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ସୂଚନାନୁଯାୟୀ, ଲହୁଣୀପଡ଼ା ଥାନା ଅନ୍ତର୍ଗତ କପଣ୍ଡ ନୂଆଗାଁର ଦାଦା ଯୋଗେନ୍ଦ୍ର କିସାନ ଏବଂ ଝିଆରୀ ଜାୟତ୍ରୀ କିସାନଙ୍କ ମୃତଦେହ ଆଜି ଗ୍ରାମ ପୋଖରୀ ନିକଟରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି […]

ଅପରାଧ ରାଜ୍ୟ

ମହଙ୍ଗା ପଡିଲା ପ୍ରେମ ବିବାହ, ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଙ୍କୁ ହତ୍ୟା ଅଭିଯୋଗ

ସୋର ୧୪/୧୦: ଝିଅକୁ ଭଲ ପାଇ ବିବାହ କରିବା ମହଙ୍ଗା ପଡିଲା ଛାତ୍ରକୁ । ଛାତ୍ର ମୃତ୍ୟୁକୁ ନେଇ ହତ୍ୟା ଅଭିଯୋଗ ଆଣିଲେ ମା । ମାଆଙ୍କ ଅଭିଯୋଗ ଅନୁଯାୟୀ ବାଲେଶ୍ଵର ଜିଲ୍ଲା ସୋର ଥାନା ମଧୁସୂଦନ ପୁର ଡ଼ଗରା ଗ୍ରାମର ମୋହନ ମଲ୍ଲିକଙ୍କ ପୁଅ ଶୁସାନ୍ତ ମଲ୍ଲିକ ଗଣ୍ଡିବେଡ଼ କଲେଜ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର । ସୁଶାନ୍ତ ସେହି ନିକଟ ଅଞ୍ଚଳର ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀଙ୍କୁ ପ୍ରେମ କରି […]

ଅପରାଧ ରାଜ୍ୟ

ଅନାଥ ଶିଶୁଙ୍କ ଟଙ୍କାକୁ ବି ଖାଇଦେଲେ, ପ୍ରମାଣ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ସୁପାରିଶ

ବାଲେଶ୍ବର: ବାଲେଶ୍ବର ଉତ୍କଳ ବାଳାଶ୍ରମରେ ଅନାଥ, ଗରିବ ଓ ଅସହାୟ ପିଲାଙ୍କ ନିମନ୍ତେ ଆସିଥିବା‌ ଟଙ୍କାକୁ ବି ଶେଷରେ ଆତ୍ମସାତ୍‌ କରିଦେଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ବିତ ଶିଶୁ ବିକାଶ ଯୋଜନାରେ ବାଲେଶ୍ବର ଜିଲ୍ଲାକୁ ଆସିଥିବା ଟଙ୍କାର ବ୍ୟାପକ ଅର୍ଥ ହେରାଫେରି ହୋଇଥିବା ଘଟଣା ସାମ୍‌ନାକୁ ଆସିଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଏହି ଅନିୟମିତତାର ପର୍ଦାଫାଶ କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଅସଲ ମୁଖା ଖୋଲିଦେଇଛି। ‌ତେବେ ଘଟଣାର […]

ଅପରାଧ ରାଜ୍ୟ

ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୫ଟି ସ୍ଥାନରେ ଚଢାଉ

ବାଲେଶ୍ୱର ୧୪/୧୦ : ବାଲେଶ୍ଵର କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲନ୍ସ ରେଡ୍ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମହେଶ ପ୍ରସାଦ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ମହେଶ ପ୍ରସାଦ ପଟ୍ଟନାୟକଙ୍କ ବାଲେଶ୍ଵର ସ୍ଥିତ ଅଫିସ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଛି। ସୂଚନାନୁଯାୟୀ, ମହେଶ ପ୍ରସାଦ ପଟ୍ଟନାୟକଙ୍କ ବାଲେଶ୍ଵରସ୍ଥିତ ଅଫିସ, ରାୟଗଡା କସ୍ତୁରିନଗର ସ୍ଥିତ ପୈତୃକ ଘର, ବିଶାଖାପାଟନମ୍ ଛିନ୍ନଗଦିଲିସ୍ଥିତ ଫ୍ଲାଟ, ଭୁବନେଶ୍ବର ସୁନ୍ଦରପଦାରେ ଥିବା […]

ଅପରାଧ ରାଜ୍ୟ

ଗୋଳନ୍ଥରା ପୋଲିସକୁ ସଫଳତା, ବେଆଇନ୍ ୟୁନିଟ ଉପରେ ଚଢାଉରେ ବିପୁଳ ପରିମାଣର ଗୁଟଖା ଜବତ

ବ୍ରହ୍ମପୁର ୧୪/୧୦: ଗୋଳନ୍ଥରା ପୋଲିସ୍‌ର ବଡ ଧରଣର ଚଢାଉ । ହଳଦିଆପଦର ଓ ଅଟୋନଗର ବେଆଇନ୍ ଗୁଟଖା ୟୁନିଟ ଉପରେ ଚଢାଉ । ବିପୁଳ ପରିମାଣର ଗୁଟଖା, ଗୁଟଖା ସାମଗ୍ରୀ ସହ ବିଭିନ୍ନ ମେସିନ୍ ଜବତ ହୋଇଛି । ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୧୦ କୋଟି ଟଙ୍କା ହେବ ବୋଲି ଆକଳନ କରିଛି ପୋଲିସ୍ । ଦୁଇଜଣଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ମୁଖ୍ୟ କାର୍ପଟଦାର ପି ଗୋପାଳ କ୍ରିର୍ଷ୍ଣା ରାଓଙ୍କୁ ଗିରଫ କରିବାକୁ ପୁଲିସ୍ […]

ଅପରାଧ ରାଜ୍ୟ

୭ କିଲୋ ନକଲି ଟାଟା ଚା ଜବତ; ବ୍ୟବସାୟୀ ଅଟକ

ଯାଜପୁର ୧୩/୧୦: ଟାଟା କମ୍ପାନୀ ପକ୍ଷରୁ ଚଢ଼ଉ ବିରଜା ହାଟରୁ ନକଲି ଟାଟା ଚା ଜବତ। ଯାଜପୁର ଟାଉନ ଥାନା ଅନ୍ତର୍ଗତ ବିରଜା ହାଟରୁ ନକଲି ଟାଟା-ଚା ଜବତ କରାଯାଇଛି। ଏହି ଘଟଣାର ଜଣେ ବ୍ୟବସାୟୀଙ୍କୁ ଅଟକ ରଖି ଟାଉନ ପୁଲିସ ପଚରାଉଚୁରା କରୁଛି। ସୂଚନା ଅନୁସାରେ, ଯାଜପୁର ସାପ୍ତାହିକ ବିରଜା ହାଟରେ ଟାଟା କମ୍ପାନୀର ଛାପା ଥିବା ନକଲି ଚା ଗ୍ରାହକଙ୍କୁ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା। ଫଳରେ କମ୍ପାନୀର ବରିଷ୍ଠ ଅଧିକାରୀ ଟୋଟୋନ ଚକ୍ରବର୍ତ୍ତିଙ୍କ […]