ଶିଳ୍ପ ଶୋଷୁଛି ଭୂତଳ ଜଳ, ୨୮ ସଂସ୍ଥା ଉପରେ ୭୦ କୋଟି ବାକି
ଯାଜପୁର : ଯାଜପୁର ଜିଲ୍ଲାରେ ଶିଳ୍ପସଂସ୍ଥାଗୁଡ଼ିକ ଭୂତଳ ଜଳ ଶୋଷି ଚାଲିଥିବା ବେଳେ ଲୋକେ ପାନୀୟ ଜଳ ନପାଇ ଡହଳବିକଳ ହେଉଛନ୍ତି। କେତେକ ସଂସ୍ଥା ବିନା ଅନୁମତିରେ ଭୂତଳ ଜଳ ବ୍ୟବହାର କରୁଛନ୍ତି। ଅନ୍ୟ କେତେକ ନାମକୁ ମାତ୍ର ଅନୁମତି ନେଇ ଶହେ ଗୁଣ ଅଧିକ ବ୍ୟବହାର କରୁଛନ୍ତି। ପାନୀୟଜଳ ପାଇଁ ଜିଲ୍ଲାରେ ବିଭିନ୍ନ ସମୟରେ ଆନ୍ଦୋଳନ ମୁଣ୍ଡ ଟେକୁଛି। ଜିଲ୍ଲାରେ କାଳିଆପାଣି କ୍ରୋମ ଉପତ୍ୟକାର ୧୦ଖଣି, ୱାସିଂପ୍ଲାଣ୍ଟ, ଧର୍ମଶାଳା ଓ ବଡ଼ଚଣାର ଶହ ଶହ କ୍ରସର, […]









