ଅପରାଧ ରାଜ୍ୟ

ଆଶିଷ ହତ୍ୟାକାଣ୍ଡ ଘଟଣାରେ ତନାଘନା, ତିନି ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା ପୋଲିସ

ବାଲିପାଟଣା ୧୯।୦୭ : ଦୁଇ ଦିନିଆ ରିମାଣ୍ଡରେ ତିନି ଅଭିଯୁକ୍ତ । ବାଲିପାଟଣା ଥାନା ବୋଧଖଣ୍ଡି ଗାଁ ଆଶିଷ ହତ୍ୟାକାଣ୍ଡ ଘଟଣାରେ ଜେଲ୍‌ରେ ଥିବା ତିନି ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଛି ବାଲିପାଟଣା ପୋଲିସ । ଖବର ଅନୁଯାୟୀ, ଏକତରଫା ପ୍ରେମକୁ କେନ୍ଦ୍ର କରି ବାଲିଅନ୍ତା ଥାନା ଶିଶିଲୋ ଗାଁର ଆଶିଷ ଓଝାଙ୍କୁ ହତ୍ୟା କରାଯାଇଥିଲା । ପରେ ଘଟଣାର ତଦନ୍ତ କରି ବାଲିପାଟଣା ପୋଲିସ ହତ୍ୟାକାଣ୍ଡରେ ସଂପୃକ୍ତ ସମସ୍ତ ତିନି ଅଭିଯୁକ୍ତ ରାଜ କିଶୋର ଦାସ, ଦୁର୍ଯ୍ୟୋଧନ […]

ଅପରାଧ ରାଜ୍ୟ

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା, ଡ୍ରାଇଭର ମୃତ

କାମାକ୍ଷାନଗର ୧୯।୦୭ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ୫୩ ନମ୍ବର ଜାତୀୟ ରାଜପଥ ହାତୀଲୁଚାଣି ଛକରେ ଭୟଙ୍କର ଦୁର୍ଘଟଣା । ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ଜଣଙ୍କର ମୃତ୍ୟୁ ହୋଇଥିବା ଆଉ ଜଣେ ଗୁରୁତର ହୋଇଛନ୍ତି । ଖବର ଅନୁଯାୟୀ, ହାତୀଲୁଚାଣି ଛକରେ ଦୁଇଟି ଟ୍ରକ ଭାରସାମ୍ୟ ହରାଇ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଏହା ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଡ୍ରାଇଭର ଗୁରୁତର ହୋଇଛି । ମୃତ […]

ଅପରାଧ ରାଜ୍ୟ

ଓଡ଼ିଶାରେ ବଢୁଛି ମହିଳା ବିରୋଧୀ ଅପରାଧ, ୨୦୨୦ ତୁଳନାରେ ୨୧ରେ ବୃଦ୍ଧି ପାଇଁ ସବୁପ୍ରକାର ହିଂସା

ଭୁବନେଶ୍ୱର ୧୯।୦୭: ଓଡ଼ିଶାରେ ବଢୁଛି ମହିଳା ବିରୋଧୀ ଅପରାଧ। ଦିନକୁ ୨୯ରୁ ଅଧିକ ମହିଳାଙ୍କ ସମ୍ମାନହାନି ହେଉଥିବା ବେଳେ ୧୬ରୁ ଅଧିକ ମହିଳାଙ୍କୁ ଅପହରଣ ଓ ୭ରୁ ଅଧିକ ମହିଳା ହେଉଛନ୍ତି ଦୁଷ୍କର୍ମର ଶିକାର । ୨୦୨୦ ମସିହା ତୁଳନାରେ ୨୦୨୧ ମସିହାରେ ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ସବୁପ୍ରକାରର ହିଂସା ବୃଦ୍ଧି ପାଇଛି ବୋଲି ବିଧାନସଭାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଲିଖିତ ଭାବେ ଉତ୍ତର ଦେଇଛନ୍ତି । ସେହି ଲିଖିତ ଉତ୍ତରରେ ଆହୁରୀ ମଧ୍ୟ […]

ଧର୍ମ ରାଜ୍ୟ

ବୁଧବାର ଶ୍ରୀଜିଉଙ୍କ ଶ୍ରୀମୁଖ ସିଂହାର ନୀତି, ଅପରାହ୍ନ ୫ଟାରୁ ରାତି ୧୦ଟା ଯାଏଁ ଦର୍ଶନ ବନ୍ଦ

ପୁରୀ ୧୯।୭: ଆସନ୍ତା ୨୦ ତାରିଖ ବୁଧବାର ଅବସରରେ ଶ୍ରାବଣ କୃଷ୍ଣ ସପ୍ତମୀ ତିଥିରେ ଶ୍ରୀଜିଉମାନଙ୍କ ‘ବନକଲାଗି’ ବା’ ଶ୍ରୀମୁଖ ସିଂହାର’ ନୀତି ଅନୁଷ୍ଠିତ ହେବ। ଦ୍ବିତୀୟ ଭୋଗମଣ୍ଡପ ପରେ ବନକଲାଗି ନୀତି ଅନୁଷ୍ଠିତ ହେବାକୁ ଥିବାରୁ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ଆପାତତଃ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ। ଏ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୫୫୨୮ କରୋନା ପଜିଟିଭ୍

ନୂଆଦିଲ୍ଲୀ ୧୯/୦୭: ଉପର ମୁହାଁ କରୋନା ଗ୍ରାଫ୍। ଦେଶରେ ପୁଣି ବଢିଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ପରେ ୧୦ ହଜାର ତଳକୁ ଖସିବା ପରେ ପୁଣି ବଢିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ […]

ଅପରାଧ ରାଜ୍ୟ

ଶାଳକଙ୍କୁ ଗାଡି ଚଢାଇ ହତ୍ୟା ଉଦ୍ୟମ ଘଟଣା : ଅଭିଯୁକ୍ତ ଆଇନଜୀବୀ ଭିଣୋଇ ଗିରଫ

ସମ୍ବଲପୁର ୧୯।୭: ସମ୍ବଲପୁର କଚେରୀ ଛକରେ ନିଜ ଶାଳକଙ୍କୁ ଗାଡି ଚଢାଇ ମାରିବାକୁ ଉଦ୍ୟମ ଘଟଣାରେ ଅଭିଯୁକ୍ତ ଭିଣୋଇ ପଞ୍ଚାନନ ଦାସ ଗିରଫ । ଅଭିଯୁକ୍ତ ଜଣକ ଆଇନଜୀବୀ ହୋଇଥିବାରୁ ତାଙ୍କୁ ସମ୍ବଲପୁର ବାର୍ ଆସୋସିଏସନରୁ ନିଲମ୍ବିତ କରାଯାଇଛି । ଏନେଇ ବାର୍ ଆସୋସିଏସନ୍ ଏକ ପତ୍ର ନୋଟିସ ମାଧ୍ୟମରେ ଜଣାଇଛି । ତେବେ ଅଭିଯୁକ୍ତ ଜଣକ ସେହି ସମୟରେ ନିଜ ଶ୍ବଶୁରଙ୍କୁ ମଧ୍ୟ ଗାଡି ଚଢାଇ ମାରିବାକୁ ଉଦ୍ୟମ କରିଥିଲେ । ପାରିବାରିକ ଗଣ୍ଡଗୋଳ ପାଇଁ […]

ଅପରାଧ ରାଜ୍ୟ

ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ : ୫ ଅଭିଯୁକ୍ତ ଗିରଫ

ଯାଜପୁର ୧୯।୭: ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଝୁମ୍ପାଣ ଗ୍ରାମରେ ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ପୋଲିସ ପୀଡିତା ନାବାଳିକାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ ଏଥିରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରି ଘଟଣାର ଅନୁସନ୍ଧାନ ଜାରି ରଖିଛି । ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ଜଣେ ଆଦିବାସୀ ନାବାଳିକା ମାମୁଁ ପୁଅ ଭାଇକୁ ଭଲ ପାଇ ତାଙ୍କ ସହ ଘରୁ ଚାଲି […]

ଅପରାଧ ରାଜ୍ୟ

ଅବକାରୀ ବିଭାଗ ଚଢାଉ: ଗଞ୍ଜେଇ ଜବତ, ମହିଳା ଗିରଫ

ଦେବଗଡ ୧୮/ ୦୭: ଦେବଗଡ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସୋମବାର ରିଆମାଳ ଥାନା ଅନ୍ତର୍ଗତ ରେଙ୍ଗାଳବାହାଳ ଗ୍ରାମରେ ଚଢାଉ । ଚୋରା ଗଞ୍ଜେଇ ସହ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଚୋରା ଗଞ୍ଜେଇ ରଖିଥିବା ଅଭିଯୋଗରେ ଗିରଫ ହୋଇଥିବା ମହିଳା ଜଣଙ୍କ ହେଲେ ରେଙ୍ଗାଳବାହାଳ ଗ୍ରାମର ଗନ୍ଧର୍ବ ପ୍ରଧାନଙ୍କ ସ୍ତ୍ରୀ ମଞ୍ଜୁ ସାହୁ । ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ରିଆମାଳ ବ୍ଲକ ଅଞ୍ଚଳରେ ଇନ୍ସପେକ୍ଟର ମଧୁସୂଦନ ସାହୁଙ୍କ ନେତୃତ୍ଵରେ ଧରପଗଡ ଚାଲିଥିବା ବେଳେ […]

ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆଶ୍ରମ ସ୍କୁଲରେ ପଢ଼ୁଥିବା ଜଣେ ଛାତ୍ରର ମୃତ୍ୟୁ, ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର

ଫୁଲବାଣୀ, ୧୮/୦୭: କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ କଡିପାରି ଆଶ୍ରମ ସ୍କୁଲର ଜଣେ ଷଷ୍ଠ ଶ୍ରେଣୀର ଛାତ୍ରର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ଛାତ୍ରଜଣକ ହେଉଛନ୍ତି ଗୋଛପଡା ଟିଙ୍ଗିରିଟିକା ଗ୍ରାମର ବଡା କହଁରଙ୍କ ୧୧ ବର୍ଷର ପୁଅ ଜଗା କହଁର । ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନଥିବାବେଳେ ଫୁଲବାଣୀ ମେଡିକାଲରେ ପହଞ୍ଚିଵା ପୂର୍ବରୁ ଛାତ୍ରର ମୃତ୍ୟୁ ହୋଇଯାଇଥିଵା କୁହାଯାଉଛି l ତେଵେ, ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷ ଛାତ୍ର ଅସୁସ୍ଥ ଥିବା ଜାଣିବାପରେ ଚିକିତ୍ସା […]

ଅପରାଧ ରାଜ୍ୟ

କମୁନି ଜାଇକା ଯନ୍ତ୍ରଣା, ଦୋଷ ଲୁଚାଇବାକୁ ଲୁଚାଛଫାରେ ମରାମତି କରିଦେଲେ ଯନ୍ତ୍ରୀ

କଟକ ୧୮/ ୦୭: କଟକରେ କମୁନି ଜାଇକା ଯନ୍ତ୍ରଣା । ଚାରି ଫୁଟ ଦବିଗଲା କଟକ-ତୁଳସୀପୁର ହାଇକୋର୍ଟ କଲୋନୀ ରାସ୍ତା । ଫଳରେ ଜନ ଅସନ୍ତୋଷ ବଢିବାରୁ ତରବରିଆ ଭାବେ ତାଳିପକା କାମ ଆରମ୍ଭ ହୋଇଛି । କିନ୍ତୁ ସମସ୍ୟା କେବଳ ସେହି ଗୋଟିଏ ସ୍ଥାନର ନୁହେଁ । ସେଲ୍ଟର ଛକରୁ ବିଜୁ ପଟ୍ଟନାୟକ ଛକ ଯାଏଁ ଲମ୍ବିଥିବା ପ୍ରାୟ ତିନି କିଲୋମିଟର ବିଶିଷ୍ଟ ରାସ୍ତାରେ ଏମିତି ଅନେକ ସମ୍ବେଦନଶୀଳ ସ୍ଥାନ ରହିଛି । ଯେଉଁଠି କେତେବେଳେ […]