ରାଜ୍ୟ ରାଶିଫଳ

ଅଗଷ୍ଟ ୨୮ ତାରିଖ, ରବିବାର: କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ:~ ମିତ୍ର ଗୃହରେ ରାଶ୍ୟାଧିପତି ଯୋଗୁ ସ୍ୱାସ୍ଥ୍ୟ ସମସ୍ୟା ପୂର୍ବପରି ରହିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ। ପାରିବାରିକ ପରିସ୍ଥିତି ବିଗିଡି ଯାଇଥିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ଭୁଲ୍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଶୁଭ ରଙ୍ଗ:~ ବ୍ରାଉନ୍, ଶୁଭ ଅଙ୍କ:~ ୩ ଗୃହିଣୀ- ମିତ୍ର ସୁଖ ପାଇବେ। ବ୍ୟବସାୟୀ- ସ୍ୱାଭିମାନୀ ହେବେ। କର୍ମଜୀବି- ସ୍ୱକାର୍ଯ୍ୟ କରିବେ। ଛାତ୍ରଛାତ୍ରୀ- ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ। […]

ଅପରାଧ ରାଜ୍ୟ

ଅଟୋକୁ ଧକ୍କା ଦେଲା ଟ୍ରକ୍, ୫ ମୃତ

କାମାକ୍ଷାନଗର, ୨୮|୦୮: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅଟୋକୁ ଧକ୍କା ଦେଲା ଟ୍ରକ । ନାବାଳକ ସମେତ ୫ ମୃତ। ସୂଚନାନୁସାରେ, ଏକ ଅଟୋରେ କିଛି ଯାତ୍ରୀ ଏନଏଚ-୫୩ ଦେଇ ଯାଉଥିଲେ । ହେଲେ ମୁକ୍ତାପାଣି ନିକଟରେ ଅଟୋକୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ୫ ଜଣ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଛନ୍ତି । ସମସ୍ତ ମୃତକ ବାଙ୍ଗୁରା ଗ୍ରାମର ବୋଲି ଜଣାପଡିଛି । […]

ଦେଶ ବିଦେଶ ମନୋରଞ୍ଜନ

ନବମ ପିଲାର ବାପା ହେବେ ହଲିଉଡ୍‌ର ଏହି ଅଭିନେତା, ୟୁଜର୍ସ କହିଲେ- ରହିଯାଅ ଭାଇ…

ଏହି ମୋଣ୍ଟାଜ୍‌ ଭିଡିଓରେ ନିକ୍‌ ଓ ମଡେଲ୍‌ ବ୍ରିଟନି ରୋମାଣ୍ଟିକ୍‌ ପୋଜ୍‌ରେ ଦେଇଥିବାର ନଜର ଆସିଛନ୍ତି । ବ୍ରିଟନି ନ୍ୟୁଡ୍‌ ହୋଇ ବେବି ବମ୍ପ ପ୍ଲାଣ୍ଟ କରୁଥିବା ବେଳେ ନିକ୍‌ ତାଙ୍କୁ ଆଲିଙ୍ଗନ କରୁଥିବା ବେଳେ ରୋମାଣ୍ଟିକ୍‌ ହେବାର ଦେଖିବାକୁ ମିଳୁଛି। ଏହି ଭିଡିଓରେ ବ୍ରିଟନି ଓ ନିକ୍‌ ବାକି ଦୁଇ ପିଲାଙ୍କ ସହ ପୋଜ୍‌ ଦେଇଛନ୍ତି। ପୁଣି ଥରେ ବାପା ହେବା ନେଇ ମଧ୍ୟ ଖୁବ୍‌ ଉତ୍ସାହିତ ଅଛନ୍ତି। ଏସବୁକୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବିପଦସଂକୁଳ ଅଙ୍ଗନବାଡ଼ି କେନ୍ଦ୍ର: ୫ବର୍ଷ ଧରି ଗଛମୂଳେ ପାଠପଢ଼ା

ଖିଚିଂ: ବର୍ଷେ କି ଦୁଇବର୍ଷ ନୁହେଁ ୫ବର୍ଷରୁ ଊର୍ଦ୍ଧ୍ବ ହେଲାଣି ଗଛମୂଳେ ଚାଲିଛି ‌ପୋଖରିଆ ଅଙ୍ଗନବାଡି କେନ୍ଦ୍ର। ଏପରି ଘଟଣା ଦେଖିବାକୁ ମିଳିଛି ଶୁକୃଳି ଅନ୍ତର୍ଗତ ବାରିଆ ପଞ୍ଚାୟତ ପୋଖରିଆ ଗ୍ରାମରେ। ବର୍ଷାଦିନ ଅଙ୍ଗନବାଡି କେନ୍ଦ୍ର ଛାତରୁ ପାଣିଗଳି ଭିତରେ ପାଣି ଜମୁଛି। ଛାତ ଦୁର୍ବଳ ହୋଇ କଂକ୍ରିଟ ଖସୁଛି। ଛାତ ତଳେ ବସୁଥିବା କୋମଳମତି ଶିଶୁଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ନେଇ ଗ୍ରାମବାସୀ ଶିଶୁମାନଙ୍କୁ କେନ୍ଦ୍ରକୁ ଯିବାକୁ ବାରଣ କରିଛନ୍ତି। ପ୍ରଶାସନକୁ ମଧ୍ୟ ଅବଗତ […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଧୋନୀଙ୍କ ଫଟୋ ସେୟାର କଲେ କୋହଲି : ନେଟିଜେନ୍ସ କହିଲେ- ଅବସର ନେବ କି ?

ନୂଆଦିଲ୍ଲୀ, ୨୬|୦୮: ଭାରତୀୟ କ୍ରିକେଟ୍ ଟିମ୍ ଏବେ ଏସିଆ କପ୍ ପାଇଁ ୟୁଏଇରେ ରହିଛି । ଶନିବାରଠୁ ଏହି ଟୁର୍ଣ୍ଣାମେଣ୍ଟ୍ ଆରମ୍ଭ ହେବ । ଭାରତର ଅଭିଯାନ ପାକିସ୍ତାନ ବିପକ୍ଷରେ ରବିବାରଠୁ ଆରମ୍ଭ ହେବ । ଯାହାକୁ ନେଇ ପ୍ରଶଂସକ ଖୁବ୍ ଉତ୍ସାହିତ ଅଛନ୍ତି । ଏହି ମୁକାବିଲା ଜରିଆରେ ଭାରତର ଷ୍ଟାର୍ ବ୍ୟାଟର ବିରାଟ କୋହଲି ନିଜର ପୁରୁଣା ଫର୍ମ ଫେରି ପାଇବା ନେଇ ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ପୂର୍ବତନ ଅଧିନାୟକ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୬୨ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୨୬।୦୮: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୬୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୩ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୦୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୪୭ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୬୩୮୩କୁ ବୃଦ୍ଧି ପାଇଛି । ଏନେଇ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୦୨୫୬ କରୋନା ପଜିଟିଭ୍

ନୂଆଦିଲ୍ଲୀ, ୨୬|୦୮: କମିଲା କରୋନା ଗ୍ରାଫ୍। ଦେଶରେ ମାମଲା ସାମୟିକ ବଢିବା ପରେ ପୁଣି କମିବା ଆରମ୍ଭ କରିଛି। ଏବେ କରୋନା ସଂକ୍ରମଣ କମିଛି । ମୃତ୍ୟୁସଂଖ୍ୟାରେ ବି ବ୍ରେକ୍ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ଏବେ ୧୦ ହଜାର ଉପରେ ରହିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର […]

ଅପରାଧ ରାଜ୍ୟ

ମରିଗଲା ମାନବିକତା, ମୃତଦେହକୁ ଅଧାବାଟରେ ଫିଙ୍ଗି ଚାଲିଗଲେ ବସ୍ କର୍ମଚାରୀ

ଭୁବନେଶ୍ୱର ୨୬/୦୮: ରାଜଧାନୀରେ ଅଭାବନୀୟ ଘଟଣା । ମଗିଗଲା ମାନବିକତା । ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ମୃତଦେହକୁ ଫିଙ୍ଗି ଦେଇ ଚାଲିଗଲେ ବସ୍ କର୍ମଚାରୀ । ଗଜପତିରୁ କଟକ ଯାଉଥିଲା ଯାତ୍ରୀବାହୀ ବସ୍ । ପଳାଶୁଣୀ ସପ୍ତସତୀ ମନ୍ଦିର ଆଗରେ ବ୍ୟକ୍ତିଙ୍କ ମୃତଦେହକୁ ଓହ୍ଲାଇ ଦେଇ ପଳାଇଲା ବସ୍ । ମୃତକ ଜଣଙ୍କ ହେଲେ ଗଜପତିର ନୀଳକଣ୍ଠ ମଲ୍ଲିକ ବୋଲି ଜଣାପଡିଛି । ତାଙ୍କୁ ଆଣିଥିବା ଦୁଇ ବ୍ୟକ୍ତି ଅଜୟ ମଲିକ ଓ ସଞ୍ଜୟ ଶବର […]

ଅପରାଧ ରାଜ୍ୟ

ଫକୀରମୋହନ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲରେ ଡାକ୍ତର ମରୁଡ଼ି, ଡାକ୍ତରଖାନା‌ରେ ଅଚଳାବସ୍ଥା!

ବାଲେଶ୍ବର: ଫକୀରମୋହନ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲରେ ଡାକ୍ତରଙ୍କ ମରୁଡ଼ି। ପ୍ରାୟ ସବୁ ବିଭାଗରେ ଡାକ୍ତର ପଦ ଫାଙ୍କା ପଡ଼ିଛି। ଡାକ୍ତର ଅଭାବ କାରଣରୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିବା ବେଳେ ପ୍ରତିଦିନ ବହୁ ରୋଗୀ ଉପଯୁକ୍ତ ସେବା ନପାଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ବିଭାଗରେ କିଛି ଡାକ୍ତରଙ୍କ ପଦୋନ୍ନତି ହୋଇଥିବା ବେଳେ ଆଉ କିଛି ଡାକ୍ତର (ପୋଷ୍ଟ ପିଜି)ଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଡାକ୍ତରଙ୍କ ମରୁଡ଼ିକୁ ନେଇ କିଛିଦିନ ତଳେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏକ […]

ଅପରାଧ ରାଜ୍ୟ

କଣ୍ଟେନରକୁ ପଛରୁ ଧକ୍କା ଦେଲା ଟ୍ରକ, ଦୁର୍ଘଟଣା ପରେ ରାଜପଥ କଡ଼କୁ ଓଲଟି ପଡିଲା ଦୁଇ ଗାଡି

ପାଟଣା ୨୬/୦୮: କେନ୍ଦୁଝର ଦେଇ ଯାଇଥିବା ୪୯ନମ୍ବର ଜାତୀୟ ରାଜପଥର ରେଙ୍ଗାଳବେଡା ନିକଟରେ ଦୁର୍ଘଟଣା । ପାଉଡ଼ର ବୋଝେଇ କଣ୍ଟେନର ପଛରେ ପରିବା ବୋଝେଇ ଟ୍ରକ ଧକା ଦେବା ଫଳରେ ଉଭୟ ଗାଡି ଭାରସାମ୍ୟ ହରାଇ ରାଜପଥ କଡ଼କୁ ଓଲଟି ପଡ଼ିଛି । ଦୁର୍ଘଟଣାରେ ଦୁଇ ଗାଡିର ଡ୍ରାଇଭର ଆହତ ହୋଇଛନ୍ତି । ବିଳମ୍ବିତ ରାତି ଦୁଇ ଗାଡି କଲିକତାରୁ କେନ୍ଦୁଝର ଆଡ଼କୁ ଯାଉଥିବା ସମୟରେ କଣ୍ଟେନର ଗାଡି ହଠାତ ବ୍ରେକ ମାରିବାରୁ ପରିବା ବୋଝେଇ ଟ୍ରକ […]