ବେନିୟମ ଆନ୍ତଃ ରାଜ୍ୟ ବସ୍ ଚଳାଚଳକୁ ଅଙ୍କୁଶ କେବେ?
ରାଉରକେଲା: ରାଉରକେଲାରୁ ପଡ଼ୋଶୀ ରାଜ୍ୟକୁ ଏକାଧିକ ବସ୍ ଚଳାଚଳ କରୁଛି। ବିଶେଷକରି ଝାଡ଼ଖଣ୍ଡ, ଛତିଶଗଡ଼ ଓ ବିହାରକୁ ଅନେକଗୁଡ଼ିଏ ବସ୍ ଯିବାଆସିବା କରୁଛି। କିନ୍ତୁ ଏକାଧିକ ବସ୍ ପରିବହନ ନିୟମର ଖୋଲା ଉଲ୍ଲଂଘନ କରୁଛନ୍ତି। ତେଲ ସଞ୍ଚୟ ଆଳରେ କେତେବେଳେ ନିର୍ଦ୍ଧାରିତ ରାସ୍ତାରେ ଯାଉନଥିବାବେଳେ ବହୁ ସମୟରେ ମନଇଚ୍ଛା ଭଡ଼ା ନେଉଛନ୍ତି। ଏନେଇ କିନ୍ତୁ ରାଉରକେଲା ପରିବହନ କର୍ତ୍ତୃପକ୍ଷଙ୍କ ନିଘା ନାହିଁ। ପ୍ରତ୍ୟହ ରାଉରକେଲାରୁ ରାୟପୁର(ଛତିଶଗଡ଼), ରାଞ୍ଚି(ଝାଡ଼ଖଣ୍ଡ) ଓ ପାଟନା(ବିହାର) ଆଦି ଅଞ୍ଚଳକୁ ପ୍ରାୟ ୧୪/୧୫ଟି ବସ୍ […]









