ଅପରାଧ ରାଜ୍ୟ

ଯୁବତୀଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାର ଖୁଲାସା, ତଣ୍ଟି ଚିପି ହତ୍ୟା କରିବା ପରେ ଗଛରେ ଟାଙ୍ଗି ଦେଇଥିଲା ବିବାହିତ ପ୍ରେମିକ

ବଡବିଲ: ଗତ ୧୮ ତାରିଖରେ ବଡ଼ବିଲ, ହାୟରପୁର ଜଙ୍ଗଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାର ଖୁଲାସା କରିଛି ବଡ଼ବିଲ ପୋଲିସ୍ । ଯୁବତୀ ଜଣକ ଆତ୍ମହତ୍ୟା କରିନଥିଲେ ବରଂ ତାଙ୍କୁ ନିର୍ମମ ଭାବରେ ତଣ୍ଟି ଚିପି ହତ୍ୟା କରିବାପରେ ଗଛରେ ଟାଙ୍ଗି ଦିଆଯାଇଥିଲା ବୋଲି ପୋଲିସ୍ ତଦନ୍ତରୁ ସ୍ପଷ୍ଟ ହୋଇଛି । ତେବେ ଏଭଳି ଅମାନୁଷିକ ହତ୍ୟାକାଣ୍ଡ ଘଟାଇଥିଲେ ଯୁବତୀଙ୍କ ବିବାହିତ ପ୍ରେମିକ ଅରୁଣ କୁମାର ମହାନ୍ତ । ସୂଚନା ଅନୁଯାୟୀ, ବଡ଼ବିଲ ସାନ୍ତବାହାଳ ଅଞ୍ଚଳର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୧୪ ହଜାର କୋଟିର ଖାଦ୍ୟ ରିହାତି ଟଙ୍କା ଦେଉନି କେନ୍ଦ୍ର

ଭୁବନେଶ୍ବର: ନିଜ ସ୍ବାର୍ଥ ବେଳକୁ କୋଳାକୋଳି, ଲୋକଙ୍କ ବେଳକୁ ସାବତ ସନ୍ତାନ ଭଳି ଆଚରଣ। ଖାଦ୍ୟ ସବସିଡି ଭଳି ଅତି ଗୁରୁତ୍ବପୂର୍ଣ୍ଣ ବିଲ୍ ଟଙ୍କା ମଧ୍ୟ ଦେଉ ନାହିଁ କେନ୍ଦ୍ର ସରକାର। ଏହାକୁ ନେଇ ମେ’ ମାସରେ ତତ୍କାଳୀନ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କେନ୍ଦ୍ର ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି କରିଥିଲେ ମଧ୍ୟ କୌଣସି ଲାଭ ହେଲା ନାହିଁ। ବରଂ ବର୍ତ୍ତମାନ ବକେୟା ଖାଦ୍ୟ ସବ୍‌ସିଡି […]

ଅପରାଧ ରାଜ୍ୟ

ପ୍ରଶାସକଙ୍କ ଡ୍ରାଇଭରଙ୍କୁ ହତ୍ୟାକଲା ପତ୍ନୀ: ଦୁଇ କୁନି ପୁଅଝିଅ ସାମ୍ନାରେ ହତ୍ୟା

ସୁନ୍ଦରଗଡ଼: ଦୁଇ କୁନି ପୁଅଝିଅଙ୍କ ସମ୍ମୁଖରେ ନିଜ ଓଢ଼ଣିରେ ସ୍ବାମୀଙ୍କ ତଣ୍ଟି ଚିପି ହତ୍ୟା କରିଛି ପତ୍ନୀ। ଏହି ମହିଳା ଜଣକ ସ୍ବାମୀ ଆତ୍ମହତ୍ୟା କରିଥିବା କହି ଘଟଣାକୁ ଲୁଚାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରିନି। ହସ୍ପିଟାଲରେ ମୃତକଙ୍କ ବେକରେ ଦାଗ ଦେଖି ପୁଲିସକୁ ଖବର ଦେବାପରେ ଘଟଣା ସାମ୍ନାକୁ ଆସିଛି। ପୁଲିସ ଆଗରେ ଦୁଇ ସନ୍ତାନଙ୍କ ବୟାନ ପରେ ଅଭିଯୁକ୍ତ ମହିଳା ମଧ୍ୟ ଦୋଷ ସ୍ବୀକାର କରିଥିବା ଜଣାପଡ଼ିଛି। ସୁନ୍ଦରଗଡ଼ ଟାଉନଥାନା ଅନ୍ତର୍ଗତ […]

ଅପରାଧ ରାଜ୍ୟ

ନୀଳାଚଳ ଭକ୍ତ ଓ ଯାତ୍ରୀ ନିବାସ ରୁମ୍ ବୁକିଙ୍ଗ ନାଁରେ ଅନଲାଇନ ଠକେଇ, ପୋଲିସ ହାତରେ ଲାଗିଲା ପ୍ରମାଣ

ପୁରୀ: ଶ୍ରୀମନ୍ଦିର ପ୍ରଶାସନର ନୀଳାଚଳ ଭକ୍ତ ଓ ଯାତ୍ରୀ ନିବାସ ରୁମ୍ ବୁକିଙ୍ଗ ନାଁ ରେ ଅନଲାଇନ ଠକେଇ ଘଟଣା ନେଇ ସାଇବର ଥାନା ପକ୍ଷରୁ ମାମଲା ରୁଜୁ କରାଯାଇଛି। ଫେକ୍ ୱେବ୍ ସାଇଟ୍ ଖୋଲି ଠକେଇ କରିଥିବା ଅଭିଯୁକ୍ତ ପ୍ରମୋଦ ଶାହାର ସମସ୍ତ ତଥ୍ୟ ପୋଲିସ ହାତରେ ଲାଗିଛି। ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କା ଥିବାରୁ ଏନେଇ ସବିଶେଷ ତଥ୍ୟ ଗଣମାଧ୍ୟମକୁ ଦେବା ଠିକ୍ ହେବ ନାହିଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ପୋଲିସ […]

ଅପରାଧ ରାଜ୍ୟ

ଭିଣୋଇଙ୍କୁ ଗୋଡେଇ ଗୋଡେଇ ହାଣିଲେ ଶଳା

ନିମାପଡା: ନିଜ ଭିଣୋଇଙ୍କୁ ଗୋଡେଇ ଗୋଡେଇ ହାଣିଲେ ଶଳା। ପୁରୀ ଜିଲ୍ଲା ଡେଲାଙ୍ଗ ଥାନାରେ ମାମଲା ରୁଜୁ। ଗୁରୁତର ଅବସ୍ଥାରେ ମେଡିକାଲରେ ଭିଣୋଇଙ୍କୁ ଭର୍ତ୍ତି କରାଯାଇଛି। ସ୍ତ୍ରୀର ପରକ୍ରିୟା ପ୍ରୀତିକୁ ବିରୋଧ କରିବାରୁ ସ୍ୱାମୀ ଙ୍କୁ ଗୋଡେଇ ଗୋଡେଇ ହାଣିଲେ ନିଜ ଶଳା ମାନେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଥିବା ବେଳେ ହାଣିଥିବା ଶଳା ମାନେ ଫେରାର ଅଛନ୍ତି।

ଅପରାଧ ରାଜ୍ୟ

ବିଡିଓ ସତ୍ୟନାରାୟଣ ମେହେରଙ୍କୁ ମାଡ଼ ଘଟଣା; ସରପଞ୍ଚଙ୍କ ସ୍ୱାମୀ ଓ ଦୁଇ ସହଯୋଗୀ ଗିରଫ

ଉମରକୋଟ: ଗତକାଲି ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) ସତ୍ୟନାରାୟଣ ମେହେରଙ୍କୁ ମାଡ଼ ଘଟଣାରେ ସରପଞ୍ଚଙ୍କ ସ୍ୱାମୀ ଓ ତା ଦୁଇ ସହଯୋଗୀଙ୍କୁ ଶୁକ୍ରବାର ଗିରଫ କରିଛି ଝରିଗାଁ ପୋଲିସ। ବିଲ୍ କରାଇ ଦେବାକୁ ନେଇ ବିଡିଓଙ୍କ ସହ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ବିଡିଓ ସତ୍ୟନାରାୟଣ ମେହେରଙ୍କୁ ମାଡ ମାରିଥିଲେ ସରପଞ୍ଚଙ୍କ ସ୍ବାମୀ। ଘଟଣାର ତଦନ୍ତ କରି ଝରିଗାଁ ପୋଲିସ ସରପଞ୍ଚଙ୍କ ସ୍ୱାମୀ ଓ ତା ଦୁଇ ସହଯୋଗୀଙ୍କୁ ଗିରଫ କରିଛି।

ଅପରାଧ ରାଜ୍ୟ

ଦାଦନ ଶ୍ରମିକ ଉଦ୍ଧାର, ବେଲପଡାରୁ ହାଇଦ୍ରାବାଦ ଯିବା ବେଳେ ଉଦ୍ଧାର

ବଲାଙ୍ଗୀର ୨୫/୧୧: ବଲାଙ୍ଗୀର ଟାଉନଥାନା ପୋଲିସ ଦ୍ୱାରା ଦାଦନ ଶ୍ରମିକ ଉଦ୍ଧାର । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୩୦ ଜଣ ମହିଳା-ପୁରୁଷ ଦାଦନ ଶ୍ରମିକ ୧୪ ଜଣ ଶିଶୁରହିଥିବା ସୂଚନା । ସମସ୍ତ ଶ୍ରମିକ ବେଳପଡା ବ୍ଲକର । ବଲାଙ୍ଗୀର ବେଲପଡାରୁ ହାଇଦ୍ରାବାଦ ଯିବା ବେଳେ ବଲାଙ୍ଗୀର ଟାଉନଥାନା ପାଖରେ ଉଦ୍ଧାର କଲା ପୋଲିସ । ବେଳପଡା ଟେଟକା ନାମକ ସର୍ଦାର ଶ୍ରମିକଙ୍କୁ ଚାଲାଣ କରୁଥିବା ସୂଚନା ।

ରାଜ୍ୟ ସ୍ପେଶାଲ ରିପୋର୍ଟ

ଘନ କୁହୁଡି ବଳୟରେ ଜୟପୁର, ଯାତାୟତ ବାଧାପ୍ରାପ୍ତ

ଜୟପୁର ୨୫/୧୧: ସାରା ରାଜ୍ୟରେ ଆରମ୍ଭ ହୋଇଛି ଶୀତର ପ୍ରକୋପ । ବିଭିନ୍ନ ସ୍ଥାନରେ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଆରମ୍ଭ ହୋଇଛି ଶୀତର ପ୍ରକୋପ । ଜୟପୁରରେ ଦେଖିବାକୁ ମିଳିଛି ଘନ କୁହୁଡିର ଆସ୍ତରଣ । ଏବର୍ଷର ପ୍ରଥମ ଘନ କୁହୁଡି ନଜର ଆସିଛି । ଜିଲ୍ଲାକୁ ବିଳମ୍ବରେ ଶୀତ ଆସିବା ସହ କୁହୁଡି ମଧ୍ୟ ବିଳମ୍ବରେ ପଡିଛି । ଘନ କୁହୁଡି ଯୋଗୁଁ ଗାଡି ଚାଳକଙ୍କୁ ଅସୁବିଧାର […]

ରାଜନୀତି ରାଜ୍ୟ

ପଦ୍ମପୁର ଭୋଟ : ଚର୍ଚ୍ଚାରେ ହ୍ବାଇଟ୍‌ ହାଉସ୍, ୱାର୍‌ ରୁମ୍‌ରେ ନେତାଙ୍କ ଡେରା

ବରଗଡ଼: ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ହ୍ବାଇଟ୍‌ ହାଉସ୍‌ ସବୁବେଳେ ଚର୍ଚ୍ଚାରେ ଥାଏ। ଏଠାରେ ବିଶ୍ବ ସମୁଦାୟକୁ ପ୍ରଭାବିତ କଲାଭଳି କୂଟନୀତି ପ୍ରସ୍ତୁତ ହୁଏ। ଠିକ୍‌ ସେହିଭଳି ପଦ୍ମପୁର ଉପନିର୍ବାଚନରେ ଗଢ଼ି ଉଠିଛି ଏକ ହ୍ବାଇଟ୍‌ ହାଉସ୍‌। ଏଠାରେ ବିଜେଡିର ତୁଙ୍ଗନେତା ବସା ବାନ୍ଧିଛନ୍ତି। ଦିନରାତି ହେଭିୱେଟ୍‌ ନେତାଙ୍କ ଗାଡ଼ି ଲାଗୁଛି ସମ୍ମୁଖରେ। ଭିତରେ ଚାଲୁଛି ରାତିତମାମ ରୁଦ୍ଧଦ୍ବାର ବୈଠକ। ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏଠାରେ ରହି ନିର୍ବାଚନ ପରିଚାଳନା କରୁଛନ୍ତି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଖସୁଛି ପାରଦ ବଢୁଛି ଶୀତ, ଶିମିଳିପାଳରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ

କରଞ୍ଜିଆ: ଖସୁଛି ପାରଦ ବଢୁଛି ଶୀତ। ମୟୂରରଭଞ୍ଜ ଜିଲ୍ଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ଶୀତର ଲହରୀ ସାଙ୍ଗକୁ ଆଖପାଖ ଅଞ୍ଚଳରେ ଧଳା କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ଶିମିଳିପାଳ ନଅଣା ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ରାମତୀର୍ଥରେ ୧୩ ଡିଗ୍ରୀ ଓ ଉପରବାର୍ହାକାମୁଡ଼ାରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ପୁଉଁଥିବା ଦେଖିବାକୁ ମିଳିଛି ।