ବିଦେଶୀ ସଂସ୍ଥା ହାତରେ ହସ୍ପିଟାଲର ସବୁ ଦାୟିତ୍ବ
କଟକ : ଏଣିକି ଗୋଟିଏ ସଂସ୍ଥା ହାତରେ ରହିବ ହସ୍ପିଟାଲର ସବୁ ବ୍ୟବସ୍ଥା। ଅର୍ଥାତ୍ ହସ୍ପିଟାଲର ସୁରକ୍ଷାକର୍ମୀ, ବିଦ୍ୟୁତ୍କରଣ, ବ୍ୟାଟେରୀ ଆମ୍ବୁଲାନ୍ସ, ସଫେଇ ଇତ୍ୟାଦି କାର୍ଯ୍ୟ ଆଉ ଏକାଧିକ ସଂସ୍ଥାଙ୍କ ହାତରେ ନ ରହି ସବୁ କାମ ଗୋଟିଏ ସଂସ୍ଥା ହିଁ ତୁଲାଇବ। ଦୀର୍ଘଦିନ ହେଲା ଏହାରି ଉପରେ ତର୍ଜମା ଚାଲିଥିବା ବେଳେ ଜାନୁଆରି ୧୬ରୁ ଏହି ବ୍ୟବସ୍ଥା କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଓ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲରେ ପାଇଲଟ୍ ପ୍ରକଳ୍ପ ଭାବରେ ଆରମ୍ଭ […]









